Advertisment

୯୦ ଲକ୍ଷ ମାଗିଲେ, ୫୫ ଲକ୍ଷ ଟଙ୍କା ନେଲେ... ତଥାପି ମିଳିଲାନି ଟିକେଟ୍‌, ଶେଷରେ...

ଆମ୍‌ ଆଦମୀ ପାର୍ଟିର ବିଧାୟକଙ୍କ ଶାଳକଙ୍କ ସମେତ ୩ ଜଣଙ୍କୁ ACB ଗିରଫ କରିଛି। ଜଣେ ମହିଳାଙ୍କୁ କାଉନସିଲର୍‌ ଟିକେଟ୍ ଦେବା ନାଁରେ ୯୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଏହି ଗିରଫ ହୋଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bribe for Delhi MCD Polls Ticket

Three Arrests Including Aap MLA Brother In Law By Delhi ACB

ଦିଲ୍ଲୀର ଆଣ୍ଟି କରପ୍‌ସନ୍‌ ବ୍ରାଞ୍ଚ(ACB) ଆମ୍‌ ଆଦମୀ ପାର୍ଟିର ବିଧାୟକଙ୍କ ଶାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଜଣେ ମହିଳାଙ୍କୁ କାଉନସିଲର୍‌ ଟିକେଟ୍ ଦେବା ନାଁରେ ୯୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଏହି ଗିରଫ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ବିଧାୟକଙ୍କ ଶାଳକ ଓମ୍‌ ସିଂଙ୍କ ସମେତ ପିଏ ବିଶାଲ ପାଣ୍ଡେ ଓ ପ୍ରିନ୍ସ ରଘୁବଂଶୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। 

Advertisment

ସୂଚନା ଅନୁସାରେ, କମଳା ନଗରର ୱାର୍ଡ ନମ୍ବର-୬୯ରେ ଏହି ମାମଲା ବୋଲି ଜଣାପଡ଼ିଛି। ଆପ୍‌ କାର୍ଯ୍ୟକର୍ତ୍ତା ଶୋଭା ଖାରୀ ଦଳୀୟ ଟିକେଟ୍‌ ମାଗିଥିଲେ। ଅଭିଯୋଗ ହୋଇଛି ଯେ, ବିଧାୟକ ଅଖିଳେଶ ପତି ତ୍ରିପାଠୀ ଟିକେଟ୍‌ ବଦଳରେ ୯୦ ଲକ୍ଷ ଟଙ୍କା ମାଗିଥିଲେ। 

ଅଭିଯୋଗକାରିଣୀଙ୍କ କହିବା ଅନୁସାରେ, ଏଥିପାଇଁ ସେ ୩୫ ଲକ୍ଷ ଟଙ୍କା ଅଖିଳେଶ ତ୍ରିପାଠୀ ଓ ୨୦ ଲକ୍ଷ ଟଙ୍କା ୱଜିରପୁର ବିଧାୟକ ରାଜେଶ ଗୁପ୍ତାଙ୍କୁ ଲାଞ୍ଚ ଦେଇଥିଲେ। ଏନେଇ ଆଣ୍ଟି କରପ୍‌ସନ୍‌ ବ୍ରାଞ୍ଚ୍‌ ସୂଚନା ପାଇବା ପରେ ବିଧାୟକଙ୍କ ଶାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା।

Advertisment
Bribery AAP Aam Aadmi Party
Advertisment
Advertisment