Advertisment

Untimely Ratha Yatra: ପୁଣି ଥରେ ଅଦିନିଆ ରଥଯାତ୍ରା, ସାମିଲ୍ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ନୀତିକାନ୍ତିଙ୍କୁ ମାଡିମୋକଚି ଏଭଳି ରଥଯାତ୍ରା ଆୟୋଜନ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ ନେଇ ବହୁ ବାଦ ବିବାଦ ରହିଛି।

author-image
Manasranjan Mohanty
ଅଦ୍ୟତନ ହୋଇଛି
Untimely Ratha Yatra

Untimely Ratha Yatra

ରାଜଧାନୀ ଦିଲ୍ଲୀରେ ଅଦିନିଆ ଘୋଷଯାତ୍ରା। ଦିଲ୍ଲୀ କମଳାନଗରରେ ଅଦିନିଆ ରଥଯାତ୍ରାର ଆୟୋଜନ କରାଯାଇଛି। ରଥଯାତ୍ରାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇଥିଲେ। ଏନେଇ ଏକ୍ସରେ ପୋଷ୍ଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

Advertisment

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ନୀତିକାନ୍ତିଙ୍କୁ ମାଡିମୋକଚି ଏଭଳି ରଥଯାତ୍ରା ଆୟୋଜନ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ ନେଇ ବହୁ ବାଦ ବିବାଦ ରହିଛି।

ଅଧିକ ପଢନ୍ତୁ: ସୁସ୍ଥ ହେଲେ ମହାପ୍ରଭୁ, ସୁସମ୍ବାଦ ନେଇ ରାଜନଅର ଗଲେ ସେବାୟତ

ଏଭଳି ସ୍ଥଳେ ପୁଣି ଏଭଳି ଅଦିନିଆ ରଥଯାତ୍ରାର ଆୟୋଜନ ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ତେବେ ଏନେଇ କମଳାନଗର ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Advertisment

କିଛି ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାର ସାଣ୍ଡଟନରେ ଇସ୍କନ ପାଳିଥିଲା ଅଦିନିଆ ରଥଯାତ୍ରା । ରଥଯାତ୍ରା ପାଳନ କରିଥିବା ନେଇ ସୋସିଆଲ ମିଡିଆରେ ଖୋଦ୍ ଇସ୍କନ ପକ୍ଷରୁ ଜାରି ହୋଇଥିଲା ଫଟୋ ଓ ଭିଡିଓ । ଚତୁର୍ଥ ରଥଯାତ୍ରା ଫେଷ୍ଟିଭାଲ ପାଳନ କରାଯାଇଥିବା ନେଇ ସୋସିଆଲ ମିଡିଆ ପୋଷ୍ଟରେ ଦର୍ଶାଇଥିଲା ଇସ୍କନ ।

ଗତବର୍ଷ ନଭେମ୍ବରରେ ମଧ୍ୟ ଆମେରିକାର ହ୍ୟୁଷ୍ଟନରେ ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ ହୋଇଥିଲା। ଇସ୍କନକୁ ଚିଠି ଲେଖି ବାରଣ କରିଥିଲେ ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହାପରେ ଇସ୍କନ ନଇଁବା ସହ ରଥଯାତ୍ରା ବଦଳରେ ସେଦିନ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି ଦର୍ଶାଇଥିଲା ।

ଅଧିକ ପଢନ୍ତୁ: ରଥଯାତ୍ରା ପାଇଁ ବଡ଼ ଆକ୍ସନ ପ୍ଲାନ, ରଥରେ ଚଢିଲେ ଗିରଫ ହେବେ

Delhi CM Rekha Gupta Delhi Untimely Rath Yatra
Advertisment
Related Articles
Advertisment