• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ତାତି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଏଭଳି ସ୍ଥିତିରେ ପଶୁପକ୍ଷୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି ହେଲେ ସମ୍ବଲପୁର ଚିଡିଆଖାନାରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖରାରୁ ରକ୍ଷା ପାଇବା ପାଇଁ ସ୍ୱତନ୍ତ୍ର ସେଡ୍ ସାଙ୍ଗକୁ, ପଶୁପକ୍ଷୀଙ୍କ ଉପରେ ନିୟମିତ ପାଣି ଛିଞ୍ଚନ କରାଯାଉଛି ।

ପଶୁପକ୍ଷୀ ହେଲେ ବି ଏମାନଙ୍କ ଜୀବନ ଅଛି । କହି ନପାରିଲେ ବି କଷ୍ଟ ଅନୁଭବ କରନ୍ତି ଏମାନେ । ପ୍ରଚଣ୍ଡ ତାତିରେ ପୁରା ଜୀବ ସମାଜ ତ୍ରାହି ତ୍ରାହି ଡାକୁଥିବା ବେଳେ ପଶୁପକ୍ଷୀ ବା ବାଦ ପଡ଼ିବେ କେମିତି । ଖାସ୍ ସେଥି ପାଇଁ ସମ୍ବଲପୁର ଚିଡିଆଖାନାରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ଲେଟରେ ବଢାଯାଉଛି ବିଭିନ୍ନ ପ୍ରକାର ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ, ମେନ୍ୟୁରେ ଅଛି ତରଭୁଜ, ଗ୍ରୀଷ୍ମକାଳୀନ ଖାଦ୍ୟ, ଆଖୁରସ ଗ୍ଲୁକୋଜ ପାଣି ।

ଏହାବ୍ୟତୀତ, ମହୁ, କଦଳୀ ସମେତ କେତେକଣ । ସମ୍ବଲପୁର ମୋତିଝରଣ ଚିଡିଆଖାନା ପଶୁ ପକ୍ଷୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଦିଆଯାଉଛି । ହରିଣ, ସମ୍ବର, ଚଉସିଙ୍ଗା ଓ କୁଟୁରା ମାନଙ୍କ ପାଇଁ ଫ୍ରୁଟ ସାଲାଡ ORS ପାଣି ଧାନ ନଡାରେ ଛାଉଣୀ କରାଯାଇଛି । ସେହିପରି ୨୪ ଘଣ୍ଟା ପାଣିକୁଣ୍ଡରେ ଜଳ ଉପଲବ୍ଧ ରହୁଛି । ଏମିତି କି ବାଘମାନଙ୍କର ଖରା ଦାଉରୁ ରକ୍ଷା ଲାଗି ଖୁଆଡରେ କୁଲର ବି ଲଗାଯାଇଛି ।

ମୋତିଝରଣ ଚିଡିଆଖାନାରେ ମୋଟ ୨୭ ଟି ଏନକ୍ଲୋଜର ରହିଛି । ଖରାଦିନରେ ଏହି ଏନକ୍ଲୋଜରରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅସହ୍ୟ ଗରମ ହେଉଥିବାରୁ, ପ୍ରତିକୂଳ ପରିବେଶରେ ଜୀବଜନ୍ତୁ ମାନଙ୍କୁ ବଂଚାଇ ରଖିବା ଲାଗି ବନ ବିଭାଗ ପକ୍ଷରୁ ବିଭିନ୍ନ କାମ ହାତକୁ ନିଆଯାଇଛି । ଚିଡିଆଖାନାରେ ପଶୁ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ବି ୨୪ ଘଣ୍ଟିଆ ସେବା ଯୋଗାଉଥିବା କହିଛନ୍ତି ଡିଏଫଓ ।