Advertisment

ସିନେମାକୁ ଫେରିବେ; ପୁଣି ରାମ ହେବେ

ବଲିଉଡ୍ ଓ ଛୋଟ ପରଦାରେ ଅରୁଣ ଗୋଭିଲ୍ ଅନେକ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ସେ ଯେତେବେଳେ ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଆସିଲେ ଲୋକେ ତାଙ୍କୁ ପ୍ରକୃତ ଭଗବାନ ମାନିନେଲେ। ଅରୁଣ ପୂରା ସଜାଗତାର ସହିତ ଏହି ଅଭିନୟ କରିଥିଲେ। ତାଙ୍କର ଓଠର ହାଲ୍‌କା ହସ ଓ ସରଳ ଭାବନା ଲୋକଙ୍କ ମନରେ ଆସ୍ଥାର ଦୀପ ଜଳେଇଥିଲା।

author-image
Pramod Behera
Arun Govil to reprise the role of Lord Ram

Arun Govil to reprise the role of Lord Ram

ନୂଆଦିଲ୍ଲୀ : ବଲିଉଡ୍ ଓ ଛୋଟ ପରଦାରେ ଅରୁଣ ଗୋଭିଲ୍ ଅନେକ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ସେ ଯେତେବେଳେ ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଆସିଲେ ଲୋକେ ତାଙ୍କୁ ପ୍ରକୃତ ଭଗବାନ ମାନିନେଲେ। ଅରୁଣ ପୂରା ସଜାଗତାର ସହିତ ଏହି ଅଭିନୟ କରିଥିଲେ। ତାଙ୍କର ଓଠର ହାଲ୍‌କା ହସ ଓ ସରଳ ଭାବନା ଲୋକଙ୍କ ମନରେ ଆସ୍ଥାର ଦୀପ ଜଳେଇଥିଲା।

Advertisment
Arun Govil to reprise the role of Lord Ramଅରୁଣ ଗୋଭିଲ୍ ସିନେମାକୁ ଫେରିବେ; ପୁଣି ରାମ ହେବେ

ତେବେ ଦର୍ଶକଙ୍କ ପାଇଁ ଖୁସିର ଖବର ଯେ ରାମାୟଣ ପ୍ରସାରଣ ହେବାର ପ୍ରାୟ ଦେଢ ଦଶନ୍ଧୀ ପରେ ଏବେ ପୁଣି ଥରେ ଅରୁଣ ଗୋଭିଲ୍ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ ‘ଓହ ମାଏ ଗଡ୍’ (OMG 2)ର ଦ୍ୱିତୀୟ ଭାଗରେ ସେ ଭଗବାନ ରାମଙ୍କ ଭୂମିକା ନିଭେଇବେ। ଦୀର୍ଘଦିନର ବ୍ୟବଧାନ ପରେ ଅରୁଣ ଗୋଭିଲ୍ ଫିଲ୍ମ ଦୁନିଆକୁ ପ୍ରବେଶ କରୁଛନ୍ତି। ଏଥିରେ ପରେଶ ରାୱଲ୍, ପଙ୍କଜ ତ୍ରିପାଠୀ ଓ ୟାମୀ ଗୌତମ ମଧ୍ୟ ନଜର ଆସିବେ। ଏହାର ନିର୍ମାତାରେ ଅଶ୍ୱିନ୍ ବର୍ଦ୍ଦେ ଓ ଅକ୍ଷୟ କୁମାର ଥିବାବେଳେ ଅମିତ୍ ରାୟ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି।

Advertisment

ସୂଚନା ମୁତାବକ ଅକ୍ଷୟ କୁମାର ହିଁ ଚାହୁଁଥିଲେ ଏହି ଫିଲ୍ମରେ ଅରୁଣ ଗୋଭିଲ୍ ରାମଙ୍କ ଭୂମିକାରେ ନଜର ଆସନ୍ତୁ ବୋଲି। କାରଣ ଭଗବାନ ରାମଙ୍କ ଭୂମିକାରେ ତାଙ୍କଠାରୁ ଅଧିକ ଲୋକପ୍ରିୟ ଆଉ କେହି ନାହାନ୍ତି। ନିର୍ମାତାମାନେ ମିଶି ଏହି ନିଷ୍ପତି ନେଇଛନ୍ତି।

ଗୋଟିଏ ପକ୍ଷରେ ଏହି ଫିଲ୍ମ ଧର୍ମାନ୍ଧତା ଓ ଅନ୍ଧବିଶ୍ୱାସ ଉପରେ ଆଧାରିତ ହେଉଥିବା ବେଳେ ଅନ୍ୟପକ୍ଷରେ ଏଥିରେ ଭାରତୀୟ ଶିକ୍ଷା ପ୍ରଣାଳୀର ଝଲକ ମଧ୍ୟ ରହିଛି। ଏହି ଫିଲ୍ମର ଶୁଟିଂ ଅକ୍ଟୋବର ୧୩ରେ ଉଜ୍ଜୟନୀରେ ହେବାର ଥିଲା। କିନ୍ତୁ ଟିମରୁ ୩ ଜଣ କୋଭିଡ୍ ପଜିଟିଭ୍ ବାହାରିବାରୁ ଶୁଟିଂ ଡେଟ୍ ଅକ୍ଟୋବର ୨୩କୁ ଘୁଞ୍ଚାଇଦିଆଯାଇଛି।

Arun Govil to reprise the role of Lord Ramଅରୁଣ ଗୋଭିଲ୍ ସିନେମାକୁ ଫେରିବେ; ପୁଣି ରାମ ହେବେ

ଅରୁଣ ଗୋଭିଲଙ୍କ ଅଭିନୟ ଦୁନିଆ କଥା ଆଲୋଚନା କଲେ ତାଙ୍କୁ ୧୯୭୭ରେ ତାରାଚାନ୍ଦ ବଡଜାତ୍ୟାଙ୍କ ଫିଲ୍ମ ‘ପହେଲୀ’ରେ ପ୍ରଥମ ବ୍ରେକ୍ ମିଳିଥିଲା। ଏହା ପରେ ସେ ସାୱନ କୋ ଆନେ ଦୋ, ସାଞ୍ଚ କୋ ଆଞ୍ଚ ନେହିଁ, ଇତ୍‌ନୀ ସୀ ବାତ୍, ହିମ୍ମତୱାଲା, ଦିଲୱାଲା, ହଥକଡୀ, ଲବ କୁଶ ଭଳି ଅନେକ ଫିଲ୍ମ ଓ କୈସେ କହୁ, ବୁଦ୍ଧା, ଅପରାଜିତା, ଓ ହୁଏ ନ ହମାରେ ଓ ପ୍ୟାର୍ କୀ କସ୍ତୀ ମେ ଭଳି ଅନେକ ଲୋକପ୍ରିୟ ଧାରାବାହିକରେ କାମ କରିଛନ୍ତି।

ସେହିପରି ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଏହି ଦିପାବଳୀରେ ରିଲିଜ୍ ହେବ। ଏହା ଛଡା ତାଙ୍କ ହାତରେ ପୃଥ୍ୱୀରାଜ, ରକ୍ଷାବନ୍ଧନ, ଅତରଙ୍ଗୀ, ରେ, ବଚ୍ଚନ ପାଣ୍ଡେ, ରାମ ସେତୁ ଭଳି ଫିଲ୍ମ ରହିଛି।

Bollywood Actor Bollywood Akshay Kumar Arun Govil
Advertisment
Advertisment