Advertisment

Bird Flu Outbreak in Delang: କୁକୁଡ଼ା ଚାଷୀଙ୍କ ବଢିଲା ଚିନ୍ତା, ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଲେ ମନ୍ତ୍ରୀ

ପୁରୀ ଡେଲାଙ୍ଗ ଅଞ୍ଚଳରେ ବର୍ଡ୍ ଫ୍ଲୁ ର ସଂକ୍ରମଣ ବୃଦ୍ଧି ପାଇଛି। ଏହାର ପ୍ରଭାବ ଓ ଆସନ୍ତା ଦିନରେ କୃଷକଙ୍କ ଉପରେ କେମିତି ପ୍ରଭାବ ପକାଇବ ତାହା ନେଇ ଚିନ୍ତା ବୃଦ୍ଧି ପାଇଛି।

author-image
Ramakrushna Dakua
ଅଦ୍ୟତନ ହୋଇଛି
Bird Flu

Bird Flu

ଭୁବନେଶ୍ୱର/ପିପିଲି: ବାର୍ଡ଼ ଫ୍ଲୁ ରେ ସଂକ୍ରମିତ ସମଗ୍ର ଡେଲାଙ୍ଗ ଅଞ୍ଚଳ l କୋଠାବାଡ଼ ପଂଚାୟତର ବଡ଼ ଅଂକୁଲା ଗ୍ରାମରେ ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମରୁ ନମୁନା ଜଣା ପଡିବା ପରେ ଆଜି ଦ୍ବିତୀୟ ଦିନରେ ମଧ୍ୟ ସଂକ୍ରମିତ କୁକୁଡ଼ା ମରା ଅଭିଯାନ ଜାରି ରହିଛି । ଦ୍ୱିତୀୟ ଦିନରେ ୩ ହଜାର ୪ଶହ ୨୫ କୁକୁଡା କଲିଂ କରିଛି ପ୍ରାଣୀ ଚିକିତ୍ସା ବଭାଗ lଗତକାଲି ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗ ବେନୁପଡ଼ା ସ୍ଥିତ ରିତା ରାୟଙ୍କ ଫାର୍ମରୁ ୩ହଜାର ୩ଶହ ୧୬ କୁକୁଡ଼ା ମରାଯାଇଥିଲା ବେଳେ ଆଜି ଦ୍ବିତୀୟ ଦିନରେ ଡାକପଡ଼ା ଗ୍ରାମର ନବକିଶୋର ଖଟେଇଙ୍କ ଫାର୍ମରେ ୫ ଗୋଟି RRT ଟିମ୍ ପହଞ୍ଚି ୩ ହଜାର ୪୨୫ ଗୋଟି କୁକୁଡ଼ା କଲିଂ କରିଛନ୍ତି l ଏହା ସହିତ ଆଜି ଡେଲାଙ୍ଗର ୫ଟି କୁକୁଡ଼ା ଫାର୍ମରୁ ନମୁନା ସଂଗ୍ରହ କରଯାଇ ସଂରକ୍ଷିତ ରଖାଯାଇଛି । ଏହାକୁ ଆସନ୍ତା କାଲି ଭୋପାଳ ସ୍ଥିତ NIHSAD ପରୀକ୍ଷଣ କେନ୍ଦ୍ରକୁ ପଠାଯିବ l ଚିହ୍ନଟ ଅଞ୍ଚଳ ଠାରୁ ୧୦ କିମି ପରିଧି ମଧ୍ୟରେ ମୋଟ ୨ଟି ରାପିଡ଼ ରେସପନ୍ସ ଟିମ୍ ସର୍ବେକ୍ଷଣ କାର୍ଯ୍ୟ ସାରିଛନ୍ତି ।

Advertisment

କେବଳ ଡେଲାଙ୍ଗରେ ଯେ କୁକୁଡ଼ା ମଡକ ପଡ଼ିଛି ତା ନୁହଁ l ଏବେ ପିପିଲି ଓ ନିମାପଡ଼ାର ଅନେକ ଅଞ୍ଚଳରେ କୁକୁଡ଼ା ମଡକ ଦେଖିବାକୁ ମିଳିଛି l କିନ୍ତୁ ଏହି ସବୁ ଅଞ୍ଚଳରେ କୁକୁଡ଼ାକୁ ବାର୍ଡ ଫ୍ଲୁ ହୋଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ତଥାପି କୁକୁଡ଼ା ଚାଷୀମାନେ ସେମାନଙ୍କ ଅଞ୍ଚଳରୁ ନମୁନା ସଂଗ୍ରହ କରିବା ପାଇଁ ଦାବି କରୁଛନ୍ତି l ଅନ୍ୟପଟେ ପୁରୀ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି, ଏ ନେଇ ଆମକୁ କୌଣସି ସୂଚନା ମିଳିନାହିଁ । ଯଦି ଏମିତି କିଛି ସୂଚନା ଆସେ ତେବେ ଆମେ ଯାହା କିଛି ପଦକ୍ଷେପ ନେବୁ l

 ସେପଟେ ଆଜି ଅପରାହ୍ନରେ ପଶୁ ସମ୍ପଦ ଓ ପ୍ରାଣୀ ପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ସାଙ୍ଗରେ ରହିଥିଲେ ପ୍ରାଣୀ ପାଳନ ବିଭାଗୀୟ ନିର୍ଦେଶକ ବିଜୟ ଅମୃତ କୁଲାଙ୍ଗେ । ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ବାର୍ଡ଼ ଫ୍ଲୁକୁ ଭୟ ନକରିବା ପାଇଁ ପରାମର୍ଶ ଦେଇଥିଲେ l ଏବେ ଡେଲାଙ୍ଗ ଅଂଚଳ ରେ ବାର୍ଡ଼ ଫ୍ଲୁ ଏବେ ନିୟନ୍ତ୍ରଣରେ ରହିବା ସହିତ ଏହା ଅନ୍ୟ ସ୍ଥାନ କୁ ବିସ୍ତାର କରିବା ସମ୍ଭାବନା କମ ବୋଲି ମନ୍ତ୍ରୀ ଏବଂ ନିର୍ଦ୍ଦେଶକ କହିଛନ୍ତି  । 

Advertisment
Odisha News Puri Bird Flu Outbreak In Odisha
Advertisment
Related Articles
Advertisment