/odishatv-khabar/media/media_files/2025/11/14/congress-allegation-2025-11-14-21-53-33.jpg)
CONGRESS-ALLEGATION Photograph: (OTV)
ଗତ ଥର ଏକାକୀ ଲଢ଼ି ପାଇଥିଲେ ୫୦ ହଜାର ଭୋଟ୍। ହେଲେ ଏଥର ଦଳ ବଳ ସହ ମଇଦାନକୁ ଓହ୍ଲାଇବା ପରେ ବି ୪୦ ହଜାରରେ ରହିଲେ ସୀମିତ। ନୂଆପଡ଼ା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି DARK HORSE ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ନିର୍ବାଚନ ଜିତିବେ କ’ଣ, ଗତ ଥର ଯାହା ଭୋଟ୍ ପାଇଥିଲେ ତାକୁ ବି ହରାଇଲେ। ଏଥର ପିସିସି ସଭାପତି ଭକ୍ତଚରଣ ଦାସ ଖୋଦ୍ ମଇଦାନକୁ ଓହ୍ଲାଇଥିଲେ, ପ୍ରଚାରର ମଙ୍ଗ ଧରିଥିଲେ। ଦଳ ଦ୍ବିତୀୟ ସ୍ଥାନରେ ସିନା ରହିଲା ହେଲେ ନିଜ ଭୋଟ୍ ବ୍ୟାଙ୍କ ବଞ୍ଚାଇ ପାରିଲାନି।....
ଗତ ଥର ଭଳି ଏଥର ବି ଦ୍ବିତୀୟ ସ୍ଥାନରେ, କିନ୍ତୁ ଢେର ଭୋଟ୍ ପଛରେ। ଆଉ ହାରିବା ପରେ ଅଭିଯୋଗ ଉପରେ ଅଭିଯୋଗ କରିଛନ୍ତି ଘାସିରାମ। ନୂଆପଡ଼ାରେ କଂଗ୍ରେସର ପରାଜୟ ପଛରେ କୁଆଡ଼େ ସବୁଠୁ ବଡ଼ କାରଣ, ଟଙ୍କାର। ଭୋଟର ଘାସିରାମଙ୍କ ୪୦ ବର୍ଷର ସେବାକୁ ଭୁଲି ଗଲେ। ଟଙ୍କାରେ ବିକ୍ରି ହେଇ ବିଜେପିକୁ ଭୋଟ୍ ଦେଲେ। ଖାଲି ଏତିକି ନୁହେଁ, ମାଟିର ପୁଅକୁ ପାର୍ଟି ଲୋକେ ବି ଚିହ୍ନିଲେନି। ଶେଷ ମୁହୂର୍ତ୍ତରେ କେନ୍ଦ୍ରୀୟ ସଂଗଠନରୁ ଆର୍ଥିକ ସହାୟତା ମିଳିଲାନି। ଫଳରେ ଏଜେଣ୍ଟ ବି ଅନ୍ୟ ଦଳକୁ ବିକ୍ରି ହେଇଗଲେ ବୋଲି ସେ ସାଂଘାତିକ ଅଭିଯୋଗ କରିଛନ୍ତି।
୪୦ ହଜାରରେ ସୀମିତ ରହିଲା କେମିତି ?
ଭଲ ଭାବେ ନଜର ପକାନ୍ତୁ ଏଇ ତଥ୍ୟ ଉପରେ। ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବିରୋଧରେ ସ୍ବାଧୀନ ଭାବେ ଛିଡ଼ା ହୋଇଥିଲେ ଘାସିରାମ। ଏକାକୀ ଲଢ଼ି ପାଇଥିଲେ ୫୦ ହଜାର ୯୪୧ ଭୋଟ୍ । ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ମିଳିଥିଲା ୧୫ ହଜାରରୁ ଅଧିକ ଭୋଟ୍। ଏଥର କଂଗ୍ରେସ ସବୁଠୁ ଆଗରେ ଘାସିରାମଙ୍କ ନାଁ ଘୋଷଣା କରିଥିଲା, ପ୍ରଚାର ବି ସମସ୍ତଙ୍କଠୁ ଆଗରେ ଆରମ୍ଭ କରିଥିଲା। ହେଲେ ଦେଢ଼ ବର୍ଷ ତଳେ ସ୍ବାଧୀନ ଛିଡ଼ା ହୋଇ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କ ଭୋଟ୍ ଏବେ ୪୦ ହଜାରରେ ସୀମିତ ରହିଲା କେମିତି କମିଲା?...କୁହାଯାଉଛି, ଏଥର କଂଗ୍ରେସର କିଛି ନୂଆ ଷ୍ଟ୍ରାଟେଜି ଦଳ ପାଇଁ ବୁମେରାଂ ହେଲା।
କାରଣ:-
(୧) ବିଜେପି ଓ ବିଜେଡି ନିଜର ଷ୍ଟାର୍ ପ୍ରଚାରକ ଓ ଉପକୂଳ ନେତାଙ୍କୁ ମଇଦାନକୁ ଓହ୍ଲାଥିଲା କିନ୍ତୁ କଂଗ୍ରେସ ଏଭଳି ନକରି ସ୍ଥାନୀୟ ନେତାଙ୍କୁ ନେଇ ହିଁ ପ୍ରଚାର କରିଥିଲା।
(୨) ବଡ଼ ହୋଡିଂ, ପୋଷ୍ଟରକୁ ବି ଏତେଟା ବ୍ୟବହାର କରିନଥିଲା।
(୩) ଏସବୁ ବାଦ୍ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ଫାୟାର୍ ବ୍ରାଣ୍ଡ୍ ନେତା ସଚିନ ପାଇଲଟ୍ ପ୍ରଚାର କରିବା ନେଇ ପୂର୍ବରୁ ସୂଚନା ଓ ପରେ ବାତିଲ କରିବା ଘାସିରାମଙ୍କ ପ୍ରତି ନକରାତ୍ମକ ପ୍ରଭାବ ପକାଇଥିଲା। ତେଣେ ପିସିସି ସଭାପତି ଭକ୍ତ ଦାସ ସୋସିଆଲ୍ ମିଡିଆରେ ଲେଖିଛନ୍ତି କି, ସଂଘର୍ଷର ପଥ ଫୁଲ ନୁହେଁ କଣ୍ଟାରେ ପରିପୂର୍ଣ୍ଣ। ଏହା ଲମ୍ବା ଲଢ଼େଇ।
ଏଥରକୁ ମିଶାଇ ୬ ଥର ହାରିବା ପରେ ବି ଘାସିରାମଙ୍କ କମିନି ଦମ୍ଭ। ଆମେରିକା ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ଉଦାହରଣ ଦେଇ ସେ କହିଛନ୍ତି, ୬ ଥର ହାରିଛନ୍ତି ଆହୁରି ତିନି ଥର ଲଢ଼ିବି।...
‘Brand Naveen’ Loses Shine: ଭାଙ୍ଗିଗଲା ବିଜେଡିର `ବ୍ରାଣ୍ଡ୍ ନବୀନ' ଫୁଟାଣି, ନୂଆପଡ଼ାରେ ତୃତୀୟ ସ୍ଥାନକୁ ଖସିଗଲା ଶଙ୍ଖ ଦଳ

Nuapada Makes History in Bypoll: ଉପନିର୍ବାଚନରେ ନୂଆପଡ଼ା ଲେଖିଲା ନୂଆ ଇତିହାସ, ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ

PM Modi on Bihar Verdict: ବିହାର ନିର୍ବାଚନ ଫଳାଫଳ: ପ୍ରଧାନମନ୍ତ୍ରୀ ମୋଦି କହିଲେ, "ଏହା ବିଶାଳ ବିଜୟ, ଅଟଳ ବିଶ୍ୱାସ"

The Life and Struggle of Nitish Kumar: ନୀତୀଶ କୁମାରଙ୍କ ଜୀବନୀ ଓ ସଂଘର୍ଷର କାହାଣୀ, ୭ ଦିନିଆ ମୁଖ୍ୟମନ୍ତ୍ରୀରୁ ରେକର୍ଡ କାଳୀନ ମୁଖ୍ୟମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)