Advertisment

ମାଡ଼ି ଚାଲିଛି ବାର୍ଡ ଫ୍ଲୁ; ଭୁବନେଶ୍ବରରେ କଂପନ, ଚିକେନ୍ ଓ ଅଣ୍ଡାକୁ ଡରିଲେଣି ଗ୍ରାହକ...

କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ।

author-image
Sujit kumar Swain
undefined

Alert as Bird Flu

ହାଟରେ ବାଟରେ ଏବେ ଗୋଟିଏ ଚର୍ଚ୍ଚା ‘ବାର୍ଡ ଫ୍ଲୁ’। କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ। ପଡ଼ୋଶୀ ପୁରୀ ଜିଲ୍ଲାରେ ବାର୍ଡ ଫ୍ଳୁ ବ୍ୟାପିବା ପରେ ରାଜଧାନୀବାସୀଙ୍କୁ ଚେତାଇ ଦେଇଛି ପ୍ରଶାସନ। ଚିକେନ୍ ଖାଇବାକୁ ବାରଣ ସହ ପ୍ରଭାବିତ ଅଞ୍ଚଳରୁ କୁକୁଡ଼ା ଆଣିଲେ ବ୍ୟବସାୟୀଙ୍କ ବିରୋଧରେ ଆକ୍ସନ ଚେତାବନୀ 
ଦେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ।

Advertisment

ବାର୍ଡ ଫ୍ଲୁର ହଟସ୍ପଟ୍ ସାଜିଛି ପୁରୀ ଜିଲ୍ଲା । ଭୁବନେଶ୍ବରରେ କିନ୍ତୁ କଂପନ । କେଉଁଠି ଗ୍ରାହକ ଡରିଲେଣି ଚିକେନ୍ ଆଉ ଅଣ୍ଡା ଖାଇବାକୁ । ଆଉ କେଉଁଠି ବ୍ୟବସାୟୀ କହିଲେଣି ଚିକେନ୍ ବେପାର ପୁରା ଡାଉନ୍ । ମାଡ଼ି ଚାଲିଥିବା ବାର୍ଡ ଫ୍ଲୁର ସିଧା ପ୍ରଭାବ ପଡ଼ିଛି ରାଜଧାନୀର ଆମିଷ ମାର୍କେଟ ଉପରେ। ମାଛ ନଚେତ୍ ମଟନ୍ ସେଣ୍ଟରରେ ବାର ଦେଖି ପୂର୍ବ ଅପେକ୍ଷା ଆମିଷ ପ୍ରେମୀଙ୍କର ଭିଡ଼ ରହୁଛି, ହେଲେ ଚିକେନ୍ ସେଣ୍ଟର କିନ୍ତୁ ଖାଁ ଖାଁ। ଯେଉଁଠି ଦିନେ କିଲୋ ପିଛା ୨୪୦ରୁ ୨୫୦ ଥିଲା ଚିକେନ୍ ରେଟ୍, ବାର୍ଡ ଫ୍ଲୁ ପରେ ୨ଶହ ତଳକୁ ଖସି ଆସିଛି ଦର। ଆହୁରି ବି ଦର ଖସନ୍ତା, କିନ୍ତୁ ବହୁଳ ମାତ୍ରାରେ କୁକୁଡ଼ା ଚାଷ ହେଉଥିବା ପୁରୀ ଜିଲ୍ଲାର ପିପିଲି, ନିମାପଡ଼ା ଏବଂ ଡେଲାଙ୍ଗ ଆଦି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପି ଥିବାରୁ ପଡ଼ୋଶୀ ରାଜ୍ୟରୁ ଅଣାଯାଉଛି କୁକୁଡ଼ା ଆଉ ଅଣ୍ଡା। ବିଶେଷ କରି ଆନ୍ଧ୍ର, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ମାଲ୍ ଅଣାଯାଉଛି, ତେଣୁ ଘାଟା ସହିବାକୁ ପଡୁଥିବା କହିଛନ୍ତି ବ୍ୟବସାୟୀ। 

ଏଣେ ପଡ଼ୋଶୀ ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ ପରେ ରାଜଧାନୀରେ ଆକ୍ସନ ମୋଡକୁ ଆସିଛନ୍ତି BMC କର୍ତ୍ତୃପକ୍ଷ। ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଶୁଣାଇଛନ୍ତି BMC କମିଶନର। 

Advertisment

କେବଳ ଏତିକି ନୁହେଁ, ଚିକେନ ଖାଉଥିବା ଓ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ବାର୍ଡ ଫ୍ଲୁ ସଂପର୍କରେ ସଚେତନତା ପାଇଁ ବିଜ୍ଞପ୍ତି ବି ଜାରି କରାଯାଇଛି। ସେହିପରି ଅସ୍ବାଭାବିକ ଭାବେ ଯଦି କେଉଁଠି କୁକୁଡ଼ା ଅସୁସ୍ଥ ହେଉଛନ୍ତି ଅବା ମୃତ୍ୟୁ ହେଉଛି, ସେ ସଂପର୍କରେ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର ନଚେତ୍ ୱାର୍ଡ ଅଫିସରେ ଜଣାଇବାକୁ କହିଛନ୍ତି। କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି କିମ୍ବା ଶିଶୁ ଜ୍ବର, ଛିଙ୍କ, କାଶ ଲାଗିରହିଲେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରିବାକୁ ବି କହିଛନ୍ତି। ଏସବୁ ଭିତରେ ମେୟରଙ୍କ ପରାମର୍ଶ, ରାଜଧାନୀବାସୀ କିଛିଦିନ ପାଇଁ ଚିକେନ ନ ଖାଇଲେ ଭଲ ।

ସେପଟେ କିନ୍ତୁ ବାର୍ଡ ଫ୍ଲୁର ହଟସ୍ପଟ ପୁରୀ ଜିଲ୍ଲାରେ ସ୍ଥିତି କାବୁ ହେଉନି। ପିପିଲିରୁ କ୍ରମେ ଡେଲାଙ୍ଗ, ପରେ ନିମାପଡ଼ା ଅଞ୍ଚଳକୁ ବ୍ୟାପିଲାଣି। ଜିଲ୍ଲାପାଳ କହିଛନ୍ତି, ସବୁଠି କଣ୍ଟେନମେଣ୍ଟ କରାଯାଉଛି। ପୋଲିସ ପକ୍ଷରୁ ତନଖି ସହ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ସଚେତନ କରାଯାଉଛି । 

Bird Flu Safety Bird Flu Bird Flu Scare In Odisha Bird Flu Outbreak In Odisha
Advertisment
Advertisment