ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ଦେଖିବାକୁ ମିଳିଛି। ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଏହି ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା।
କେଉଁ ପରିସ୍ଥିତିରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ।
ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ଗଞ୍ଜାମ ଜିଲ୍ଲାରେ ୨ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।
ଦଳରେ କୁହୁଳୁଛି ପୁରୁଖା ନେତାଙ୍କ ଅସନ୍ତୋଷ I ୨୪ ନିର୍ବାଚନରେ ବିଜେଡି ଆପଣାଇବ କି ପୌର ଏକ୍ସପେରିମେଣ୍ଟ? ମହାନଗରରେ ନୂଆ ମୁହଁ ଓ ବସ୍ତି ମହିଳାଙ୍କୁ ଡେପୁଟି ମେୟର ପଦ
ବିଜେଡି ନେତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭୋଟ୍ ଦେଲେ ନାହିଁ ବୋଲି ଅପହରଣ କଲେ ଆଉ ମାଡ଼ ମାରିଲେ। ନିର୍ବାଚନ ସମୟରେ କାହିଁକି ତାଙ୍କ ପାର୍ଟିକୁ ଭୋଟ୍ ନଦେଇ ଅନ୍ୟ ପାର୍ଟି ସପକ୍ଷରେ ମତଦାନ କରିଥିବା ଅଭିଯୋଗ ଆଣି ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ।
ବିଜେଡି ନେତା ଶାନ୍ତନୁ କୁମାର ଥାଟୀ ଏବଂ ତାଙ୍କର କିଛି ସମର୍ଥକ କଣ୍ଟାମାଳ ବ୍ଲକର ସହାୟକ ଯନ୍ତ୍ରୀ ସ୍ମୁତି ରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଏକ ଭୁଜାଲିରେ ଆକ୍ରମଣ କରିଥିଲେ ବିଜେଡି ନେତା ଓ ତାଙ୍କର ସମର୍ଥକ।
ଇଲୋ ବୋଉ... ହଇରେ ନାରଣ, ଆମ ପ୍ରମିଳା ଅପା ତ କଥା କହି ଜାଣି ନାହାନ୍ତି। ନିଜ ଦଳ ପାଇଁ ଭୋଟ୍ ମାଗିଲେ ତ ମାଗିଲେ, ହେଲେ ଏଇ ମାଛ ଦଳ କିଏ କିରେ? ଶଙ୍ଖ ଭିତରେ କଣ ମାଛ ପଶିକି ଅଛି?
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦହଣା ଗାଁରେ ଗୁଳିକାଣ୍ଡ। ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି।
ହେଇଲୋ...ନେତ୍ରୀଙ୍କ ହାତରେ ନଡ଼ିଆ ଭାଙ୍ଗିଲାନି, ନେତାଙ୍କ ହାତରେ ଫିଟା କଟିଲାନି। ଘଂଟା ପ୍ରତି ଶହେ ସ୍ପିଡ୍ରେ ଫଳକ ଉଦଘାଟନ କରିବାରେ ନେତାଏ ବ୍ୟସ୍ତ କିନ୍ତୁ ଏ ଫିତା କି ନଡ଼ିଆ କିଛି ଶୁଣୁନାହାନ୍ତିରେ ନାରଣ...
ଆଜି ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ। ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ସେ ସମ୍ପର୍କରେ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହୋଇପାରେ।
ବିଜେଡି ନେତା ତଥା ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ..ପୁଲିସ ଡିଜି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଅର୍ପଣ କରିବା ପରେ ପୁରୀରେ ପହଞ୍ଚିଛି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍..
ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଗତ ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତ ରଞ୍ଜନଙ୍କ ମୃତଦେହ ମିଳିଥିଲା।
୨୦୧୨ରେ ଆୟୁଷ ଡାକ୍ତର ମାଧବୀଲତା ମୃତ୍ୟୁ ବେଳେ ବି ସଂଜୟ ଦାସବର୍ମା ବିବାଦରେ ଥିଲେ। ଶାସକ ଦଳ ଛତ୍ରଛାୟାରେ ଥିବାରୁ କୌଣସି ପଦକ୍ଷେପ ନିଆଯାଉନି ବୋଲି ବିଜେପି ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି।
ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ପୋଷାକର ରଙ୍ଗ ଗେରୁଆ । କିନ୍ତୁ ରାଜନୀତିରେ ତାଙ୍କର ରଙ୍ଗ ଗୋଟିଏ ନୁହେଁ । ସେ ଦିନେ କଂଗ୍ରେସରେ ଥିଲେ । ଏବେ ବିଜେଡିରେ ଅଛନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଢେର୍ ପ୍ରଶଂସା କରୁଛନ୍ତି । ବିଜେପିର ହିନ୍ଦୁତ୍ୱ ଆଭିମୁଖ୍ୟକୁ ସେ ସମର୍ଥନ କରୁଛନ୍ତି । ସେ ଆଗକୁ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ବୋଲି କହୁଛନ୍ତି ।