Advertisment

‘ହଟ୍ ଏୟାର୍ ବେଲୁନ୍ ସୋ’ରେ ଝଲସୁଛି ବାରାଣସୀ

ପର୍ଯ୍ୟଟନର ବିକାଶ ପାଇଁ ନିଆରା ପ୍ରୟାସ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ଉତ୍ତରପ୍ରଦେଶ ବାରାଣସୀରେ ଅନୁଷ୍ଠିତ ହୋଇଛି ୩ ଦିନିଆ ହଟ୍ ଏୟାର୍ ବେଲୁନ୍ ସୋ । ଦେବ ଦୀପାବଳି ପାଇଁ ୩ ଦିନ ଧରି ସକାଳୁ ଚାଲିଥିବା ହଟ୍ ଏୟାର୍ ବେଲୁନ୍ ଫେଷ୍ଟିଭାଲ୍‌ର ମନଲୋଭା ଦୃଶ୍ୟକୁ ବାରାଣସୀ ବାସୀ ଖୁବ୍‌ ଉପଭୋଗ କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
View illuminated ghats riding on hot air balloon on Dev Deepawali in Varanasi

View illuminated ghats riding on hot air balloon on Dev Deepawali in Varanasi

ଲକ୍ଷ୍ନୌ: ପର୍ଯ୍ୟଟନର ବିକାଶ ପାଇଁ ନିଆରା ପ୍ରୟାସ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ଉତ୍ତରପ୍ରଦେଶ ବାରାଣସୀରେ ଅନୁଷ୍ଠିତ ହୋଇଛି ୩ ଦିନିଆ ହଟ୍ ଏୟାର୍ ବେଲୁନ୍ ସୋ । ଦେବ ଦୀପାବଳି ପାଇଁ ୩ ଦିନ ଧରି ସକାଳୁ ଚାଲିଥିବା ହଟ୍ ଏୟାର୍ ବେଲୁନ୍ ଫେଷ୍ଟିଭାଲ୍‌ର ମନଲୋଭା ଦୃଶ୍ୟକୁ ବାରାଣସୀ ବାସୀ ଖୁବ୍‌ ଉପଭୋଗ କରିଛନ୍ତି ।

Advertisment

କାଶୀ ଆକାଶରେ କୁହୁଡ଼ି ଏବଂ ସେଥିରେ ଉଡୁଛି ବିରାଟ ବିରାଟ ବେଲୁନ୍ । ଏହି ରଙ୍ଗ ବେରଙ୍ଗର ବିଶାଳକାୟ ବେଲୁନ ଗୁଡ଼ିକ ଦେଖିବାକୁ ଯେତିକି ଆକର୍ଷଣୀୟ ଲାଗୁଛି, ସେତିକି ରୋମାଞ୍ଚକର ବି ଲାଗୁଛି । ସତେ ଯେପରି ବାସ୍ତବ ଚିତ୍ର ନୁହେଁ ଏହା ଏକ ସ୍ୱପ୍ନ ରାଇଜ । ଏଭଳି ସୁନ୍ଦର ଦୃଶ୍ୟରେ ନିର୍ଜୀବ ବେଲୁନ୍ ଗୁଡ଼ିକ ଜୀବନ୍ତ ହୋଇ ଦଳବଳ ଧରି ଦୂର ଆକାଶକୁ ଉଡ଼ିଯାଉଛନ୍ତି ।

hot air balloon

ଦୂର ଆକାଶରେ ଉଡ଼ୁଥିବା ବେଲୁନ୍ ଗୁଡ଼ିକ ତଳୁ ଦେଖିଲେ ଯଦି ଏତେ ସୁନ୍ଦର ଦିଶୁଛି, ସେହି ବେଲୁନ୍‌ରେ ବସି ଆକାଶରେ ଉଡ଼ିଲେ କେମିତି ଲାଗିବ । ଦେହରେ ଥଣ୍ଡା ଥଣ୍ଡା ପବନ ବାଜୁଥିବ, କୁହୁଡ଼ି ଘଷି ହୋଇଯାଉଥିବ, ଆଉ ତଳେ ଦେଖାଯାଉଥିବ ବାରାଣସୀ ସହର ଓ ଗଙ୍ଗା ନଦୀର ବିହଙ୍ଗମ ଦୃଶ୍ୟ । ୩ ଦିନିଆ ଏୟାର୍ ବେଲୁନ୍ ମେଳାରେ ଏଭଳି ଅଭୂଲା ଅନୁଭୂତି ସାଉଁଟିଥିଲେ ବହୁ ବାରାଣସୀ ବାସୀ ଓ ପର୍ଯ୍ୟଟକ ।

Advertisment
hot air balloon

ବେଲୁନ୍‌ରେ ଗରମ ବାଷ୍ପ ଭର୍ତ୍ତି ହେବା ପରେ, ଠିକ୍ ଦୀପାବଳିର ଆକାଶ ଦୀପ ଭଳି ତାହା ଧିରେ ଧିରେ ଉପକୁ ଉଠୁଥିଲା । ସାଥିରେ ଲୋକମାନଙ୍କୁ ନେଇ ବେଲୁନ୍ ଗୁଡ଼ିକୁ ଭୂଇଁଠୁ ହଜାରେ ଫୁଟ୍ ଉଚ୍ଚତା ଯାଏଁ ଉଡ଼ିବାକୁ ଅନୁମତି ଥିଲା । ପ୍ରତ୍ୟେକ ବେଲୁନ୍‌ରେ ଅତି ବେଶୀରେ ୩୦ ଜଣ ଲୋକଙ୍କୁ ଯାତ୍ରା କରିବାର ଅନୁମତି ଦିଆଯାଇଥିଲା । ମୁଣ୍ଡ ପିଛା ୫୦୦ ଟଙ୍କାର ଟିକେଟ୍‌ କାଟି ଆକାଶରେ ଉଡ଼ିବାର ମଜା ନେଉଥିଲେ ପର୍ଯ୍ୟଟକ ।

hot air balloon

ସୂଚନା ଅନୁସାରେ, କାର୍ଯ୍ୟକ୍ରମରେ ଥିବା ବେଲୁନ୍‌ଗୁଡିକୁ ଉଡ଼ାଇବା ପାଇଁ ପୋଲାଣ୍ଡ୍ରୁ ୧୧ ଜଣ ଅଭିଜ୍ଞ ପାଇଲଟ୍ ଆସିଥିଲେ । ଏହି ବେଲୁନ୍ ଗୁଡ଼ିକ ରାମନଗର ଡୁମ୍ରୀରୁ ଉଡ଼ି ବାରାଣସୀ ସହରର ୪ଟି ନିର୍ଦ୍ଧାରିତ ସ୍ଥାନରେ ଓହ୍ଲାଉଥିଲା । ସୁରକ୍ଷା ଦୃଷ୍ଟିରୁ ରାମନଗର ଥାନା ପୋଲିସ ଓ ଅଗ୍ନିଶନ ବାହିନୀ ବେଲୁନ୍ ଉଡ଼ାଣ ଓ ଅବତରଣ ସ୍ଥଳରେ ମୁତୟନ ଥିଲେ । ପ୍ରତିବର୍ଷ ବାରାଣସୀରେ ଏଭଳି ବେଲୁନ୍ ସୋ ଆୟୋଜନ ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ।

Dev Deepawali Varanasi Hot Air Ballon Show
Advertisment
Advertisment