Advertisment

Delhi CM Oath: ଆଜି ଶପଥ ନେବେ ରେଖା ଗୁପ୍ତା; ରାମଲୀଲା ମୈଦାନରେ ଭବ୍ୟ ଆୟୋଜନ

ଦିଲ୍ଲୀର ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଦିନ ପ୍ରାୟ ୧୧ଟାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଏବଂ ନବଗଠିତ କ୍ୟାବିନେଟ୍ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Rekha Gupta

Rekha Gupta

ଆଜିଠୁ ଦିଲ୍ଲୀରେ ରେଖା ସରକାର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା। ରାମଲୀଲା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ସମାରୋହ। ଦିଲ୍ଲୀର ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଦିନ ପ୍ରାୟ ୧୧ଟାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଏବଂ ନବଗଠିତ କ୍ୟାବିନେଟ୍ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ।

Advertisment

ଶପଥ ପାଠ କରାଇବେ ଉପ ରାଜ୍ୟପାଳ ଭି.କେ. ସକ୍ସେନା । ଆଜି ରେଖା ଓ ପରବେଶଙ୍କ ସମେତ ୧୦ ବିଧାୟକ ଶପଥ ନେଇପାରନ୍ତି ବୋଲି ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ବ ଏବଂ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨୦ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ବିଶିଷ୍ଟ ଉଦ୍ୟୋଗପତି, ସାଧୁସନ୍ଥ, ସେଲିବ୍ରିଟିଙ୍କ ସମେତ ବହୁ ଭିଆଇପି ଅତିଥି ଶପଥ ସମାରୋହରେ ଯୋଗ ଦେବେ।

Advertisment

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିଛି । ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ଶାଲିମାରବାଗ ବିଧାୟିକା ରେଖା ଗୁପ୍ତାଙ୍କ ନାଁରେ ମୋହର ବାଜିଥିଲା । ଏହାପରେ ରେଖା ଗୁପ୍ତା ଅନ୍ୟ ବିଜେପି ନେତାଙ୍କ ସହ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଭେଟି ସରକାର ଗଠନ ପାଇଁ ଦାବିପତ୍ର ଦେଇଛନ୍ତି। ଏହି ସମୟରେ ରେଖାଙ୍କ ସହ ଦୁଇ ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ ଓ ଓମ୍ ପ୍ରକାଶ ଧନକଡ, ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ବାଂଶୁରୀ ସ୍ୱରାଜ ଏବଂ ମନୋଜ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।.

ସୂଚନାଯୋଗ୍ୟ ଯେ, ସୁଷମା ସ୍ୱରାଜ, ଶୀଲା ଦିକ୍ଷୀତ ଓ ଆତିଶୀ ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ରେଖା ଗୁପ୍ତା।

ଅଧିକ ପଢ଼ନ୍ତୁ: ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପ୍ରବେଶ ବର୍ମା ଡେପୁଟୀ।

Delhi New Delhi Delhi CM
Advertisment
Advertisment