/odishatv-khabar/media/media_files/2025/11/16/doctor-2025-11-16-20-51-50.jpg)
DOCTOR Photograph: (OTV)
ଯିଏ ମରଣ ମୁହଁରୁ ଅନ୍ୟ ମାନଙ୍କ ଜୀବନକୁ ଛଡ଼ାଇ ଆଣୁଥିଲେ, ନିଜ ମରଣ ଆଗରେ କିନ୍ତୁ ହାରିଗଲେ। ପ୍ରସୂତି ଓ ନବଜାତଙ୍କ ପାଇଁ ଦ୍ବିତୀୟ ଈଶ୍ବର ପାଲଟିଥିଲେ ସେ। କିନ୍ତୁ ନିଜକୁ ବଞ୍ଚାଇ ପାରିଲେନି। ଆମେ କହୁଛୁ, ବାଲେଶ୍ବର ନୀଳଗିରି ମେଡ଼ିକାଲର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଡାକ୍ତର ତ୍ରିନାଥ ପାଲଙ୍କ କଥା।
ନିଜେ ଜାଣିଥିଲେ କୌଣସି ମୂହୁର୍ତ୍ତରେ ବି ତାଙ୍କ ବିୟୋଗ ଘଟିବ। ତଥାପି ଜୀବନ-ମୃତ୍ୟୁର ଘଡ଼ିସନ୍ଧି ମୂହୁର୍ତ୍ତରେ ଜାରି ରଖିଥିଲେ ରୋଗୀ ସେବା। ଆଉ ସେହି କର୍ତ୍ତବ୍ୟ ଭିତରେ ହଠାତ୍ ହୃଦଘାତରେ ପ୍ରାଣ ହରାଇଲେ ସମସ୍ତଙ୍କ ପ୍ରିୟ ଡାକ୍ତର ତ୍ରିନାଥ ପାଲ୍। ଯାହାଙ୍କୁ ଏବେ ଛୁରୁଛି ସାରା ବାଲେଶ୍ବର ଜିଲ୍ଲା।...
ତାଙ୍କୁ ନା ଭୁଲି ହେବ ନା ତାଙ୍କ ବଡ଼ପଣିଆକୁ ଅଣଦେଖା କରିହେବ। ଯିଏ ମଣିଷ ରୂପରେ ଥିଲେ ସାକ୍ଷାତ ଭଗବାନ...ମରଣ ମୁହଁରୁ ଜୀବନକୁ ଛଡ଼ାଇ ଆଣି ପାଲଟି ଯାଇଥିଲେ ଦ୍ବିତୀୟ ଈଶ୍ବର, ତାଙ୍କୁ ବା ପାଶୋରିବ କିଏ...ଆଜି ପ୍ରତ୍ୟେକଟି ମଣିଷଙ୍କ ପ୍ରାଣ କାନ୍ଦୁଛି...ଛାତିର ଅନ୍ଧାର ଭିତରେ ରୁନ୍ଧି ହୋଇଯାଉଛି ସବୁକିଛି...ପ୍ରତିଦିନର ଡ୍ୟୁଟି ଚାର୍ଟରୁ ତାଙ୍କ ନାଁ ଲିଭିବା ଆଗରୁ ଲିଭିଯାଇଛି ଜୀବନ ଦୀପ...ଯାହାଙ୍କ ନାଁ ଡାକ୍ତର ତ୍ରିନାଥ ପାଲ୍। ନୀଳଗିରି ମେଡ଼ିକାଲର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଡାକ୍ତର। କିଏ ଜାଣିଥିଲା ଜୀବନ ରକ୍ଷାକାରୀ ଡାକ୍ତରଙ୍କ ବି ଏଭଳି ଜୀବନ ଯାଏ ବୋଲି ? ହଁ...ଡାକ୍ତରଙ୍କ ବି ଆକସ୍ମିକ ମୃତ୍ୟୁ ହୁଏ, ଶୀତଳ ମୃତ୍ୟୁକୁ ଡାକିଆଣେ କଠୋର ହୃଦଘାତ। ସେହି ହୃଦଘାତ ହିଁ ଡାକ୍ତର ତ୍ରିନାଥଙ୍କ ଜୀବନ ନେଇଗଲା ବୋଲି କୁହାଯାଉଛି। ରୋଗୀ ସେବା କରୁ କରୁ ଶେଷ ହୋଇଗଲା ଆୟୁଷ। ଲିଭିଗଲା ଜୀବନ ଦୀପ।
ସବୁଦିନ ଭଳି ଆଜି ଡ୍ୟୁଟିକୁ ଆସିଥିଲେ ଡାକ୍ତର ତ୍ରିନାଥ ପାଲ୍। ଆଜି ତାଙ୍କର ମର୍ଣ୍ଣିଂ ସିଫ୍ଟ ଥିଲା। ବୋଧହୁଏ, ବିଧିର ବିଧାନ ଥିଲା, କର୍ତ୍ତବ୍ୟ ସାରିବା ପରେ ଏହି ଦ୍ବିତୀୟ ଈଶ୍ବରଙ୍କୁ ବାହୁଡ଼ିବାକୁ ହେବ ପ୍ରଥମ ଈଶ୍ବରଙ୍କ ପାଖକୁ। ତେଣୁ ଅତି ନିଷ୍ଠାର ସହ ରୋଗୀ ସେବା କରିଥିଲେ। ସମ୍ପର୍କୀୟଙ୍କ କହିବା କଥା, ରୋଗୀ ସେବା ଭିତରେ ଯାଇଥିଲେ ଶୌଚାଳୟକୁ। କିନ୍ତୁ ଫେରିବାରେ ଅହେତୁକ ବିଳମ୍ବ ହେବାରୁ ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ବଢ଼ିଲା ନାନା ଶଙ୍କା।
ହୃଦରୋଗରେ ଥିଲେ ପୀଡ଼ିତ
ଶେଷରେ କର୍ମଚାରୀ ଶୌଚାଳୟ ପାଖକୁ ଯାଇ ଡାକ ପକାଇଥିଲେ। ତଥାପି କୌଣସି ଶୋର ଶବ୍ଧ ନହେବାରୁ ଗେଟ୍ ଖୋଲି ଦେଖିଲେ ଶୌଚାଳୟ ଭିତରେ ହିଁ ଟଳିପଡ଼ିଥିଲେ ଡାକ୍ତର ତ୍ରିନାଥ। ତାଙ୍କୁ ତୁରନ୍ତ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ମେଡ଼ିକାଲକୁ ନିଆଯାଇଥିଲା ସତ, ସେଠାରେ କିନ୍ତୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଡାକ୍ତର ତ୍ରିନାଥ ଆଜିକୁ ଦେଢ଼ ବର୍ଷ ହେବ ହୃଦରୋଗରେ ପୀଡ଼ିତ। ପୂର୍ବରୁ ଚିକିତ୍ସା ପାଇଁ କଟକରୁ ଭାଇଜାଗ ଯାଏଁ ନିଆଯାଇଥିଲା। କିନ୍ତୁ ୫ଟି ବ୍ଲକେଜ୍ ଥିବାରୁ ଓ ଅପରେସନ୍ କଲେ ହଠାତ୍ ଜୀବନ ଚାଲିଯିବାର ସମ୍ଭାବନା ଥିବାରୁ ଅପରେସନ୍ ପାଇଁ ମନା କରି ଦେଇଥିଲେ ଡାକ୍ତର। ତେଣୁ କିଛିଦିନର ବେଡରେଷ୍ଟ ପରେ ଡ୍ୟୁଟିକୁ ଆସିଥିଲେ ଡାକ୍ତର ତ୍ରିନାଥ। ଶେଷରେ ତାଙ୍କ ଜୀବନ ଚାଲିଯାଇଛି।
ଆଜି ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ। କର୍ମଚାରୀ ହୁଅନ୍ତୁ ଅବା ରୋଗୀ ଓ ସଂପର୍କୀୟ, ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଝୁରି ହେଉଛନ୍ତି ତାଙ୍କୁ, ତାଙ୍କ ଅବଦାନକୁ। ବାଲେଶ୍ୱର ସାଂସଦ ବି ଦୁଃଖ ପ୍ରକାଶ କରିଛନ୍ତି।
Bihar Verdict Splits Lalu’s Family: ବିହାର ରେଜଲ୍ଟ ପରେ ଲାଲୁଙ୍କ ପରିବାର ଦି'ଫାଳ, ସୋସିଆଲ୍ ମିଡିଆରେ ରୋହିଣୀଙ୍କ ଆବେଗଭରା ପୋଷ୍ଟ

Nuapada Win Set to Bring Rewards: ନୂଆପଡ଼ା ବିଜୟ ପରେ ନେତାଙ୍କୁ ମିଳିବ ପୁରସ୍କାର, ଖୁବଶୀଘ୍ର ହୋଇପାରେ ବୋର୍ଡ-ନିଗମ ନିଯୁକ୍ତି ନିଷ୍ପତ୍ତି

BJD in Turmoil Post-Nuapada Defeat: ନୂଆପଡ଼ା ଝଟକା ପରେ ବିଜେଡିରେ ଅସମ୍ଭାଳ ସ୍ଥିତି, ବିଦ୍ରୋହ ମୁଦ୍ରାରେ ଜଣଙ୍କ ପରେ ଜଣେ ନେତା

Shocking Gender Bias: ପୁଅ ହେଲାନି ବୋଲି… ୫ ଝିଅଙ୍କ ସହ ସ୍ତ୍ରୀକୁ ଘରୁ ବାହାର କରିଦେଲା ଅମଣିଷ ସ୍ୱାମୀ

Truth Out in Delhi Blast: ୨ କେଜି ଆମୋନିୟମ ନାଇଟ୍ରେଟରେ ଦିଲ୍ଲୀ ବିସ୍ଫୋରଣ, ଖୋଲିଲା ଗୁମର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)