ବାର୍ଡ ଫ୍ଲୁ ଚିହ୍ନଟ ପରେ ଚାଲିଛି କୁକୁଡା କଲିଂ। ଚାଷୀ ଆଖି ଆଗରେ ତାର ମାସ ମାସର ପରିଶ୍ରମକୁ ମାରି ସଫା କରିଦିଆଯାଉଛି। କେଉଁଠି ୨ ହଜାର ତ କେଉଁଠି ୪ ହଜାର ବେଧଡ଼କ ଚାଲିଛି କୁକୁଡା ମରା ଅଭିଯାନ।
କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ।
ଚିନ୍ତା ବଢ଼ାଇଛି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ପିପିଲି ଓ ସତ୍ୟବାଦୀରେ ମରାଗଲାଣି ୨୬ ହଜାରରୁ ଅଧିକ କୁକୁଡ଼ା । ମଣିଷଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗର ଆଡଭାଇଜରି ।
ବଢ଼ିଲା ବାର୍ଡ ଫ୍ଲୁ ଭୟ । ସଂକ୍ରମଣ ରୋକିବାକୁ ଚାଲିଲା କଲିଂ । ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପିପିଲି ଆବଲପୁର ଗାଁରେ କୁକୁଡ଼ା ମରା ଅଭିଯାନ ହୋଇଛି ।