Advertisment

ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ପରେ ମା’ଙ୍କୁ ନେଇ ଭାବବିହ୍ୱଳ ହେଲେ ରାହୁଲ

ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
congress leader rahul gand

congress leader rahul gandhi

ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି। ସୋନିଆ ପଦ ଛାଡ଼ିବା ପରେ ଦଳୀୟ ସମର୍ଥକ ଏବଂ ଫ୍ୟାନ୍ସ ତାଙ୍କୁ ମନେ ପକାଉଛନ୍ତି। ଅଧ୍ୟକ୍ଷ ପଦରେ ଗାନ୍ଧି ପରିବାର ନାହାନ୍ତି ସତ। ହେଲେ ଗାନ୍ଧି ପରିବାର ହାତରୁ ଯେ କ୍ଷମତା ଚାଲିଗଲା ଏକଥା କୁହାଯାଇ ନ ପାରେ। ତଥାପି ଆଜି ଖଡଗେ ଦାୟିତ୍ୱ ନେବା ପରେ ନିଜେ ରାହୁଲ ଗାନ୍ଧି ବି ଭାବପ୍ରବଣ ହୋଇ ପଡ଼ିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କର୍ଣ୍ଣାଟକର ଚର୍ଚ୍ଚିତ ଚେହେରା ମଲ୍ଲିକାର୍ଜୁନ୍‌ ଖଡ଼ଗେ.. ଜାଣନ୍ତୁ ତାଙ୍କ ୫୦ ବର୍ଷର ରାଜନୈତିକ କ୍ୟାରିଅର

ରାହୁଲ ଟୁଇଟରରେ ବାପା ରାଜୀବ ଗାନ୍ଧି ଓ ମା’ ସୋନିଆଙ୍କର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ପିଲାଦିନର ସ୍ମୃତି ରୋମନ୍ଥନ କରିବା ସହ ମା’ଙ୍କର ପ୍ରଶଂସା ବି କରିଛନ୍ତି। ଆଉ ଶେଷରେ ତୁମର ପୁଅ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି ବୋଲି ଲେଖିଛନ୍ତି।

Advertisment

ଗତକାଲି ଏହି ଫଟୋଟିକୁ ନିଜ ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି ରାହୁଲ । ଅତ୍ୟନ୍ତ ଭାବବିହ୍ୱଳ ହୋଇ ଲେଖିଛନ୍ତି, ‘ମା’, ଦିନେ ଦାଦି ମୋତେ କହିଥିଲେ, ତାଙ୍କୁ ଆପଣଙ୍କ ପରି ଝିଅ କେବେ ବି ମିଳିବେ ନାହିଁ। କେତେ ସତ କହିଥିଲେ ସେ ! ପ୍ରକୃତରେ ତୁମର ପୁଅ ହୋଇଥିବାରୁ ମୁଁ ନିଜକୁ ଖୁବ ଗର୍ବିତ ମନେ କରେ।’ ଫଟୋ ସହ ରାହୁଲଙ୍କ ଭାବବିହ୍ୱଳ ଲେଖା ଭିୟୁର୍ସଙ୍କୁ ହୃଦୟକୁ ଛୁଇଁ ଯାଇଛି । ଫଟୋଟି ଖୁବ ଭାଇରାଲ ହୋଇଛି। ୫୦ ହଜାରରୁ ଅଧିକ ଲୋକ ଏହାକୁ ଦେଖିବା ସହ ୧୦ ହଜାରରୁ ଅଧିକ କମେଣ୍ଟ ବି ଆସିଛି।

ଏଠି କହିରଖିବୁ, ଖଡଗେ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ସୋନିଆ କହିଛନ୍ତି, ଆଜି ତାକୁ ଆଶ୍ୱସ୍ତି ମିଳିଛି। ଏହି ପଦରେ ସେ ପ୍ରାୟ ୨୩ ବର୍ଷ ଧରି କାମ କରି ଆସିଛନ୍ତି। ସେ କହିଛନ୍ତି, ମୁଁ ମୋର ସବୁ କ୍ଷମତା ଦେଇ ନିଜ କର୍ତ୍ତବ୍ୟ କରିଛି। ଆଜି ମୁଁ ଏହି ଦାୟିତ୍ୱରୁ ମୁକ୍ତି ପାଇବି। ମୋ କାନ୍ଧରୁ ଗୋଟିଏ ଭାର ଓହ୍ଲାଇ ଗଲା। ମୁଁ ଆଜି ଖୁବ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ସେ ଆହୁରି କହିଛନ୍ତି, ଏହା  ବହୁତ ବଡ ଦାୟିତ୍ୱ ଥିଲା। ଏବେ ଏହି ଦାୟିତ୍ୱ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଉପରେ। ସେ ଆହୁରି କହିଥିଲେ, ଆଜି ଦେଶ ପାଇଁ ସବୁଠାରୁ ବଡ ଚାଲେଞ୍ଜ ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧର ସଙ୍କଟ। ମୋର ପୁରା ବିଶ୍ୱାସ ଖଡ୍‌ଗେଙ୍କ ପାଖରୁ ଟିମ୍‌କୁ ପ୍ରେରଣା ମିଳିବ ଏବଂ ତାଙ୍କ ନେତୃତ୍ୱରେ କଂଗ୍ରେସ ମଜବୁତ ହେବ।

Rahul Gandhi Congress Sonia Gandhi Rahul Gandhi Congress President
Advertisment
Advertisment