/odishatv-khabar/media/media_files/2025/12/14/moquim-bhakta-rift-escalates-2025-12-14-13-35-28.jpg)
Moquim Bhakta Rift Escalates Photograph: (OTV)
ବିଜେପି ସହ ସମ୍ପର୍କରେ ଥିବା ନେତା ବିଜେପିକୁ ଯାଆନ୍ତୁ। ଆଜି ନାଁ ନେଇ ଏମିତି କିଛି ରୋକଠୋକ୍ ଭାବେ କହିଛନ୍ତି ପିସିସି ସଭାପତି ଭକ୍ତ ଦାସ। ମହମ୍ମଦ ମୋକିମ୍ ଓ ଭକ୍ତ ଦାସଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଆଜି ନାଁ ନେଇ ମୋକିମ୍ ଙ୍କୁ ଟାଗେର୍ଟ କରିଛନ୍ତି ଭକ୍ତ।
ସେ କହିଛନ୍ତି ବିଜେପି ସହ ସମ୍ପର୍କରେ ଥିବା ନେତା ବିଜେପିକୁ ଯାଆନ୍ତୁ। ଖଡ଼ଗେ ୮୩ ବର୍ଷ ହେବା ପରେ ବି ପାର୍ଟିର ସବୁ କାମରେ ତତ୍ପର। ତାଙ୍କୁ ସମାଲୋଚନା କରିବା ଆଦୌ ଉଚିତ ନୁହେଁ ବୋଲି କହିଛନ୍ତି ଭକ୍ତ ଦାସ। ଏସବୁ ଭିତରେ
ମୋକିମଙ୍କ ବିରୋଧରେ ଆକ୍ସନ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ଭକ୍ତ ଦାସଙ୍କୁ ସିଧା ସମାଲୋଚନା କରିବା, ଖଡ଼ଗେଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ ମୋକିମ୍। ଖାଲି ଚିଠି ନୁହେଁ ଗଣମାଧ୍ୟମରେ ବି ସମାନ କଥାକୁ ଦୋହରାଇଥିଲେ। ଏହାପରେ ଭକ୍ତ ଓ ମୋକିମଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି।
• ଭକ୍ତଙ୍କ ମନ୍ତବ୍ୟ ବଢ଼ାଇଲା ମୋକିମଙ୍କ ଆକ୍ସନ୍ ଚର୍ଚ୍ଚା
• କଂଗ୍ରେସ ହାଇକମାଣ୍ଡକୁ ରିପୋର୍ଟ ଦେଇଛି ପିସିସି
• ମୋକିମଙ୍କ ବିରୋଧରେ ରାଜ୍ୟ କଂଗ୍ରେସର ରିପୋର୍ଟ
• ‘ମୋକିମଙ୍କ ବୟାନ ଦଳର ଛବିକୁ ନଷ୍ଟ କରିଥିବା ଅଭିଯୋଗ’
• ମୋକିମଙ୍କ ବିରୋଧରେ ହୋଇପାରେ ଆକ୍ସନ୍
• ମୋକିମଙ୍କ ବିରୋଧରେ ହେବ କି ଆକ୍ସନ୍ ?
• ଘନେଇଲା ମୋକିମ୍-ଭକ୍ତ ବିବାଦ
• କଂଗ୍ରେସ ହାଇକମାଣ୍ଡକୁ ଦିଆଗଲା ରିପୋର୍ଟ ସୂଚନା
• ‘ମୋକିମ୍ ଦେଇଥିବା ବୟାନକୁ ନେଇ ରିପୋର୍ଟ’
• ମୋକିମଙ୍କ ବିରୋଧରେ ରାଜ୍ୟ କଂଗ୍ରେସ ରିପୋର୍ଟ ଦେଇଛି
• ‘ମୋକିମଙ୍କ ବୟାନ ଦଳର ଛବିକୁ ନଷ୍ଟ କରିଥିବା ଅଭିଯୋଗ’
• ପିସିସି ସଭାପତିଙ୍କ ବିରୋଧରେ ଖୋଲାଖୋଲି କହିଥିଲେ ମୋକିମ୍
• କଂଗ୍ରେସ ଅଧ୍ୟକ୍ଷ ଖାଡଗେଙ୍କ ବୟସକୁ ନେଇ ବି ପ୍ରଶ୍ନ ଉଠାଇଥିଲେ
• ଭକ୍ତଙ୍କୁ ସମାଲୋଚନା ସହ ସୋନିଆଙ୍କୁ ଚିଠି ଲେଖିଥିଲେ ମୋକିମ୍
• 'ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର'
• 'ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ଦଳକୁ ଆଗକୁ ନେଉଛନ୍ତି'
• କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ: ଭକ୍ତ ଦାସ
• ସୋନିଆଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍
Water Seepage From Meghanad Pacheri: ମେଘନାଦ ପାଚେରୀରେ ଫାଟ; ପାଣି ଗଳୁଛି, ଶିଉଳି ଲାଗିଛି

Student Deaths Raise Safety Concerns: କେତେ ସୁରକ୍ଷିତ KIIT-KISS କ୍ୟାମ୍ପସ୍? ସନ୍ଦେହରେ ନେପାଳୀ ଛାତ୍ରୀଙ୍କଠୁ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ

Murder Allegations: ମୁଣ୍ଡ କାଟିଦେଲା ଦାଦନ ସର୍ଦ୍ଦାର ! ନ୍ୟାୟ ପାଇଁ ବାହାରିଲେ ଗାଁ ଲୋକେ

Yatra Actress Sonali’s Husband Arrested: ଯାତ୍ରୀ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ସ୍ବାମୀ ଗିରଫ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)