/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682581023.jpg)
vigilance raid
କଟକ ବଡମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜେଇଙ୍କ ନାଁ ହେଉଛି ବାଉରୀବନ୍ଧୁ ପରିଡା । ସେ ବିଲ ପାସ୍ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
Advertisment
ମୁଗଗହୀର ପଂଚାୟତର ଏକ ପ୍ରକଳ୍ପ କାର୍ଯ୍ୟର ବିଲ ତ୍ୱରାନ୍ୱିତ ପାଇଁ ସେ ଲାଞ୍ଚ ନେଉଥିଲେ। ୫ଟି ପଂଚାୟତ ଦାୟିତ୍ବରେ ଅଛନ୍ତି ଜେଇ ବାଉରୀବନ୍ଧୁ। ସେ ପ୍ରତି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା। ସେହିପରି ଅନ୍ୟ ୩ଟି ଜାଗାରେ ରେଡ୍ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ସେପଟେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି କିରାଣି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଇଓ ଅଫିସ୍ର କନିଷ୍ଠ କିରାଣି ମାନସ ଧଳ। ଶିକ୍ଷକଙ୍କ ବକେୟା ଦରମା ଉଠାଣ ପାଇଁ ମାନସ ଲାଞ୍ଚ ନେଉଥିଲେ। ସେ ଧରାପଡ଼ିବା ପରେ ଆୟ ବହିର୍ଭୂତ ସଂପତ୍ତି ଲିଙ୍କ୍ ରେ ୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)