• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାହାଘର ଭାଙ୍ଗିଦେଇଥିଲା ଠିକା ଚାକିରି । ନିୟମିତ ହେବା ପରେ ଖୁବ ନାଚିଲେ ଆଉ କହିଲେ, ଏବେ ପ୍ରସ୍ତାବର ଲାଗିବ ଧାଡି । ଠିକା ଚାକିରି କରିଥିବାରୁ ବାହାଘର ହୋଇପାରୁନଥିଲା । ବାହାଘର ପାଇଁ ପ୍ରସ୍ତାବତ ଆସୁଥିଲା ହେଲେ ବାହାଘର ହୋଇପାରୁନଥିଲା । କାରଣ ପ୍ରସ୍ତାବ ଆସିଲା ବେଳକୁ ସେମାନେ ବାରମ୍ବାର ପଚାରୁଥିଲେ ତୁମର ଦରମା କେତେ ? ଆଉ ଦରମା କଥା ଶୁଣିବା ପରେ ସେ ଝିଅ ଘର ଲୋକ କାଳେ କହୁଥିଲେ ପିଲା ୧୩ ହଜାର ପାଉଛି । ଏଥିରେ ସେ ନିଜେ ତ ଚଳିପାରୁନଥିବ ଝିଅକୁ ଚଳାଇବ କେମିତି ?

ଆଉ ଏବେ ଯେତେବେଳେ ସମସ୍ତେ ନିୟମିତ ହୋଇଛନ୍ତି ଏବେ ବାହାଘର ପାଇଁ ପ୍ରସ୍ତାବ ଢ଼େର ଆସିବ ବୋଲି ଆଶା । ଏମିତି କିଛି ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି । ରାଜ୍ୟ ସରକାର କଣ୍ଟ୍ରାକ୍ଚୁଆଲ ନିଯୁକ୍ତି ହଟାଇବା ପରେ ଏଭଳି ଖୁସିର ମାହୋଲ ଦେଖାଦେଇଛି ।

ଅଧିକ ପଢ଼ନ୍ତୁ: ଚୁକ୍ତିଭିତ୍ତିକ କର୍ମଚାରୀ ମହଲରେ ଖୁସି, ହେଲେ ନିରାଶ ଅସ୍ଥାୟୀ କର୍ମଚାରୀ

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଠିକା କର୍ମଚାରୀମାନେ ୨୦୧୭ରୁ ଚାକିରି ନିୟମିତ କରିବା ପାଇଁ ଦାବି କରୁଥିଲେ। ଦରମା କମ୍‌ ଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ କର୍ମଚାରୀ । ଏମିତିକି ଅନେକଙ୍କ ବାହାଘର ଭାଙ୍ଗିଥିବାର ଘଟଣା ବି ସାମ୍ନାକୁ ଆସିଛି ।

ତେବେ ଠିକା କର୍ମଚାରୀଙ୍କ ଦୁଃଖ ଶେଷରେ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ଜନ୍ମଦିନର ଠିକ୍‌ ଦିନକ ପୂର୍ବରୁ ଠିକା କର୍ମଚାରୀଙ୍କୁ ବଡ ଗିଫ୍ଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଥିବା ପ୍ରାୟ ୫୭ ହଜାର ଠିକା କର୍ମଚାରୀ ନିୟମିତ ହେବେ ଆଉ ଏଥିପାଇଁ ସରକାରଙ୍କ ଉପରେ ପ୍ରାୟ ୧୩ଶହ କୋଟି ଟଙ୍କାର ଆର୍ଥିକ ବୋଝ ପଡିବ । ହେଲେ ଏହାକୁ ଖାତିର ନକରି ବଡ ନିଷ୍ପତ୍ତି ନେଇଛନ୍ତି ନବୀନ। ଆଉ ନିୟମିତ ହେବା ପରେ ବାହାଘର ହେବା ନେଇ ସ୍ୱପ୍ନ ଦେଖୁଛନ୍ତି ଅନେକ ଠିକା କର୍ମଚାରୀ ।

(ରିପୋର୍ଟ- ନିରଞ୍ଜନ ରେଡ୍ଡୀ, ଭୁବନେଶ୍ୱର)