ଆସନ୍ତା ୨୭ ତାରିଖରେ ମହାସଂଘ ଭୁବନେଶ୍ୱରରେ ବିଶାଳ ସମାବେଶ କରିବ ବୋଲି ସୂଚନା ଦେଇଛି ସଂଘ।
ଦୀର୍ଘ ଦିନ ହେବ ଅସ୍ଥାୟୀ ଭାବେ କାମ କରୁଥିବାବେଳେ କାହିଁକି ସେମାନଙ୍କୁ ଏହି ପ୍ରଥାରୁ ବାଦ ଦିଆଗଲା ନାହିଁ।
ଦରମା କଥା ଶୁଣିବା ପରେ ଝିଅ ଘର ଲୋକ କାଳେ କହୁଥିଲେ ପିଲା ୧୩ ହଜାର ପାଉଛି । ଏଥିରେ ସେ ନିଜେ ତ ଚଳିପାରୁନଥିବ ଝିଅକୁ ଚଳାଇବ କେମିତି ?
ଠିକା ନିଯୁକ୍ତିର ଯୁଗ ଶେଷ। ଗଲାକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ବାହାରିଲା ସରକାରୀ ବିଜ୍ଞପ୍ତି। ୨୦୧୩ରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀ ଏବେ ଖୁସିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କେକକୁ କାଟି ଗ୍ରାଣ୍ଡ ସେଲିବ୍ରେସନ୍ କରିଛନ୍ତି। ରବିବାର ଛୁଟି ଦିନରେ ବି ନାଚ ଗୀତରେ କମ୍ପିଛି ଭୁବନେଶ୍ୱର ନଅ ତାଲା ଅଞ୍ଚଳ। ଏପଟେ ଇଏ ଭିନ୍ନ ଏକ ଦୃଶ୍ୟ ସମସ୍ତଙ୍କ ମୁହଁରେ ନିରାଶା ଓ ହତାଶାର ଛାଇ।
ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦକୁ ନେଇ ରାଜନୀତି ବି ସରଗରମ। ବିରୋଧୀଙ୍କ ଯୁକ୍ତି ଶାସକ ବିଜେଡ଼ିର ଇଏ ଆଉ ଏକ ଧୂଆଁବାଣ।
ରାଜଧାନୀରେ ଠିକା କର୍ମଚାରୀଙ୍କ ଏ ବିଶାଳ ଜନସମାବେଶ ଏବଂ ବାରମ୍ବାର ଦାବି ପରେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ।
ନିୟମିତ ହେବା ଦୂର କଥା, ଚାକିରି ରହିବା ନେଇ ଦ୍ୱନ୍ଦ୍ୱ । ଏଜେନ୍ସି ଦ୍ୱାରା ହେବ ଡାଟା ଏଣ୍ଟ୍ରି , ତ୍ରୁଟି କଲେ ଜରିମାନା ।