• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋମବାର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ସୋମବାର ପୂର୍ବାହ୍ନ୯.୩୦ରେ ନୂଆ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି । ଗସ୍ତ ସାରି ରାଜ୍ୟପାଳ ଆସନ୍ତାକାଲି ଓଡ଼ିଶା ଫେରୁଛନ୍ତି । ଏହା ପରଦିନ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବେ ।

ଏବେ ମନ୍ତ୍ରିମଣ୍ଡଳରେ ୩ ମନ୍ତ୍ରୀ ପଦ ଖାଲି ରହିଛି । ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଦୁଇଟି ଯାକ ମନ୍ତ୍ରୀପଦ ଖାଲି ରହିଥିଲା । ଏହାପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ଯୋଗୁଁ ଗୋଟିଏ ମନ୍ତ୍ରୀପଦ ଖାଲି ରହିଥିଲା । ତେବେ ନୂଆ ମନ୍ତ୍ରୀମାନେ ଲୋକସେବା ଭବନ କନଭେନସନ୍ ହଲରେ ଶପଥ ଗ୍ରହଣ କରିବାର ଆୟୋଜନ କରାଯାଉଛି । ଅନ୍ୟପଟେ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି ।

ଗତ କିଛି ଦିନ ହେବ ନୂଆ ମନ୍ତିମଣ୍ଡଳ ନେଇ ଚର୍ଚ୍ଚା ହେଉଥିଲା । କେବେ ହେବ ମନ୍ତ୍ରିମଣ୍ଡଳ ଅଦଳବଦଳ ? କିଏ ହେବେ ନୂଆ ବାଚସ୍ପତି ? ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିଲା । ତେବେ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା ବୋଲି ଜଣାପଡ଼ିଛି । କେହି ମୁହଁ ଖୋଲି କିଛି କହୁନଥିବା ବେଳେ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା ବୋଲି କହିଛନ୍ତି ।

ତେବେ ବିକ୍ରମ ଆରୁଖ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ଗଞ୍ଜାମରୁ କିଛି ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି । ସେହି ଭିତରେ ରେସ୍‌ରେ ଆଗରେ ଅଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ସେହିପରି ପୁରୀ ଜିଲ୍ଲାରୁ ସମୀର ଦାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା । ଏସବୁ ବାଦ ଝାରସୁଗୁଡ଼ାର ନବନିର୍ବାଚିତ ବିଧାୟିକା ତଥା ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ସରପ୍ରାଇଜ କାର୍ଡ ବି ଖେଳିପାରନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବିକ୍ରମ ଆରୁଖ ଓ ସୁଶାନ୍ତ ସିଂଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳକୁ ଫେରାଇ ଅଣାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସରକାରୀ ଦଳ ମୁଖ୍ୟ ସଚେତକ ବିଧାୟକ ପ୍ରଶାନ୍ତ ମୁଦୁଲି, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ବି ଅଛନ୍ତି ରେସ୍‌ରେ । ସେହିପରି ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ ଓ ବଦ୍ରି ପାତ୍ରଙ୍କ ଭଳି ବରିଷ୍ଠଙ୍କ ମଧ୍ୟରୁ ଜଣକୁ ବାଚସ୍ପତି ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।