ଆସନ୍ତାକାଲିଠାରୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଗୋଟିଏ କାର୍ଡ ରହିବ । ପୁରୁଣା କାର୍ଡରେ ୯୫୦, ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରୁ ସୁବିଧା ରହିବ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
Also Read
#ଆସନ୍ତାକାଲି_ଲଞ୍ଚ୍_ହେବ_ଆୟୁଷ୍ମାନ_ଭାରତ
— ଓଟିଭି (@otvkhabar) October 28, 2024
ଆସନ୍ତାକାଲି ଲଞ୍ଚ୍ ହେବ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-ଟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ଏହି ଯୋଜନାର ଶୁଭାରମ୍ଭ କରିବେ।#AyushmanBharat #AyushmanBharatYojana #PMModi #OTV pic.twitter.com/XfLjfYju8Y