Advertisment

Actor Vijay: ପୂରା ତାମିଲନାଡୁ ବୁଲିବେ, ୨କୋଟି ସଦସ୍ୟ ସଂଗ୍ରହ ଲକ୍ଷ୍ୟ...ଏଥର ଲଢ଼େଇ ଜୋରଦାର

ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜୟ ପୂରା ତାମିଲନାଡୁ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସରେ ଶେଷ ହେବ।

author-image
Manasranjan Mohanty
ଅଦ୍ୟତନ ହୋଇଛି
vijaya

vijaya

ଟିଭିକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ସାଉଥ ସୁପରଷ୍ଟାର ବିଜୟ ଥାଲାପତି । ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତମିଲଗା ଭେଟ୍ଟ୍ରୀ କଜଗମ (TVK) ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜୟଙ୍କ ନାଁ ଘୋଷଣା ହେବା ପରଠୁ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Advertisment
VIJAYAVIJAYA

ବିଜୟ ସ୍ପଷ୍ଟ କରି ଦେଇଛନ୍ତି ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହିତ ମେଣ୍ଟ କରିବ ନାହିଁ। ତେବେ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଥର ଲଢ଼େଇ ଜୋରଦାର ହେବ । କାରଣ ବିଜୟଙ୍କ ଭଳି ଷ୍ଟାର ଭୋଟରଙ୍କୁ ପ୍ରଭାବିତ କରିବେ ନିଶ୍ଚୟ । 

VIJAYAVIJAYA

ବିଜୟ ଗତବର୍ଷ ନିଜର ରାଜନୈତିକ ଦଳ ଆରମ୍ଭ କରିଥିଲେ । ୨୭ ଅକ୍ଟୋବର ୨୦୨୪ରେ ଏକ ରାଲିରେ ବିଜୟ ଘୋଷଣା କରିଥିଲେ କି ୨୦୨୬ରେ ତାଙ୍କ ଦଳ ବିଧାନସଭା ନିର୍ବାଚନ ଲଢ଼ିବ । 

Advertisment
VIJAYAVIJAYA

ଆଜି ଦଳର ଏକ କମିଟି ବୈଠକରେ ଅନେକଗୁଡ଼ିଏ ପ୍ରସ୍ତାବ ପାରିତ ହୋଇଛି। ଆଗକୁ ନିର୍ବାଚନ ଥିବା ବେଳେ ଦଳ କାହା ସହିତ ମେଣ୍ଟ କରିବ ବା ନକରିବ, ସେ ନେଇ ନିଷ୍ପତ୍ତି ନେବାର ସମସ୍ତ କ୍ଷମତା ସଂପୂର୍ଣ୍ଣ ଭାବେ ବିଜୟଙ୍କୁ ଦିଆଯାଇଛି।

VIJAYAVIJAYA

ନିର୍ବାଚନ ପୂର୍ବରୁ ଦଳ ତା’ର ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବ। ଦଳ ରାଜ୍ୟରେ ୨ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।

VIJAYAVIJAYA

ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜୟ ପୁରା ତାମିଲନାଡୁ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସରେ ଶେଷ ହେବ। ଦଳର ଦ୍ୱିତୀୟ ରାଜ୍ୟ ସ୍ତରୀୟ ସମାବେଶ ଆସନ୍ତା ମାସ ଅଗଷ୍ଟରେ ଅନୁଷ୍ଠିତ ହେବ।

Tamilnadu Vijay Thalapathy CM
Advertisment
Related Articles
Advertisment