ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସରଗରମ ରାଜନୀତି । ଗୋଟିଏ ପଟେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇ ଶଙ୍ଖ ଶିବିରରେ ସାମିଲ ହୋଇଥିବା ବେଳେ ଝାରସୁଗୁଡାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି କର୍ମୀ ।
ବିଜେଡି ପ୍ରାର୍ଥୀ ଜଣେ ମହିଳା ହୋଇଥିବାରୁ ବିଜେପି ପାଇଁ ମହିଳା ଭୋଟ୍ ଜୁଟାଇବାର ଭାର ନେଇଛନ୍ତି ଟଙ୍କଧରଙ୍କ ପତ୍ନୀ ଗୁଡ଼ିଆ ।
ଜମୁଛି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର। ମଇଦାନରେ ଥିବା ତିନି ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ୟାମ୍ପେନିଂ। ହେଲେ ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ, ତାପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା।
ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ
କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି।
ବାପା ତ ଚାଲିଗଲେ, ତାଙ୍କୁ ତ ଆଉ ଫେରାଇ ଆଣି ହେବନି। କାରଣ ଯାହା ବି ଥାଉ, ଏହା ବିଧିର ବିଧାନ ଥିଲା...
କଂଗ୍ରେସ ଭବନ ଦେଖିନଥିବା ଲୋକଙ୍କୁ କମିଟିରେ ପଦ ପଦବୀ ମିଳିଥିବା ନେଇ ଆଣିଛନ୍ତି ଅଭିଯୋଗ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନିଜ ସ୍ୱାର୍ଥ ଲାଗି ଚିହ୍ନା ଜଣାଙ୍କୁ କମିଟିରେ ସ୍ଥାନ ଦେଇଥିବା କହି ସାଂସଦ ସପ୍ତଗିରି ଉଲାକାଙ୍କୁ ପରକ୍ଷରେ ଟାର୍ଗେଟ କରିବା ସହ ଦଳ ଭିତରର ଗୋହି ଖୋଳିଛନ୍ତି।
5Tର ପ୍ରଥମ ଚିନ୍ତାଧାରା ହେଉଛି ସ୍ୱଚ୍ଛତା। ଏହି ଧାରାରେ ପ୍ରଥମେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ।
ସରକାରଙ୍କ ଅପରାଗତାକୁ ଦାୟୀ କରି ବର୍ଷିଲେ ବିରୋଧୀ । ବିଜେଡି କହିଲା ସେବେ ନଥିଲା ଆମ ସରକାର ।
ଦୁଇ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ଦେଇଛି ବଡ଼ ଦାୟିତ୍ୱ।
‘ମୋଦି ସରନେମ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀର ୧୨ ତୋଗଲକ ରୋଡ୍ ସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି।
କଂଗ୍ରେସ ଦଳ ସହ ଜଡିତ ଥାଇ ବି ୧୯୬୪ ମସିହାରେ ସେ କଂଗ୍ରେସ ସରକାର ବିରୋଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୬୫ ମସିହାରେ ସେ ରେଭେନସା କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା। ସୁରତ ସେସନ୍ସ କୋର୍ଟରୁ ଆଜି ନିରାଶ ହୋଇଛନ୍ତି ରାହୁଲ ଗାନ୍ଧି ।
ବିଜୟର ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ବୁଲେଟ୍ ବିରୋଧରେ ବାଲଟରେ ମତଦାନ ନିର୍ଣ୍ଣାୟକ ହେବ ବୋଲି ମନମୋହନ କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ସମ୍ବଲପୁରରେ ଯାହା ଘଟିଲା, ଶାସକ ଦଳ ତାକୁ ଚପାଇ ଦେବାକୁ ବସିଛି ।
କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଝଟକା । ପଦ୍ମ ଛାଡ଼ି ହାତ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି।
ଅଡୁଆରେ ବିଜେଡିର ଆଉ ଜଣେ ମନ୍ତ୍ରୀ । ବିବାଦ ଘେରରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡିର ହିଁ ଜଣେ ମହିଳା ନେତ୍ରୀ । ଗୁରୁବାର ସମୟ ଦିନ ୧୧ଟା, ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚିଥିଲେ ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲ । ପରେ ଅପରାହ୍ନ ୪ଟାରେ ସଂଯୁକ୍ତାଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲା ମହିଲା ଥାନାର ଏକ ଟିମ। ସେଠାରେ ପ୍ରାୟ ସାଢେ ଚାରି ଘଣ୍ଟା ରହିବା ପରେ ସଂଧ୍ୟା ସାଢେ ୮ଟାରେ ପୁଣି ଥାନାକୁ ସଂଯୁକ୍ତାଙ୍କୁ ଆଣିଥିଲା ପୋଲିସ।
ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସଂଯୁକ୍ତା କହିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କର ଅଭିଯୋଗ ରହିଛି।
ଧନୀ ତାଲିକାରେ ୫୧୦ କୋଟି ସହ ୧ ନମ୍ବରରେ ଜଗନ ରେଡ୍ଡି । ମମତା ବାନାର୍ଜୀଙ୍କ ସଂପତ୍ତି ମାତ୍ର ୧୫ ଲକ୍ଷ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ।
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ଫୋକସରେ ଅନୁକଂପା ଭୋଟ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ କଂଗ୍ରେସ ପ୍ରାର୍ଥୀ ତୁରଣ ପାଣ୍ଡେ ଅନୁକଂପା ଭୋଟ ସାଉଁଟିବାକୁ ଗୋଟିଚାଳନା ଆରମ୍ଭ କରିଛନ୍ତି । କାରଣ ଉଭୟ ପ୍ରାର୍ଥୀ ନିକଟରେ ନିଜ ନିଜର ବାପାଙ୍କୁ ହରାଇଛନ୍ତି ।
ନା ଚେତାବନୀ କୁ ଖାତିର କଲେ , ନା ପରାମର୍ଶକୁ ଗ୍ରହଣ କଲେ। ଶେଷରେ ଦିନିକିଆ ଅନଶନରେ ବସିଲେ ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ରାଜ୍ୟରେ ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ ଦାବି କରି ଅନଶନରେ ବସିଲେ ପାଇଲଟ ।
ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସର ବିରୋଧ । ବିଜେଡିର 'ଓଡ଼ିଶା ମୋ ପରିବାର'ର ସରକାରୀକରଣ ଅଭିଯୋଗ । ଉପଦେଷ୍ଟା ପରିଷଦରେ ବିଜେଡି ନେତାଙ୍କୁ ଥଇଥାନ ଯୋଜନା । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ ଗଠନ ହେବାକୁ ଯାଉଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ସେମାନଙ୍କ ସମସ୍ୟା ଦୂର ପାଇଁ କାର୍ଯ୍ୟ କରିବ ଏହି ନିର୍ଦ୍ଦେଶାଳୟ । ଶିକ୍ଷା, ଗବେଷଣା, ଶିଳ୍ପୋଦ୍ୟୋଗ ଆଦି କ୍ଷେତ୍ରରେ ଏହି ଡିରେକ୍ଟୋରେଟ୍ ସହାୟକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିବ ପରାମର୍ଶଦାତା ପରିଷଦ
ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ଜୁଏଲ ଓରାମ ଓ ଅଶ୍ବିନୀ ପାତ୍ରଙ୍କ ମଧ୍ୟରେ କଥା କଟାକାଟି ।