ରାଜ୍ୟରେ ବଢୁଛି ଜାଲ୍ ନୋଟର କାରବାର । ଗତକାଲି ସୋନପୁରରୁ ୪୧ ଲକ୍ଷରୁ ଅଧିକ ଟଙ୍କାର ୫ଶହ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି କ୍ରାଇମବ୍ରାଂଚ STF ।
ଗୋପାଳ ଓ ତାଙ୍କ ପରିବାର ବିପଦରେ ଥିବା ସେ କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ଉଲ୍ଲେଖ କରିଛି ।
ପୂର୍ବରୁ ୨ ଥର ନବଙ୍କୁ ହତ୍ୟା ଉଦ୍ୟମ କରି ସେ ବିଫଳ ହୋଇଥିବା ଜଣାପଡ଼ିଛି ।
କୋର୍ଟରେ ଦାଖଲ କ୍ରାଇମବ୍ରାଞ୍ଚ ଚାର୍ଜସିଟରୁ ମିଳିଲା ତଥ୍ୟ । ଗାଡ଼ିଂ ଚେକିଂ ବିବାଦରୁ ବଢ଼ିଥିଲା ଶତ୍ରୁତା । ଷଡ଼ଯନ୍ତ୍ର ଦିଗର କାହିଁକି ହେଲାନି ତଦନ୍ତ: ବିରୋଧୀ ।
ଓଡ଼ିଆ ଯୁବକଙ୍କ ମାଧ୍ୟମରେ ଦେଶରେ ବଡ଼ ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର କରିଥିଲା କି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ? OTP ସେୟାରିଂକୁ ଅସ୍ତ୍ର କରି ଦେଶବ୍ୟାପି କାୟା ମେଲାଇବାକୁ ISI ବଡ଼ ଷଡ଼ଯନ୍ତ୍ର ରଚୁଛି କି ? କାରଣ, ରାଜ୍ୟର ବହୁଚର୍ଚ୍ଚିତ OTP ସେୟାରିଂ ମାମଲା ସହ ଆତଙ୍କୀ ଲିଙ୍କର ଖୋଳତାଡ଼ କରୁ କରୁ ପୁଣେରୁ ଧରାପଡ଼ିଛି ଜଣେ ଅଭିଯୁକ୍ତ। ଯାହାକୁ କ୍ରାଇମବ୍ରାଞ୍ଚ STF ସହ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା ମାରାଥନ ଜେରା କରୁଛନ୍ତି। ଆଶଙ୍କା ରହୁଛି, ଆଗକୁ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିପାରେ।
ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ। ଭିନ୍ନଭିନ୍ନ ତଥ୍ୟ ଦେଇ ଗୋଲଗୋଲ ବୁଲାଉଛି କି କ୍ରାଇମବ୍ରାଂଚ? ଭିତରି କଥା ଲୁଚାଇବାକୁ ଉଦ୍ୟମ ହେଉନାହିଁ ତ?
RTI ଆବେଦନ ଆଧାରରେ ଗୃହ ମନ୍ତ୍ରାଳୟ ଚିଠି ପାଇନଥିବା ଜଣାଇଥିଲା।
ପୂର୍ବ ଶତ୍ରୁତାରୁ ନବ ଦାସଙ୍କୁ ମାରିଥିଲା ଗୋପାଳ? ୧୧୮ ଦିନ ପରେ ଦାଖଲ ହେଲା ଚାର୍ଜସିଟ୍ । ୫୪୩ ପୃଷ୍ଠାର ଚାର୍ଜସିଟ୍ କରିଛି ପୋଲିସ୍ ।
ଅଭିଯୁକ୍ତମାନେ, ବିଭିନ୍ନ ଲୋକଙ୍କ ନାଁରେ ବିପୁଳ ପରିମାଣର ମୋବାଇଲ ସିମ୍ କିଣୁଥିଲେ ଏବଂ ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପିି ବିକୁଥିଲେ। ଯାହାକି ଅତ୍ୟନ୍ତ ଧର୍ତ୍ତବ୍ୟ ଓ ଦେଶବିରୋଧୀ କାର୍ଯ୍ୟକଳାପ ବୋଲି କହିଛନ୍ତି ପୂର୍ବତନ ପୋଲିସ୍ ଡିଜି
ବଲାଙ୍ଗିର ରେ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ତନାଘନା ପୋଲିସ ପରେ କ୍ରାଇମବ୍ରାଞ୍ଚ କାଲି ବଲାଙ୍ଗିର ପହଞ୍ଚିବା ପରେ ଆଜି ପ୍ରଥମେ ପୋଲିସଠୁ ମାମଲା ନେବା ପରେ ତଦନ୍ତ ଆରମ୍ଭ କରି ଦେଇଛି ୫ ଜଣିଆ କ୍ରାଇମ୍ ବ୍ରାଞ୍ଚ ଟିମ୍ । ପ୍ରଥମ ଦଫାରେ ଟିମର ସଦସ୍ୟମାନେ ନକଲି ସାର୍ଟିଫିକେଟର ଅସଲି କାର୍ପଟଦାର ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରକୁ ଯାଇ ଥିଲେ ।
ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।
ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା, କ’ଣ ହେଲା ବୋଲି ପ୍ରଶ୍ନ କଲେ । ଏହି କେସ୍ରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇପାରିବ ନାହିଁ କହିଲେ ଜୟନାରାୟଣ ।
ଏଯାଏଁ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାପଡିନଥିବାରୁ ରାଜନୈତିକ ମହଲରେ ଝଡ ସୃଷ୍ଟି ହେଲାଣି। ଗୁଳି କିଏ ମାରିଛି ତାହା କାହାକୁ ଅଛପା ନୁହେଁ । ବନ୍ଧୁକ ବି ଜବତ ହୋଇସାରିଛି। ହେଲେ ହତ୍ୟାକାଣ୍ଡର ମୋଟିଭ୍ ଖୋଜି ପାଉନି କ୍ରାଇମବ୍ରାଂଚ। ୭ ଦିନ ଧରି ଗୋପାଳକୁ ମାରଥନ୍ ଜେରା ପରେ ବି ସେହି ଗୋପାଳ ପାଖରେ ଅଟକି ରହିଛି ତଦନ୍ତ।
ରାଜ୍ୟ ପୋଲିସ ମୁଖିଆଙ୍କ କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୬ ଦିନରେ ଯାଇ ମୁହଁ ଖୋଲି ଥିଲେ ରାଜ୍ୟ ପୋଲିସ ମୁଖିଆ । ୧୦ ଦିନ ପରେ ଆଜି ନବଙ୍କ ଏକାଦଶାହରେ ପ୍ରଥମଥର ପାଇଁ କ୍ରାଇମ୍ ସ୍ପଟ୍ ଭିଜିଟ୍ କଲେ ପୋଲିସ୍ ଡିଜି । ସେହି ସମୟର ଦୃଶ୍ୟ। କ୍ରାଇମ୍ ବ୍ରାଞ୍ଚ ତଦନ୍ତର ମନିଟରିଂ କରୁଥିବା ଜଷ୍ଟିସ୍ ଜେ.ପି. ଦାସଙ୍କ ସହ ଗତକାଲିଠୁ ଝାରସୁଗୁଡ଼ା ଜିଲ୍ଲାରେ ଥିବା ପୋଲିସ୍ ଡିଜି ସୁନୀଲ ବଂଶଲ ଆଜି ସକାଳ ପ୍ରାୟ ୯ଟା ୪୫ରେ ନବ ହତ୍ୟାକାଣ୍ଡ ସ୍ଥଳ ବ୍ରଜନଗନର ଗାନ୍ଧିଛକ କ୍ରାଇମ୍ ସ୍ପଟରେ ପହଞ୍ଚିଥିଲେ ।
ହତ୍ୟାକାଣ୍ଡ ସ୍ଥଳରେ ଜଷ୍ଟିସ୍ ଦାସଙ୍କ ସରଜମିନ ଅନୁଧ୍ୟାନ
ଗୁଳି ମାଡ଼ ପରେ କେମିତି ଲୋକଙ୍କୁ ଡରାଇଥିଲା ସେସବୁକୁ ଦେଖାଇଛିା
ଗଡ଼ୁଛି ସମୟ, ବଢ଼ୁଛି ସନ୍ଦେହ । ପାଇଖାନା ଟାଙ୍କିରେ ପ୍ରମାଣ ଖୋଜା ।
କାହିଁକି ଅସହଜ ଲାଗୁଛି ଗୋବିନ୍ଦ ସାହୁର ଆତ୍ମହତ୍ୟା ? ଜେଲ୍ ପରିସରରେ ସୁଇସାଇଡ୍କୁ କାହିଁକି ସହଜରେ ଗ୍ରହଣ କରିପାରୁ ନାହାନ୍ତି ଆତ୍ମୀୟ କି ଗୋବିନ୍ଦଙ୍କ ଓକିଲ ? ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ରେ ସୁଇସାଇଡ୍ କରିବା ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବା ବେଳେ ସନ୍ଦେହର ସୀମା ବଢ଼ି ବଢ଼ି ଚାଲିଛି । ଏମିତିକି ଗୋବିନ୍ଦଙ୍କ ଓକିଲ ପ୍ରଶ୍ନ କରିଛନ୍ତି-ଯଦି ଏହା ଏକ ସାଧାରଣ ଆତ୍ମହତ୍ୟା ତେବେ ଶବ ପଞ୍ଚନମା ପାଇଁ ୮ ଘଣ୍ଟା ଲାଗିଲା କେମିତି ? କଣ୍ଟାବାଞ୍ଜିରେ ପଞ୍ଚନାମା ନ କରି ବଲାଙ୍ଗିର ନେବାର କାରଣ କଣ ? ପଞ୍ଚନାମା ପାଇଁ ବୁର୍ଲାରୁ FMT ଡାକ୍ତରଙ୍କୁ ଡକାଯିବା ପଛରେ କି ରହସ୍ୟ ?
ଆଜିକୁ ବର୍ଷେ ତଳେ ନିଜର ବଢ଼ିଲା ଝିଅ ମମିତାଙ୍କୁ ହରାଇଥିବା ଶୋକସନ୍ତପ୍ତ ବାପା ସୁଚନ୍ଦ୍ର ମେହେରଙ୍କ ରହିଛି ଏଭଳି ମନ୍ତବ୍ୟ । ବାପା ସୁଚନ୍ଦ୍ର ଏବଂ ମା ତୁଳସୀ ଚାହିଁଥିଲେ ଗୋବିନ୍ଦକୁ ଫାଶିଦଣ୍ଡ ମିଳୁ । କିନ୍ତୁ ଝିଅ ମମିିତାର ଜନ୍ମଦିନର ଦିନକ ଆଗରୁ ନିଜେ ଜୀବନ ହାରିଦେଲା ଗୋବିନ୍ଦ । ଏହା ମମିତା ପାଇଁ ଗିଫ୍ଟ ବୋଲି କହିଛନ୍ତି ପରିବାର ଲୋକେ ।
ବିଜେପିର ସିବିଆଇ ଓ କଂଗ୍ରେସର ଏସଆଟି ତଦନ୍ତ ଦାବି । ରାଜ୍ୟ ସରକାର ଆଇନ୍ ସହ ସାଲିସ୍ କରନ୍ତିନି କହିଲା ବିଜେଡି ।
ଫାଶି ହୋଇଥିଲେ ଭଲ ହୋଇଥାନ୍ତା କହିଲେ ମମିତାଙ୍କ ବାପା-ମା । ମମିତାଙ୍କ ଡିଏନ୍ଏ ରିପୋର୍ଟରେ ଅସଂଗତିକୁ ନେଇ ଦ୍ୱନ୍ଦ୍ୱ ।
ପଞ୍ଚାନାମା ପାଇଁ ବୁର୍ଲାରୁ PMT ଡାକ୍ତର ଡକାଇବା କ’ଣ ଆବଶ୍ୟକ ଥିଲା ? ଏଭଳି ନାନା ପ୍ରଶ୍ନ କରିଛନ୍ତି ଗୋବିନ୍ଦଙ୍କ ଓକିଲ ।