Advertisment

Crime Branch Conducts Raid on ‘Vanik’: ‘ବଣିକ’ ଉପରେ କ୍ରାଇମବ୍ରାଞ୍ଚ ରେଡ୍, ଫିକ୍ସିଂ ଅଭିଯୋଗରେ ଚାଲିଛି ଛାନଭିନ୍

‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ୍ ରେ ରେଡ୍ ହୋଇଥିବା ଜଣାପଡିଛି । ଭୁବନେଶ୍ବର ସିଆର୍ ପି ଛକରେ ଥିବା ସେଣ୍ଟର ଉପରେ ରେଡ୍ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ।

author-image
Tapan Swain
Raid

Raid Photograph: (OTV)

‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ୍ ରେ ରେଡ୍ ହୋଇଥିବା ଜଣାପଡିଛି । 
ଭୁବନେଶ୍ବର ସିଆର୍ ପି ଛକରେ ଥିବା ସେଣ୍ଟର ଉପରେ ରେଡ୍ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗରେ ଛାନଭିନ୍ ଚାଲିଛି । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ସୂଚନା ମିଳିଛି । ବିଜୟନଗରରେ ଧରାପଡିଥିବା ପରୀକ୍ଷାର୍ଥୀଙ୍କ ଭିତରୁ କିଛି ‘ବଣିକ’ର ଥିଲେ । ତେଣୁ ବଣିକ ସଂପର୍କରେ ସନ୍ଦେହ ଦୃଢୀଭୂତ ହୋଇଛି । ‘ବଣିକ’ର ୫ ବର୍ଷର ରେକର୍ଡ ଖୋଜୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । 

Advertisment

ପରୀକ୍ଷା ପରିଚାଳନା ଦାୟିତ୍ବ ପାଇଥିବା ସିଲିକନ୍ ଟେକ୍ ଏବଂ ପଞ୍ଚସଫ୍ଟ ଟେକ୍ନୋଲୋଜିର ଅଫିସକୁ କିଛି ବଡବଡିଆ ପୋଲିସ ଅଧିକାରୀ ବାରମ୍ବାର ଯାଉଥିବା ଜଣାପଡିଛି । ଏ ନେଇ ଗୁଇନ୍ଦା ବିଭାଗ ମଧ୍ୟ ରିପୋର୍ଟ ଦେଇଥିବା କୁହାଯାଉଛି । ଏହା ଉପରେ କ୍ରାଇମବ୍ରାଞ୍ଚ ମଧ୍ୟ ଅନୁଧ୍ୟାନ କରୁଛି  ।

ସରକାରୀ ନିଯୁକ୍ତି ପରୀକ୍ଷା ପରିଚାଳନା ଦାୟିତ୍ବ ଆଉଟସୋର୍ସିଂ କମ୍ପାନୀକୁ ନ ଦେବା ଲାଗି ଗତ ମାସ ୨୨ ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିଲେ । ଏହାସତ୍ତ୍ବେ OPRB କାହିଁକି ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ଆଉଟସୋର୍ସିଂ ସଂସ୍ଥା ସମ୍ପର୍କରେ କୌଣସି ସମୀକ୍ଷା କଲା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । 

Advertisment

ଏଣେ ପୋଲିସ ସବ୍ ଇନ୍ସପେକଟର ପାଇଁ ଥିବା ପରୀକ୍ଷା ଢାଞ୍ଚାକୁ ନେଇ ପ୍ରଶ୍ନ ଉଠିଛି । ୨୦୧୯ ମସିହା ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ SI ପରୀକ୍ଷା କରୁଥିଲା । ଏଥିରେ ପ୍ରିଲିମନାରୀ, ଫିଜିକାଲ ଟେଷ୍ଟ , ମେନ୍  ପରେ ଭାଇଭା-ଭଏସ କରାଯାଇ ଫାଇନାଲ ତାଲିକା ପ୍ରକାଶ କରାଯାଉଥିଲା । ହେଲେ ୨୦୨୧ ମସିହାରେ ସରକାର ଏହି ନିୟମରେ ପରିବର୍ତ୍ତନ ଆଣିଥିଲେ ।  

ଏହି ଅନୁସାରେ, କେବଳ ଗୋଟିଏ ଲିଖିତ ପରୀକ୍ଷା ପରେ ଶାରିରୀକ ପରୀକ୍ଷା କରାଯାଇ ଏସଆଇ ଭଳି ଅଫିସର ରାଙ୍କର ପଦବୀ ଲାଗି ନିଯୁକ୍ତ ହୋଇଯାଉଛନ୍ତି। ଯେଉଁଥି ପାଇଁ ଆଶାୟୀଙ୍କ ସହ ଲିଖିତ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଆଉଟସୋର୍ସିଂ ଏଜେନ୍ସି ଡିଲ କରିବା ସହଜ ହେଉଛି । ଏହି ଢାଞ୍ଚାରେ ପରିବର୍ତ୍ତନ ସହ ଲିଖିତ ପରୀକ୍ଷା ବି ପୋଲିସ ବିଭାଗ ନିଜେ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି । 

Odisha Police SI Exam Raid Crime Branch
Advertisment
Related Articles
Advertisment