/odishatv-khabar/media/post_attachments/uploadimage/library/16_9/16_9_0/EpFO_1749799073.jpg)
EpFO
EPFO ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା। CBI ଜାଲରେ ବ୍ରହ୍ମପୁର EPFO ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ଧରାପଡ଼ିଲେ ବ୍ରହ୍ମପୁର EPFO ଅଧିକାରୀ ଅନୀଲ ପତି। CBI ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି ।
ଅଧିକ ପଢ଼ନ୍ତୁ: ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ED ଡେପୁଟି ଡାଇରେକ୍ଟର, ମାଡ଼ି ବସିଲା CBI
ଏକ କମ୍ପାନୀ କର୍ତ୍ତୃପକ୍ଷ ନିଜର କର୍ମଚାରୀଙ୍କ EPFO କାମ ପାଇଁ ଅନୀଲଙ୍କ ପାଖକୁ ଯାଇଥିଲେ। ସେଥିପାଇଁ ଡିଜିଟାଲ୍ ଦସ୍ତଖତର ଆବଶ୍ୟକତା ଥିଲା। ଅନୀଲ ଡିଜିଟାଲ୍ ଦସ୍ତଖତ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ଏନେଇ କମ୍ପାନୀ କର୍ତ୍ତୃପକ୍ଷ CBIକୁ ଜଣାଇଥିଲେ। ଗତକାଲି ରାତି ୧୦ ଟା ବେଳେ ଅନୀଲ ଲାଞ୍ଚ ଟଙ୍କା ନେଇ ଆସିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କହିଥିଲେ।
କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ଲାଞ୍ଚ ଟଙ୍କା ନେଇ ଆସିଥିଲେ। ର୍ପୂବ ଯୋଜନା ମୁତାବକ CBI ଅଧିକାରୀ ଛକି ରହିଥିଲେ। ଲାଞ୍ଜିପଲ୍ଲୀ ନିକଟରେ ଅନୀଲ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା CBI ଅଧିକାରୀ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲା। ପରେଅନୀଲଙ୍କୁ ଗିରଫ କରିଥିଲା CBI।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)