Ayushman Card
ଅଲ୍ ଇଣ୍ଡିଆ ହେଲଥ କେୟାର୍ ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଳାଞ୍ଜନା ମୁଖାର୍ଜୀ କହିଛନ୍ତି, ଆୟୁଷ୍ମାନ ଭାରତ କାର୍ଡରେ ଅନେକଗୁଡିଏ ସଫ୍ଟୱେୟାର ସମ୍ପର୍କିତ ସମସ୍ୟା ଦେଖାଯାଉଛି । ରୋଗୀଙ୍କ ସହ ଡାକ୍ତରଙ୍କ ଫଟୋ ବାଧ୍ୟତାମୂଳକ ଥିବାରୁ ଡାକ୍ତରମାନେ ଫଟୋ ଉଠାଇବାକୁ ରାଜି ହେଉନାହାନ୍ତି। ଫଳରେ ଲୋକେ ପରୋକ୍ଷରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାବାଦ୍ ପଞ୍ଜୀକରଣ ସମୟରେ ଓଟିପି ଜେନେରେଟ୍ ଟାଇମ୍ ଆଉଟ୍ ୧୦ ମିନିଟରୁ ବି କମ୍ ରହିଛି। ହସ୍ପିଟାଲରେ ମଧ୍ୟ ଟେକ୍ନିକାଲ ସମସ୍ୟା ରହୁଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ସେହିପରି ପ୍ରତି ପରିବାରକୁ BSKY କାର୍ଡ ମିଳୁଥିଲା, ମାତ୍ର ଆୟୁଷ୍ମାନ ଭାରତ କାର୍ଡ ସମସ୍ତେ ପାଇ ପାରୁଛନ୍ତି । ଏହାଦ୍ୱାରା ପଞ୍ଜୀକରଣରେ କିଛି ସମସ୍ୟା ଦେଖାଯାଉଛି । ତଥାପି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)