ଆକ୍ସନ୍-ପ୍ୟାକ୍ ପିରିୟଡ୍ ଡ୍ରାମା ଫିଲ୍ମ 'ଛାଭା' ୨୦୨୫ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଫିଲ୍ମ ଗତ ୧୪ ଦିନ ଧରି ଦୁଇ ଅଙ୍କ ବିଶିଷ୍ଟ ରୋଜଗାର କରୁଛି। ତେବେ ଜାଣିବା ଭିକି କୌଶଲଙ୍କ 'ଛାଭା' ବର୍ତ୍ତମାନ ପର୍ଯ୍ୟନ୍ତ କେତେ କୋଟି ଟଙ୍କା ରୋଜଗାର କରିଛି।
‘ପୁଷ୍ପା ୨’ ପାଇଁ ‘ଛାଭା’ ବିପଦ। ‘ପୁଷ୍ପା ୨’ ର ପ୍ରଥମ ଦିନର ରୋଜଗାର ୧୬୪.୨୫ କୋଟି ଥିଲାବେଳେ ‘ଛାଭା’କୁ ଏହି ରୋଜଗାର କରିବାକୁ ୫ ଦିନ ଲାଗିଥିଲା। ଏହାକୁ ଦେଖିଲେ, ଲାଗେ ‘ଛାଭା’ କିପରି ‘ପୁଷ୍ପା ୨’ ପାଇଁ ବିପଦ ହୋଇପାରେ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ନିଶ୍ଚୟ ଆସୁଥିବ। ଆସନ୍ତୁ ଏ ବିଷୟରେ ଜାଣିବା।
ବକ୍ସ ଅଫିସରେ ଚାଲିଛି 'ଛାଭା' କ୍ରେଜ୍। ମାତ୍ର ୫ ଦିନରେ ୧୬୫ କୋଟିରୁ ଅଧିକ ରୋଜଗାର କରି 'ପୁଷ୍ପା୨' କୁ ପଛରେ ପକାଇ ଦେଇଛି ଆଉ ୨୦୨୫ର ସବୁଠାରୁ ବଡ ବଲିଉଡ୍ ଚଳଚ୍ଚିତ୍ରରେ ପରିଣତ ହୋଇଛି।
'ଛାଭା ରିଲିଜ୍ ହେବାକୁ ଆଉ କେଇଟା ଦିନ ବାକି ଅଛି, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ 'ଛାଭା' କୋଟି କୋଟି ଟଙ୍କା ରୋଜଗାର କରୁଛି। ନିକଟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଲୋକମାନେ ବହୁ ସଂଖ୍ୟାରେ ଟିକେଟ୍ ବୁକିଂ କରୁଛନ୍ତି।
ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ହିଷ୍ଟୋରିକାଲ ଆକ୍ସନ ଡ୍ରାମା ଛାବାକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି। ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରରେ ରହିଥିବା ଡ୍ୟାନ୍ସ ସିକ୍ୟୁଏନ୍ସକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ସହିତ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି ଉତ୍ତେକର।
'ଛାଭା'ର ଟ୍ରେଲର୍ ରିଲିଜ୍ ପରେ ଏହାକୁ ଖୁବ ପ୍ରଶଂସା ମିଳୁଛି। ଏହାରି ଭିତରେ ଫିଲ୍ମକୁ ନେଇ ବିବାଦ ମଧ୍ୟ ଦେଖାଦେଲାଣି। ଏବେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଦାବି କରିଛନ୍ତି ଯେ 'ଛାଭା'ର ରିଲିଜ୍ ପୂର୍ବରୁ ପ୍ରଥମେ ବିଶେଷଜ୍ଞଙ୍କୁ ଦେଖାଯାଉ।
ଭିକି କୌଶଲଙ୍କ 'ଛାଭା'ର ଦମଦାର ଟିଜର୍ ରିଲିଜ ହୋଇଛି, ଯେଉଁଥିରେ ଭିକି କୌଶଲ ଛତ୍ରପତି ସାମ୍ବାଜୀ ମହାରାଜ ଭୂମିକାରେ ତାଙ୍କ ଶତ୍ରୁମାନଙ୍କ ସହ ଲଢୁଥିବାର ନଜର ଆସିଛନ୍ତି। ଲମ୍ବା କେଶ ସହିତ ଭିକି କୌଶଲଙ୍କ ଦମଦାର୍ ଲୁକ୍ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରୁଛି।