Advertisment

CM Majhi:କ୍ୟାମ୍ପସରେ ନିଶାସେବନକୁ ବାରଣ, ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଶିକ୍ଷାନୁଷ୍ଠାନରେ କ୍ୟାମ୍ପସକୁ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ । କ୍ୟାମ୍ପସ ଗୁଡିକରେ ନିଶାସେବନକୁ ସମ୍ପୂର୍ଣ୍ଣ ବାରଣ କରାଯିବ । ଅଣଛାତ୍ରଙ୍କ ଅସାମାଜିକ କାର୍ଯ୍ୟକଳାପକୁ ଦମନ କରାଯିବ । ଛାତ୍ରୀଙ୍କୁ ସୁରକ୍ଷିତ ବାତାବରଣ ଦେବାକୁ ‘ଶକ୍ତିଶ୍ରୀ’ ଲାଗୁ ପାଇଁ ପ୍ରକ୍ରିୟା ଆରମ୍ଭ: ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

author-image
Manasranjan Mohanty
 Odisha

Odisha

ସ୍ବାଧୀନତା ଦିବସ ଅବସରରେ ଗାନ୍ଧି ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ବାର୍ତ୍ତା । ଶିକ୍ଷାନୁଷ୍ଠାନରେ କ୍ୟାମ୍ପସକୁ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ । କ୍ୟାମ୍ପସ ଗୁଡିକରେ ନିଶାସେବନକୁ ସମ୍ପୂର୍ଣ୍ଣ ବାରଣ କରାଯିବ । ଅଣଛାତ୍ରଙ୍କ ଅସାମାଜିକ କାର୍ଯ୍ୟକଳାପକୁ ଦମନ କରାଯିବ। ଛାତ୍ରୀଙ୍କୁ ସୁରକ୍ଷିତ ବାତାବରଣ ଦେବାକୁ ‘ଶକ୍ତିଶ୍ରୀ’ ଲାଗୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ସିଏମ

Advertisment

ମହିଳା ସୁରକ୍ଷାକୁ ନେଇ ବି ମୁଖ୍ୟମନ୍ତ୍ରୀ କଡ଼ା ବାର୍ତ୍ତା ଦେଇଛନ୍ତି। ମହିଳା ସୁରକ୍ଷା ନେଇ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହେଲେ ବି କାର୍ଯ୍ୟାନୁଷ୍ଠାନ ହେବ ।

ସେମାନଙ୍କ ସ୍ଥାନ ଜେଲ୍ ରେ ସମାଜରେ ନୁହେଁ । କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କ୍ଷମତା ଦିଆଯାଇଛି। ମହିଳା ସୁରକ୍ଷାରେ ଅବହେଳା କଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ଅପରାଧ ବୃଦ୍ଧିର ବଡ଼ କାରଣ ହେଉଛି ନିଶା କାରବାର। ନିଶା ମାଫିଆଙ୍କୁ ଦମନ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସିଏମ ।

Advertisment

ଗାଁ ଠାରୁ ରାଜଧାନୀ ଯାଏ ଗୁଣ୍ଡାରାଜକୁ ଦମନ କରାଯିବ। ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି, ଦଣ୍ଡବିଧାନ କରାଯିବ । ସଂଗଠିତ ଅପରାଧକୁ ନିୟନ୍ତ୍ରଣ ପାଇଁ ଆଇନ୍ ଆଣିବାକୁ ପଛାଇବୁନି ବୋଲି ଘୋଷଣା କରିଛନ୍ତି ସିଏମ । ଦାଦାବଟି, ଚାନ୍ଦା ଆଦାୟକୁ ସଙ୍ଗଠିତ ଅପରାଧରେ ବିଚାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ।

College Campus Mohan Majhi Odisha
Advertisment
Related Articles
Advertisment