/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756121358.jpg)
BCCI cancels contracts with Dream11
ବିସିସିଆଇର ବଡ଼ ନିଷ୍ପତ୍ତି । ଏସିଆ କପ୍ ପୂର୍ବରୁ ଏହାର ସବୁଠାରୁ ବଡ଼ ସ୍ପୋନ୍ସର ଅନଲାଇନ୍ ଗେମିଂ ଆପ୍ - ଡ୍ରିମ୍ ଇଲେଭେନ୍ ସହ ସବୁ ପ୍ରକାର ଚୁକ୍ତି ବାତିଲ୍ କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ।
ଭାରତ ସରକାରଙ୍କ ଅନଲାଇନ୍ ଗେମିଂ ନିୟମାବଳୀ ଓ ନିଷେଧ ଆଇନ 2025 ପାସ୍ ହେବା ପରେ ରିଅଲ୍-ମନି ଗେମିଂ, ଫ୍ୟାଣ୍ଟାସି ସ୍ପୋର୍ଟସ୍ ସହିତ ସମସ୍ତ ବିଜ୍ଞାପନ ଓ ସ୍ପୋନ୍ସରଶିପକୁ ଅବୈଧ ଘୋଷଣା କରାଯାଇଛି । ଏହା ଫଳରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ସହିତ ଅନଲାଇନ୍ ଫ୍ୟାଣ୍ଟାସି ଗେମିଂ ପ୍ଲାଟଫର୍ମ Dream11ର ୩୫୮କୋଟି ଟଙ୍କାର ଜର୍ସି ସ୍ପନ୍ସରଶିପ୍ ଚୁକ୍ତି ବାତିଲ୍ ହୋଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଆମେ ଆଗକୁ କେବେବି ଏପରି ରିଆଲ୍-ମନି ଗେମିଂ ସଂଗଠନ ସହିତ ସହଯୋଗ କରିବୁ ନାହିଁ । ଟିମ୍ ଇଣ୍ଡିଆ ପାଇଁ ଶୀଘ୍ର ନୂଆ ସ୍ପୋନ୍ସର୍ ଖୋଜିବା ପ୍ରୟାସ ଆରମ୍ଭ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିବା Asia Cup 2025ରେ ଭାରତୀୟ ଟିମ୍ ପ୍ରଥମଥର ପାଇଁ ବିନା ସ୍ପନ୍ସରରେ ଖେଳିପାରେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ, ଅନଲାଇନ୍ ଗେମିଂ ବିଲ୍-୨୦୨୫ର ପ୍ରମୋସନ୍ ଏବଂ ରେଗୁଲେସନ୍ ଏବେ ଏକ ଆଇନରେ ପରିଣତ ହୋଇଛି । ଏହି ଆଇନ ସମସ୍ତ ପ୍ରକାରର ରିୟଲ ମନି ଗେମ୍ ଅର୍ଥାତ୍ ଟଙ୍କା ଉପରେ ଆଧାରିତ ଅନଲାଇନ୍ ଖେଳକୁ ନିଷିଦ୍ଧ କରିଛି । ପରିଣାମ ସ୍ୱରୂପ କୁହାଯାଉଥିବା ଭାରତର ସବୁଠାରୁ ବଡ଼ ଫ୍ୟାଣ୍ଟାସି ସ୍ପୋର୍ଟସ୍ ପ୍ଲାଟଫର୍ମ ଡ୍ରିମ୍-୧୧କୁ ଏହାର ସମସ୍ତ ଦେୟଯୁକ୍ତ ଖେଳ ବନ୍ଦ କରିବାକୁ ପଡିଛି । ସରକାରଙ୍କ ନୂଆ ଆଇନ ବଳରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଅନଲାଇନ୍ ଫାଣ୍ଟାସି ଗେମିଂ ପ୍ଲାଟଫର୍ମ Dream11 ସହ ୩୫୮କୋଟି ଟଙ୍କାର ଜର୍ସି ସ୍ପନ୍ସରଶିପ୍ ଚୁକ୍ତି ବାତିଲ୍ କରିଛି ।
ନୂଆ ଆଇନ ପାଇଁ ପୂର୍ବରୁ କୋଟି କୋଟି ଟଙ୍କାର ସ୍ୱପ୍ନ ଦେଖାଇଥିବା ଡ୍ରିମ୍-୧୧ ଏବେ ଅଲବିଦା କହିଛି । କମ୍ପାନୀ ସୋସିଆଲ୍ ମିଡିଆରେ ଏକ ବିବୃତ୍ତି ଜାରି କରି କହିଛି ଯେ, ସେମାନେ ସରକାରଙ୍କ ଠାରୁ ପ୍ରୋଗେସିବ୍ ରେଗୁଲେସନର ଆଶା କରୁଥିଲା । ହେଲେ ତାହା ହେଲା ନାହିଁ, ତେବେ ମଧ୍ୟ କମ୍ପାନୀ ଆଇନକୁ ସମ୍ମାନ କରିବ ଏବଂ ନୂତନ ନିୟମଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)