/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730196652.jpg)
Ayushman Bharat Yojana
ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଏହି ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ । ଏହା ସହିତ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମଧ୍ୟ ଜାରି ରହିବ । ଯୋଜନାରେ ପୂର୍ବରୁ ବାଦ ପଡ଼ୁଥିବା ବୟସ୍କ ଲୋକମାନେ ଉପକୃତ ହେବେ । ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Advertisment
ଆୟୁଷ୍ମାନ ଭାରତ ଯୋଜନାରେ ୨୭ ହଜାରରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ମିଳିବ । ତୃଣମୂଳସ୍ତରରେ ଲୋକଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସୁବିଧା ମିଳିବ । ବଜେଟରେ ସ୍ବାସ୍ଥ୍ୟ ସେବା ପାଇଁ ୩୫୫୬ କୋଟି ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ସେପଟେ ଆୟୁର୍ବେଦ ଦିବସ ଅବସରରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପାର୍ଟ-ଟୁ । ୭୦ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକଙ୍କ ପାଇଁ ମାଗଣା ଚିକିତ୍ସା ସ୍କିମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)