Advertisment

ଉଭୟ ଡୋଜ୍ ଟିକା ନେଇ ବି କରୋନାରେ ସଂକ୍ରମିତ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡବଲ୍ ଡୋଜ୍ ପରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୭ ହଜାର ୯୨୪ ଜଣ ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ପଜିଟିଭ ବାହାରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମ୍ଇଟିଙ୍କ କହିବା କଥା- ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବନି କିନ୍ତୁ ଟିକା ନେବା ପରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ନଗଣ୍ୟ ଓ ଖୁବ୍ କମ୍ ରୋଗୀ ଗୁରୁତର ହେଉଛନ୍ତି।

author-image
Chandan Shishu
ଉଭୟ ଡୋଜ୍ ଟିକା ନେଇ ବି କରୋନାରେ ସଂକ୍ରମିତ

Vaccine double dose

ଭୁବନେଶ୍ୱର: ଉଭୟ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ଯେ କରୋନା ହେବନି ସେ ଧାରଣା ଭୁଲ। କାରଣ କିଛି ଦିନ ହେଲା ବଢିଚାଲିଛି ବ୍ରେକ୍ ଥ୍ରୁ ଇନ୍ଫେକସନ। ଅର୍ଥାତ୍ ଦୁଇଟି ଯାକ ଡୋଜ୍ ନେଇଥିବା ବ୍ୟକ୍ତି ବି କରୋନାରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଅଗଷ୍ଟ ୩ ତାରିଖ ସୁଦ୍ଧା ରାଜ୍ୟରେ ୧ କୋଟି ୬୯ ଲକ୍ଷ ଲୋକ ଅତି କମ୍‌ରେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ ହଜାର ୭୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଉଭୟ ଡୋଜ୍ ନେଇଥିବା ୧୩ ହଜାର ୮୮୮ ଜଣଙ୍କୁ କବଳିତ କରିଛି ମହାମାରୀ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡବଲ୍ ଡୋଜ୍ ପରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୭ ହଜାର ୯୨୪ ଜଣ ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ପଜିଟିଭ ବାହାରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମ୍ଇଟିଙ୍କ କହିବା କଥା- ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବନି କିନ୍ତୁ ଟିକା ନେବା ପରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ନଗଣ୍ୟ ଓ ଖୁବ୍ କମ୍ ରୋଗୀ ଗୁରୁତର ହେଉଛନ୍ତି। ସେହିପରି ଟିକା ନେଇଥିବା ବ୍ୟକ୍ତି କୋଭିଡ୍ ନିୟମର କଡ଼ାକଡ଼ି ପାଳନ କଲେ ମହାମାରୀ କବଳରୁ ବର୍ତ୍ତିପାରିବେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଟିକା ନେଇଥିଲେ ମଧ୍ୟ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଉତ୍ପନ୍ନ ନ ହେବା ଯାଏଁ ପଜିଟିଭ ହେବାର ଆଶଙ୍କା ରହିଛି। ସେହିପରି ଏବେ ଯାଏଁ ବିକଶିତ ସବୁ ଟିକା କେବଳ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ଲାଗି ଉଦ୍ଦିଷ୍ଟ। ଯାହାକି କୋଭିଡ୍-୧୯ ଭୂତାଣୁ ସହ ଲଢିବା ଲାଗି ଶରୀରକୁ ସାହାଯ୍ୟ କରୁଛି। ହେଲେ ଶରୀରରେ ଭୂତାଣୁ ପ୍ରବେଶକୁ ରୋକିପାରୁନି। ଭୂତାଣୁ ଆଖି ଓ ନାକ ଦେଇ ଶରୀରରେ ପ୍ରବେଶ କରୁଥିବାରୁ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଭଳି କୋଭିଡ୍ ନିୟମର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି।

Advertisment

ତେବେ ଭୂତାଣୁ ଯେଭଳି ଶରୀରରେ ପ୍ରବେଶ କରିନପାରିବ ସେଥିଲାଗି ଭାରତ ବାୟୋଟେକ୍ ପକ୍ଷରୁ ଏକ ନାଜାଲ ଟିକା ବିକଶିତ କରାଯାଉଛି, ଯାହାକି ରୋଗ ପ୍ରତିରୋଧ ଶକ୍ତି ତ ବଢ଼ାଇବା ତାସହ ଶରୀରରେ କରୋନା ଭୂତାଣକୁ ପ୍ରବେଶ କରାଇ ଦେବନି। ଏହି ଟିକାର ମାନବ ପରୀକ୍ଷଣ ଲାଗି କଂପାନି ଅନୁମତି ମାଗିଥିବା ବେଳେ ଆଗାମୀ ୬ରୁ ୮ ମାସ ମଧ୍ୟରେ ଏହା ବଜାରକୁ ଆସିବ ବୋଲି ଆଶା କରାଯାଉଛି।  

ଦେଢ ବର୍ଷରୁ ଅଧିକ ସମୟ ହେଲା କରୋନା ମହାମାରୀ ସାରା ବଶ୍ୱରେ ହାହାକାର ଖେଳାଇ ଦେଇଛି କୋଭିଡ୍ ୧୯ ଭୂତାଣୁ। ବାରମ୍ବାର ରୂପ ବଦଳାଇବା ସହ ଅଧିକରୁ ଅଧିକ ମାରାତ୍ମକ ହେବା ଫଳରେ ଏହାର ନିରାକରଣ ବାଟ ଖୋଜିବା କଷ୍ଟକର ହୋଇଛି। ଏଭଳି କ୍ଷେତ୍ରରେ ଭାରତ ବାୟୋଟେକ୍‌ର ନାଜାଲ ଟିକା କେତେ ଫଳପ୍ରଦ ହେବ ତାହା ଏବେଠୁ କହିବା ମୁସ୍କିଲ।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

Odisha News Coronavirus COVID-19 Pandemic DMET Director CBK Mohanty
Advertisment
Advertisment