Advertisment

ଚୁକ୍ତିଭିତ୍ତିକ ପ୍ରଥାକୁ ନେଇ ସରକାରଙ୍କୁ ଚେତାବନୀ ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ

ଦୀର୍ଘ ଦିନ ହେବ ଅସ୍ଥାୟୀ ଭାବେ କାମ କରୁଥିବାବେଳେ କାହିଁକି ସେମାନଙ୍କୁ ଏହି ପ୍ରଥାରୁ ବାଦ ଦିଆଗଲା ନାହିଁ।

author-image
Chandan Shishu
ଅଦ୍ୟତନ ହୋଇଛି
Primary teachers association demands regularization of jobs

Primary teachers association demands regularization of jobs

ଠିକା ନିଯୁକ୍ତିର ଯୁଗ ଶେଷ। ଗତ ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ୨୦୧୩ରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀ ଖୁସିରେ ଗ୍ରାଣ୍ଡ ସେଲିବ୍ରେସନ୍ କରିଛନ୍ତି। ଏମିତିକି ନାଚ ଗୀତ ବାଣରେ କମ୍ପିଥିଲା ଭୁବନେଶ୍ୱର। କିନ୍ତୁ ଏପଟେ ଭିନ୍ନ ଏକ ଦୃଶ୍ୟ, ସମସ୍ତଙ୍କ ମୁହଁରେ ନିରାଶା ଓ ହତାଶାର ଛାଇ। ଅସ୍ଥାୟୀ ଭାବେ କାମ କରୁଥିବା ପ୍ରାଇମେରୀ ଶିକ୍ଷକଙ୍କୁ ବାଦ୍‌ ଦିଆଗଲା। ଆଉ ଚୁକ୍ତିଭିତ୍ତିକ ପ୍ରଥା ଉଠାଇବା ପରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସରକାରଙ୍କୁ ଦେଇଛି ଚେତାବନୀ। 

Advertisment

ଦୀର୍ଘ ଦିନ ହେବ ଅସ୍ଥାୟୀ ଭାବେ କାମ କରୁଥିବାବେଳେ କାହିଁକି ସେମାନଙ୍କୁ ଏହି ପ୍ରଥାରୁ ବାଦ ଦିଆଗଲା ନାହିଁ। ତୁରନ୍ତ ସ୍ଥାୟୀ ନିଯୁକ୍ତି ନମିଳିଲେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା। ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ଲାଗି ସରକାରଙ୍କୁ ଦୁଇ ସପ୍ତାହର ମହଲତ ଦେଇଛି ସଂଘ।

ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ- ଯେମିତି ହାଇସ୍କୁଲ ଶିକ୍ଷକଙ୍କୁ ଠିକାରୁ ଉଚ୍ଛେଦ କରାଗଲା, ଠିକ୍ ସେମିତି ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟରେ ଯେଉଁମାନେ ଠିକା ନିଯୁକ୍ତି ପାଇଛନ୍ତି, ତାହା ମଧ୍ୟ ଉଚ୍ଛେଦ କରାଯାଉ। ୨୦୦୧ରୁ ଯେଉଁମାନେ ଠିକାରେ ନିଯୁକ୍ତି ପାଇ ମାତ୍ର ୧୫୦୦ ଟଙ୍କାରେ କାମ କରୁଛନ୍ତି, ସେମାନଙ୍କୁ ନିୟମିତ କରିବା ସହ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯାଉ।

Advertisment
Employment Contractual
Advertisment
Advertisment