Advertisment

ଓଡ଼ିଶାରେ ରିଲ୍ ରାମଙ୍କ ମାରାଥନ୍ ପ୍ରଚାର, କହିଲେ ବିଜେପିକୁ ଭୋଟ ଦିଅ...

ଚମ୍ପୁଆରେ ଜନସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କ ପାଇଁ ସେ ଭୋଟ୍  ମାଗିଛନ୍ତି। ଏହାପରେ ଚମ୍ପୁଆ ସ୍ଥିତ ରାମ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Arun Govil Appeal To People To Cast Their Vote to BJP

Arun Govil

ଓଡ଼ିଶାରେ ରିଲ୍ ରାମଙ୍କ ମାରାଥନ୍ ପ୍ରଚାର। ବିଜେପି ପାଇଁ ଜୋରଦାର ପ୍ରଚାର କରିଛନ୍ତି ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ ପାଇଁ ସାରା ଦେଶରେ ଖ୍ୟାତି ସାଉଁଟିଥିବା ଅରୁଣ ଗୋଭିଲ୍। ଏହି ଅବସରରେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ଓଡ଼ିଶାରେ ଉତ୍ସାହ ଦେଖି ଲାଗୁଛି, ଏଠି ସରକାର ବଦଳିବାର ସମୟ ଆସିଛି।

Advertisment

ଆଜି ପ୍ରଥମେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଓ ତେଲକୋଇରେ ସାଧାରଣ ସଭାରେ ଉଦବୋଧନ ଦେବା ପରେ ଢେଙ୍କାନାଳରେ ରୋଡ୍ ସୋ ରେ ସାମିଲ ହୋଇଥିଲେ ଅରୁଣ ଗୋଭିଲ୍। ଚମ୍ପୁଆରେ ଜନସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କ ପାଇଁ ସେ ଭୋଟ୍  ମାଗିଛନ୍ତି। ଏହାପରେ ଚମ୍ପୁଆ ସ୍ଥିତ ରାମ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। 

ଅଧିକ ପଢ଼ନ୍ତୁ: ‘ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ’

ତେଲକୋଇରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଅରୁଣ ଗୋଭିଲଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, କେନ୍ଦୁଝର ରାଣୀ ସୁନନ୍ଦା ଭଞ୍ଜଙ୍କ ସହିତ ତେଲକୋଇର ବିଜେପି ବିଧାୟକ ପ୍ରାର୍ଥୀ ଫକୀର ମୋହନ ନାଏକ ପ୍ରମୁଖ । ଅପରାହ୍ଣରେ ଢେଙ୍କାନାଳରେ ବଳଦେବ ଜୀଉଙ୍କୁ ଦର୍ଶନ କରିବା ସହିତ, ମନ୍ଦିର ପାଖରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରୋଡ୍ ସୋ ରେ ସାମିଲ ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ନିର୍ବାଚନରେ ବଡ଼ ମୁଦ୍ଦା ପାନୀୟ ଜଳ ସଙ୍କଟ, ସାମ୍ନାକୁ ଆସୁଛି ବସୁଧା ଯୋଜନାର ସତ

ସେହିଭଳି ପ୍ରଚଣ୍ଡ ଖରାରେ ଭଦ୍ରକ ବିଜେପି ବିଧାୟକ ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର ବି ପ୍ରଚାର କରିଛନ୍ତି । ବାଉଦପୁର, ଓଲଙ୍ଗ, ଦୈସିଂ ଗ୍ରାମ ପଞ୍ଚାୟତରେ ବାଇକ ଶୋଭାଯାତ୍ରା କରି ପ୍ରଚାର କରିଛନ୍ତି ସୀତାଂଶୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶ ଧାରା ଓ ବିକଶିତ ଭାରତ ଗଠନର କାର୍ଯ୍ୟକୁ ନେଇ ସୀତାଂଶୁ ଭୋଟ ମାଗୁଛନ୍ତି। ସେହପରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ଲାଗି ଭୋଟ ପ୍ରଚାର କରିଛନ୍ତି ଭଦ୍ରକ ବିଜେପି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ । ଏହି ଅବସରରେ ଏକ ମିଶ୍ରଣପର୍ବ ହୋଇଥିଲା ତିହିଡି ବ୍ଲକ ଅଧ୍ୟକ୍ଷା ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।

BJD BJP Congress Arun Govil Odisha Politics General Election 2024
Advertisment
Advertisment