ବିଧାୟକମାନେ ଲୋକଙ୍କ ପ୍ରତିନିଧି, ଆମେ ଲୋକଙ୍କ କଥା ଉଠାଇବୁ, କ୍ରୀତଦାସ କେମିତି ହେବୁ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରୟଣ ।
ବିଜେପି ବି ସୁଶାନ୍ତଙ୍କ ଆଡ଼କୁ ଉଠାଇଲା ଅଙ୍ଗୁଳି । ଗୋପାଳ ପାଗଳ କି ନା ବିଧାନସଭାରେ ସରଗରମ ଚର୍ଚ୍ଚା ।
ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଖାଲି ସେତିକି ନୁହେଁ, ଆଜି ଛାତ୍ର କଂଗ୍ରେସର କର୍ମୀମାନେ ବିଧାୟକ ସୁଶାନ୍ତ ସିଂଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଥିଲେ ।
ଅଭିଯୋଗ ଆଣିଲେ ଉଭୟ ବିଜେପି ଓ କଂଗ୍ରେସ । ଅତାବିରା ଥାନାରେ ଏତଲା । ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ପ୍ରାର୍ଥୀ ।
ଯେଉଁ ସବୁ କଥା ଜୟରାମ ରମେଶ କହିଲେ ସେହି କଥାକୁ ନେଇ ଏବେ ରାହୁଲ ଗାନ୍ଧି ଟ୍ରୋଲ୍ ହେଉଛନ୍ତି । ଟ୍ରୋଲରଙ୍କ ମୁଖ୍ୟ ଟାର୍ଗେଟ୍ ହେଲା ଯେ, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାକୁ ଚାହିଁ ବସିଛନ୍ତି । କିନ୍ତୁ ଏମିତି ଭୁଲ କରୁଛନ୍ତି ।
କିଛି ବର୍ଷ ପରେ ପୁଣି ଚର୍ଚ୍ଚାର ପରିସରକୁ ଫେରିଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବେଳର ଆର୍ଟ ଗେଟ୍ । ୟେସ୍ ବ୍ୟାଙ୍କ ଘୋଟାଲାରେ ଗିରଫ ସିଇଓ ରାଣା କପୁର୍ ପଦ୍ମଭୂଷଣ ପୁରସ୍କାର ପାଇବାକୁ ଏକ ପେଣ୍ଟିଂ କିଣିବା ନାଁରେ ପ୍ରିୟଙ୍କା ଗାନ୍ଧିଙ୍କୁ ୨ କୋଟି ଟଙ୍କା ଦେଇଥିଲେ ବୋଲି ହୋଇଥିବା ଅଭିଯୋଗ, ଏବେ ଏକ ଅନ୍ତର୍ଜାତୀୟ ରିପୋର୍ଟରେ ସ୍ଥାନ ପାଇଛି ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଧନ୍ୟବାଦ ଜଣାଇବା ଆଳରେ କେନ୍ଦ୍ରକୁ ଟାଗେର୍ଟ କରିଛନ୍ତି । ଓସ୍କାର ପାଇଁ କୌଣସି ଦଳ ବି ଶ୍ରେୟ ନେବା ଉଚିତ ନୁହେଁ । ସମସ୍ତେ ଭାରତର ଓସ୍କାର ବୋଲି ଗର୍ବ ଅନୁଭବ କରିବା ଜରୁରୀ ବୋଲି ସେ ଦୋହରାଇଥିଲେ ।
ଅଦାନୀ ଲିଙ୍କ୍ ଅଭିଯୋଗ କରି କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି। ସିଲିଣ୍ଡର ଉପରେ ଗୋବର ଘଷି ରଖି କଂଗ୍ରେସ ରାଜଭବନ ଘେରାଉ କରିଛି। ପୋଲିସ୍ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖାଦେଇଛି। ଏହି ସମୟରେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ ମଧ୍ୟ ହୋଇଛି। ବିକ୍ଷୋଭରେ ସାମିଲ କିଛି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ।
୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ନାଁରେ ନୂଆ ସ୍କିମ୍ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷରେ ଜନଜାତିଙ୍କ ଜୀବିକା ପାଇଁ ୫ଶହ କୋଟି ଖର୍ଚ୍ଚ କରିବେ ସରକାର। ଯାହାକୁ ନେଇ ଆଦିବାସୀ ଭୋଟ୍ ନେବାକୁ ରଣନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ ବଢିିଲା ସନ୍ଦେହ । କ୍ରାଇମବ୍ରାଂଚ ଓ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।
ନୋଟିସ ପାଇଥିବା କହି ଅନୁଧ୍ୟାନ କରାଯାଉଛି କହିଛନ୍ତି ବାଚସ୍ପତି ।
ସିବିଆଇ ଇନକ୍ୱାରି ଦାବିରେ ଅଟଳ ବିଜେପି । ୪୫ ପୁରସ୍କାର ପାଇ ଗୋପାଳ କେମିତି ହେଲା ପାଗଳ, ଉଠିଲା ପ୍ରଶ୍ନ ।
୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟର ତିନି ପ୍ରମୁଖ ଦଳ ବୁଥ୍ ସ୍ତରର ଭୋଟର୍ଙ୍କ ପାଖେ ପହଞ୍ଚିବାକୁ ସେତିକି ଫୋକସ୍ କରୁଛନ୍ତି। ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କୁ ଗୁଢ଼ ମନ୍ତ୍ର ଦେଇଛନ୍ତି ନିଜେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।
ପିଡିଏସ୍ ହିତାଧିକାରୀଙ୍କ ମନରେ ଛନକା, ସରକାରୀ ଚାଉଳରେ ମିଶିଛି ପ୍ଲାଷ୍ଟିକ୍ ଚାଉଳ। ଲମତାପୁଟରେ ହିତାଧିକାରୀ ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ବି ହୋଇଛନ୍ତି । ତେଣେ ଏଭଳି ମାଳ ମାଳ ଅଭିଯୋଗ ଭିତରେ ବାଲେଶ୍ୱର ସିଏସ୍ଓଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ…
ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି। ରାୟପୁରରେ ଚାଲିଥିବା କଂଗ୍ରେସର ପ୍ଲାନେରି ସେସନ୍ରେ ସେ ଏ ସଂପର୍କରେ ସଙ୍କେତ ଦେଇଛନ୍ତି।
ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୧୧.୫ରୁ ୭.୮%କୁ ଖସିଲା ଅଭିବୃଦ୍ଧି ହାର ।
ଆଗକୁ ଶଙ୍ଖ ଫୁଙ୍କିବେ କି ସୁରଙ୍କ ପରିବାର? ନବୀନ ନିବାସରେ ସୁର-ସିଏମଙ୍କ ସାକ୍ଷାତକାର ।
ବିକ୍ଷୋଭ କରୁଥିବା ବେଳେ ଆସାମ ପୋଲିସ୍ର ଗୋଟିଏ ଟିମ ବିମାନବନ୍ଦରରେ ପହଞ୍ଚି ପବନ ଖେଡାଙ୍କୁ ଗିରଫ କରିଛି ।
ପୋଲିସରେ ବହୁ ବିଚିତ୍ର ନିୟମାବଳୀ ଲାଗୁ ପାଇଁ ପୋଲିସ ଧ୍ୱଂସ ହେଉଛି । ଫୋର୍ସ ଷ୍ଟ୍ରକଚର ନଷ୍ଟ କରାଯିବାରୁ ପୋଲିସର ବହୁତ କ୍ଷତି ଘଟିଛି ।
‘ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ’ । ‘ମୃତ୍ୟୁ ସମୟ ଲୁଚାଯିବା ଗର୍ହିତ ଅପରାଧ,IPC ୨୦୧ରେ ତାହା ଅପରାଧ’ ।
‘ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ’। ପ୍ରେସ୍ମିଟ୍ରେ ଏଭଳି କିଛି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।
ଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ। ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ଜୟନାରାୟଣ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି ସିଧାସଳଖ ନିଶାନା କରିଥିଲେ ପ୍ରଶାନ୍ତ ।
ନବ ଦାସ ହତ୍ୟା ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।
ଉଠିବ ମନ୍ତ୍ରୀ ନବ ଦାସ ହତ୍ୟାଠୁ ଆରମ୍ଭ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ । କାଉଣ୍ଟର ପାଇଁ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରିବ ଶାସକ ଦଳ ।