/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757949652.jpg)
Mohan Majhi
ନିବେଶ ଆଉ ନିଯୁକ୍ତିକୁ ନୂଆ ସରକାରଙ୍କ ଗୁରୁତ୍ୱ। ୧୫ ମାସରେ ଗ୍ରାଉଣ୍ଡିଙ୍ଗ ହେଲାଣି ୮୫ ପ୍ରକଳ୍ପ। ୧ ଲକ୍ଷ ୭ହଜାର ୯୨୬ ନିଯୁକ୍ତି ଦେଲେଣି ମୋହନ ସରକାର। ବିଜେଡି ସରକାରରେ ଗୋଟିଏ ଶିଳ୍ପକୁ ଗ୍ରାଉଣ୍ଡିଂ ପାଇଁ ଲାଗୁଥିଲା ୪୦୦ ଦିନ, ମୋହନ ସରକାରରେ ୧୬୫ ଦିନରେ ହେଉଛି ଭିତ୍ତିପ୍ରସ୍ଥର ସ୍ଥାପନ। ଆଜି ଓୟୁଏଟି ପରିସରରେ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରାଜ୍ୟରେ ପଞ୍ଚମ ଥର ପାଇଁ ୧୨ଟି ଜିଲ୍ଲାରେ ୨୫ ହଜାର ୩୮୦ କୋଟି ଟଙ୍କାର ନିବେଶର ଗ୍ରାଉଣ୍ଡବ୍ରେକିଙ୍ଗ ହୋଇଛି। ଯାହାଦ୍ୱାରା ୫୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିହେଲା। ଏହା ସହ ଶିଳ୍ପପତିଙ୍କୁ ଆହ୍ୱାନ ଦେଇ କହିଛନ୍ତି, ପୂର୍ବରୁ ବ୍ୟୁରୋକ୍ରାଟିକ ଶାସନ ଥିଲା। ଯାହା ବ୍ୟବସ୍ଥାରେ ବିକାଶରେ ପହଂଚିବାକୁ ପ୍ରତିବନ୍ଧକ ସାଜୁଥିଲା। କିନ୍ତୁ ଏବେ ସେ ବ୍ୟବସ୍ଥା ନାହିଁ. ଆପଣ ମାନେ ଆମ ସରକାର ସହ ଗୋଟିଏ ପଦ ଆଗକୁ ଚାଲିଲେ ଆମ ସରକାର ଦୁଇ ପାଦ ଚାଲିବ।
ଆଜି ଗଞ୍ଜାମ, ଝାରସୁଗୁଡ଼ା ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ଭଦ୍ରକ, ସୁନ୍ଦରଗଡ଼, କଟକ, ପୁରୀ, ସମ୍ବଲପୁର, ଯାଜପୁର ଓ ରାୟଗଡ଼ା ଜିଲ୍ଲାରେ ୨୭ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ଯେଉଁଥିରେ କେମିକାଲ, ଟେକ୍ସଟାଇଲ, ପ୍ଲାଷ୍ଟିକ, ସିମେଣ୍ଟ, ଫୁଡ୍ ପ୍ରୋସେସିଂ, ଫାର୍ମା ଭଳି କମ୍ପାନୀ ଅଛନ୍ତି ।ତେବେ ୨୭ ଟି ଶିଳ୍ପ ମଧ୍ୟରେ ଏସଆରଏଫ ଲିମିଟେଡ଼ କମ୍ପାନୀ ଗଞ୍ଜାମରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏହାଦ୍ୱାରା ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି ଏପସିଲନ କାର୍ବନ ଅଶୋକ ପ୍ରାଇଭେଟ ଲିମିଟେଡ଼ ଝାରସୁଗୁଡାରେ ୫ ହଜାର ୮୦୬ କୋଟି ଟଙ୍କାର ପୁଞ୍ଜିନିବେଶ ଦ୍ୱାରା ୨୫୦୦ ନିଯୁକ୍ତି ସୃଷ୍ଟି ହେବ। ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ମେଟାଲିକ୍ସ ଲିମିଟେଡ଼ ୨ ହଜାର ୯୬ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ।
ରାଜ୍ୟରେ ୨୦୨୪ ଜୁନ ମାସରୁ ୨୦୨୫ ସେପ୍ଟେମ୍ବର ମାସ ଭିତରେ ୭୭ ହଜାର ୮୯୪ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ସେଥିରୁ ୫୬ ହଜାର ୮୫୯ ଜଣ ଓଡିଶାର ଯୁବକ ଯୁବତୀ ନିଯୁକ୍ତି ହୋଇଛନ୍ତି। ଉତ୍କର୍ଷ ଓଡିଶାରୁ ୩ ଲକ୍ଷ ୭୫ ହଜାର ୬୦୦ ନିଯୁକ୍ତି ଲକ୍ଷ୍ୟ ଥିବା ବେଳେ ଏବେ ସୁଦ୍ଧା ୨୦ ପ୍ରତିଶତ ଲକ୍ଷ୍ୟ ହାସଲ କରି ସାରିଛନ୍ତି ସରକାର। ୧୬ ମାସରେ ୧୬ ବୈଠକ କରି ୨୬୯ ଟି ପ୍ରକଳ୍ପକୁ ଅନମୋଦନ କରାଯାଇଛି। ଯାହାଦ୍ୱାରା ୬ ଲକ୍ଷ ୧ ହଜାର କୋଟିର ପୁଞ୍ଜିନିବେଶ ଏବଂ ୩ ଲକ୍ଷ ୭୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ସରକାର।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)