ମୁଁ ଯେଉଁ ପରିସ୍ଥିତିରେ ସରକାର ଚଳାଉଛି, ମୋତେ ନୋବେଲ ପୁରସ୍କାର ଦେବା ଉଚିତ୍। ମୁଁ ସରକାର ଚଳାଉଛି ଏବଂ ଅଧିକାରୀମାନେ ଉପରାଜ୍ୟପାଳଙ୍କ କଥା ଶୁଣୁଛନ୍ତି...
ଆପ୍ ପକ୍ଷରୁ କୁହାଯାଇଛି କି ‘ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଉଥିବା ସମନ ବେଆଇନ୍।
ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ତାଙ୍କୁ ଡକାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓଲଟା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, 'ଯଦି ଦୁଇ ବର୍ଷ ଧରି ତଦନ୍ତ ଚାଲିଛି, ତେବେ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଡକାଯାଉଛି ?
ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଆଜି ରାଜଘାଟ ଯାଇ କେଜ୍ରିୱାଲଙ୍କୁ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କରିଥିଲେ । ଏହାପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ କେଜ୍ରିୱାଲଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବା ସହ ମଦ ନୀତି ଦୁର୍ନୀତିରେ ସିବିଆଇ ଆଗରେ ସବୁ ସତ କହିବାକୁ ଆହ୍ୱାନ ଦେଇଛନ୍ତି ।