/odishatv-khabar/media/post_attachments/uploadimage/library/16_9/16_9_0/Pathankot_1756296233.jpg)
Pathankot
ଅଳ୍ପକେ ରକ୍ଷା ପାଇଗଲେ ସିଆରପିଏଫ ଯବାନ । ହେଲିକପ୍ଟର ଯୋଗେ ଯବାନଙ୍କୁ ଉଦ୍ଧାର କରାଯିବାର ମାତ୍ର କିଛି ସମୟ ପରେ ଭାଙ୍ଗିଗଲା ବିଲ୍ଡିଂ। ଏଭଳି ଦେଖିବାକୁ ମିଳିଛି ପଞ୍ଜାବ ପଠାନକୋଟ ମାଧୋପୁରରେ ।
ଭାରତୀୟ ସେନା ବୁଧବାର ଦିନ ପଞ୍ଜାବର ପଠାନକୋଟ ଜିଲ୍ଲାର ମାଧୋପୁର ହେଡ଼ୱାର୍କସ ନିକଟରେ ଏକ ସାହସୀ ଉଦ୍ଧାର ଅଭିଯାନ ଚଳାଇଥିଲା, ଯେଉଁଥିରେ ବଢ଼ୁଥିବା ବନ୍ୟା ଜଳ ହେତୁ ଫସି ରହିଥିବା ୨୨ ଜଣ ସିଆରପିଏଫ କର୍ମଚାରୀ ଏବଂ ତିନି ଜଣ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା।
ପ୍ରତିକୂଳ ପାଗ ସତ୍ତ୍ୱେ ବୁଧବାର ସକାଳ ୬ଟାରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ପଠାଯାଇଥିଲା। ଟିମ୍ ସମସ୍ତ ଫସି ରହିଥିବା ଲୋକଙ୍କୁ ସଫଳତାର ସହ ଉଦ୍ଧାର କରି ନିରାପଦ ସ୍ଥାନକୁ ପହଞ୍ଚାଇଥିଲେ। ଜଣେ ଅଧିକାରୀ କହିଛନ୍ତି, "ଏକ ଦ୍ରୁତ ଏବଂ ସାହସୀ ଅଭିଯାନରେ, ଭାରତୀୟ ସେନା ଗତକାଲି ଠାରୁ ମାଧୋପୁର ହେଡ଼ୱାର୍କସ (ପଞ୍ଜାବ) ନିକଟରେ ଫସି ରହିଥିବା ୨୨ ଜଣ ସିଆରପିଏଫ କର୍ମଚାରୀ ଏବଂ ତିନି ଜଣ ସାଧାରଣ ନାଗରିକଙ୍କୁ ନିରାପଦରେ ଉଦ୍ଧାର କରିଛି।
ଆଜି ସକାଳ ୬ଟାରେ, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଭାରତୀୟ ସେନାର ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିଲେ । ସମସ୍ତ ଫସି ରହିଥିବା ଲୋକଙ୍କୁ ନିରାପଦରେ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ ପହଞ୍ଚାଯାଇଥିଲା । ଉଦ୍ଧାର କାର୍ଯ୍ୟ ଶେଷ ହେବାର କିଛି ସମୟ ପରେ, ଯେଉଁ ବିଲଡିଂରେ ଆଶ୍ରୟ ନେଇଥିଲେ, ତାହା ଭୁଶୁଡ଼ିଯାଇଥିଲା ।
ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେତୁ ସତଲୁଜ, ବିୟାସ, ଉଝ ଏବଂ ରାଭି ଭଳି ନଦୀଗୁଡ଼ିରେ ଜଳସ୍ତର ବଢ଼ିଛି । ଯାହାଫଳରେ ପଞ୍ଜାବର ପଠାନକୋଟ, ହୋଶିୟାରପୁର, ଗୁରୁଦାସପୁର, କପୁରଥଲା, ଫାଜିଲକା, ତରନତାରନ ଏବଂ ଫିରୋଜପୁର ଆଦି ଜିଲ୍ଲା ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ରାଜସ୍ଥାନରୁ ଆରମ୍ଭ କରି ପଞ୍ଜାବରେ ମଧ୍ୟ ଡ୍ୟାମମାନଙ୍କରେ ଲଗାତାର ପାଣି ଛଡ଼ାଯାଉଛି । ବର୍ଷା ଏବଂ ବନ୍ଧରୁ ପାଣି ଛଡ଼ାଯିବା କାରଣରୁ ପଞ୍ଜାବରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ପଞ୍ଜାବରେ ହଜାର ହଜାର ଏକର ଚାଷ ଜମି , ନଦୀ କୂଳରେ ବସବାସ କରୁଥିବା ଗାଁ ପାଣିରେ ବୁଡ଼ି ଯାଇଛି । ରାସ୍ତା ଧୋଇ ହୋଇଗଲାଣି । ଏହି କାରଣ ଯୋଗୁଁ ଅନେକ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)