Advertisment

ଆନିମଲ୍ ନା ସେମ୍ ବାହାଦୁର..କାହାକୁ ଦେଖିବେ, କିଏ ଭଲ ?

ସିନେମାକୁ ଭଲ ପାଉଥିବା ପ୍ରତିଟି ଦର୍ଶକଙ୍କ ପାଇଁ ସବୁଠୁ ବେଷ୍ଟ ଫିଲ୍ମ । ଆପଣ ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ କି ବର୍ତ୍ତମାନ ସମୟରେ ବଲିଉଡ୍ ଅଭିନେତା ମାନେ ଏତେ ଭଲ ଅଭିନୟ କେମିତି କରିପାରିବେ ?

author-image
Prasanjit Ray
ଅଦ୍ୟତନ ହୋଇଛି
Sam Bahadur

Sam Bahadur

ଆନିମଲ୍ ନା ସେମ୍ ବାହାଦୁର..କାହାକୁ ଦେଖିବେ, କିଏ ଭଲ୍ କଲା ? ସିନେମା ଦେଖୁଥିବା ଆଉ ସିନେମାକୁ ଭଲ ପାଉଥିବା ପ୍ରତିଟି ବ୍ୟକ୍ତି ମନରେ ଏବେ ଏମିତି କିଛି ପ୍ରଶ୍ନ । ଦୁଇଟି ସିନେମା ଦେଖିନଥିବା ବ୍ୟକ୍ତି ବି ଗୋଟିଏ କାହାକୁ ଆଗ ବାଛିବ ତାକୁ ନେଇ ବି ବେଶ୍ ଦ୍ୱନ୍ଦ୍ୱ ଭିତରେ ରହିଛି । ଆମେ ଆପଣଙ୍କ ପାଖରେ ଦୁଇଟି ଫିଲ୍ମର ବିସ୍ତୁତ ସମୀକ୍ଷା ରଖିବୁ ଯାହା ଆପଣଙ୍କ ସବୁ ପ୍ରକାର ଦ୍ୱନ୍ଦ୍ୱକୁ ଦୂର କରିବ । 

Advertisment

ସେମ୍ ବାହାଦୂର:-

ପ୍ରଥମେ ଆଲୋଚନା କରିବା ଭିକି କୌଶଳଙ୍କ ବହୁ ଚର୍ଚ୍ଚିତ ‘ସେମ୍ ବାହାଦୂର’। କାରଣ, ଏହି ସିନେମା ସମସ୍ତଙ୍କ ପାଇଁ ନୁହେଁ। ସିନେମାକୁ ଦେଖିବାକୁ ହେଲେ ଧୈର୍ଯ୍ୟ ଆଉ ସାହସ ଦରକାର । ସିନେମାକୁ ଭଲ ପାଉଥିବା ପ୍ରତିଟି ଦର୍ଶକଙ୍କ ପାଇଁ ସବୁଠୁ ବେଷ୍ଟ ଫିଲ୍ମ । ଆପଣ ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ କି ବର୍ତ୍ତମାନ ସମୟରେ ବଲିଉଡ୍ ଅଭିନେତା ମାନେ ଏତେ ଭଲ ଅଭିନୟ କେମିତି କରିପାରିବେ ? କୁହାଯାଏ ନା, ବଲିଉଡ୍ ସବୁ ନକଲ କରୁଛି...ହେଲେ ୟେ ସିନେମା ଅସଲଠୁ ବି ଅଧିକ ଅସରଦାର...ସେଥିପାଇଁ ଭିକି କୌଶଳ ନୁହେଁ ଆପଣଙ୍କୁ VICTORY କୌଶଳ ଭଳି ସେ ଲାଗିବେ । ଫିଲ୍ମ ମାର୍ଶଲ୍ ସେମ୍ ମାଣିକସ ଯେତେ ବାହାଦୂର ଥିଲେ ତାଙ୍କ କାହାଣୀ ବି ସେମିତି । ଆଉ ଭିକି ଏସବୁକୁ ପରଦାରେ ଉତାରିବାକୁ ଗୋଟିଏ ବି ସୁଯୋଗକୁ ହାତ ଛଡ଼ା କରି ନାହାନ୍ତି...

କାହିଁକି ଦେଖିବେ ସେମ୍ ବାହାଦୂର?

ଫିଲ୍ମ ମାର୍ଶଲ୍ ସେମ୍ ମାଣିକଶଙ୍କ ଅନେକ ଭିଡିଓ ଆପଣ ୟୁଟ୍ୟୁବରେ ପାଇଯିବେ। ତାକୁ ଦେଖି ଯେତେବେଳେ ସିନେମାରେ ଭିକିଙ୍କ ଅଭିନୟ ଦେଖିବେ ସେତେବେଳେ ଯାଇ ତାଙ୍କ ଅଭିନୟର ପରାକାଷ୍ଠାକୁ ଅନୂଭବ କରିପାରିବେ। କେତେ ମାତ୍ରାରେ ସେ ପ୍ରଭାବଶାଳୀ ଆଉ କେତେ ଭଲ ଅଭିନେତା । ଡାଇଲଗ୍, ଆଟିଟ୍ୟୁଡ୍, କହିବା ଓ ଚାଲିବା ଶୈଳୀ...ସବୁକିଛି ସମାନ, ସବୁ କିଛି ସେମ୍ ମାଣିକଶଙ୍କ ଭଳି ଲାଗିବ । ମେଘନା ଗୁଲଜାର୍ କୌଣସି ସାଧାରଣ ନିର୍ଦ୍ଦେଶକ ନୁହଁନ୍ତି...ରାଜୀ ପରେ ଏହି ଫିଲ୍ମ ଆପଣଙ୍କୁ ମନୋରଞ୍ଜନ କମ୍ ଅଧିକ ହୃଦୟକୁ ଛୁଇଁବ । ଫାଷ୍ଟ୍ ହାଫରେ ସ୍କ୍ରିନ୍ ପ୍ଲେ ଧିମା ଲାଗିପାରେ କିନ୍ତୁ ଏହା ପରେ ଯେମିତି ଆପଣ ସିଟରୁ ଉଠି ପାରିବେନି । ସେମ୍ ବାହାଦୂର ବ୍ୟବସାୟ କରିବ ନା ନାହିଁ ସେ ଦିଗରେ ସମୀକ୍ଷା ନକରି କେତୋଟି ପୁରସ୍କାର ଆଣିବ ତାକୁ ଅପେକ୍ଷା କରିବାକୁ ହେବ। ୟେ ହି ସିନେମାର ଦକ୍ଷତା ।

Advertisment

ଆନିମଲ୍ 

ଆନିମଲ୍ ଦେଖିବାକୁ ପୂର୍ବରୁ କିଛି କଥାକୁ ଘରେ ଛାଡ଼ି ଯିବାକୁ ହେବ । ଡର, ଭୟକୁ ସହି ପାରୁଥିବେ ହିଂସା, ଗାଳିକୁ ବରଦାସ୍ତ କରିପାରୁଥିବେ, ଫାଇଟ୍ ଆଉ ଆକ୍ସନକୁ ଭଲ ପାଉଥିବା ବ୍ୟକ୍ତି ବି ଏହି ସିନେମା ଦେଖିପାରିବ। ସତରେ... ଭାରତୀୟ ଦର୍ଶକ ଲମ୍ବା ସମୟର ବ୍ୟବଧାନ ପରେ KGF, KGF 2ରେ ଆକ୍ସନ୍ ଦେଖିଥିଲେ ଓ ପସନ୍ଦ ବି କରିଥିଲେ । ହେଲେ ଆନିମଲରେ ଆକ୍ସନ୍ ସବୁଠୁ ଅଧିକ ଆଉ ହିଂସ୍ର ମଧ୍ୟ । କବୀର ସିଂ, ଅର୍ଜୁନ ରେଡ୍ଡୀ ଫେମ୍ ନିର୍ଦ୍ଦେଶକ ସନ୍ଦିପ ରେଡ୍ଡୀ ପୂର୍ବରୁ ଯାହା କହିଥିଲେ ତାହା ଆନିମଲରେ ସତ ପ୍ରମାଣିତ ହୋଇଛି । ଏକଦମ୍ ହିଂସ୍ର ଏକଦମ୍ ବିପଦଜ୍ଜନକ । 

ଆନିମଲରେ କ’ଣ ଅଛି ? 

ଫାଇଟ୍ ସହ ଫ୍ୟାମିଲି ଡ୍ରାମା ଆଉ ରୋମାନସ୍ ରଖିବା ବହୁ ଚ୍ୟାଲେଞ୍ଜିଂ । କବିର ସିଂରେ ଏସବୁ ଥିଲା ହେଲେ ଏଥିରେ ୧୦ ଗୁଣା...କିଛି ସିନରେ ତ ଆକଳନ ମୁସକିଲ । ବାପା ପାଇଁ ପୁଅ ସବୁ କିଛି କରିପାରେ, ପରିବାର ପାଇଁ ନିଜ ଜୀବନକୁ ବାଜି ଲଗାଇପାରେ । ରଣବୀର କପୁରଙ୍କ ଏତେ ଷ୍ଟାଇଲିଶ୍ ଆକ୍ସନ ହିରୋ ଅବତାର କେବେ ବି କେହି ଦେଖି ନାହାନ୍ତି । ରୋମାନସ କରୁଥିବା ହିରୋ, ପ୍ରେମିକା ପଛରେ ଗୀତ ଗାଇ ବୁଲୁଥିବା ଷ୍ଟାର୍ ଯେ ନିଜ ଭଉଣୀ ପାଇଁ କଲେଜରେ AK47 ଧରି ପଶିଯିବ ତାହା କେବଳ ସନ୍ଦୀପ ରେଡ୍ଡୀଙ୍କ ଫିଲ୍ମରେ ସମ୍ଭବ । କାହାଣୀରେ ନୂଆ କିଛି ନାହିଁ କିନ୍ତୁ ପରିବେଷଣର ଶୈଳୀ ତାକୁ ଭିନ୍ନ କରିଛି। ସ୍କ୍ରିନ୍ ପ୍ଲେ ଆଉ ଗୀତ ତାକୁ ଅଧିକ ବଳିଷ୍ଠ ବନେଇ ପାରିଛି । ଆଉ ସବୁଠୁ ବଡ଼ କଥା କଣ ଜାଣିଛନ୍ତି, ମୃତ୍ୟୁ ଖବର ଶୁଣି ବି ତା’କୁ ମାତ୍ ଦେବା ସାହସ ଏକ ‘ଜିନ୍ଦା ଦିଲୀ’ର ପରିଚୟ ଦେଉଛି।...

ଫଳାଫଳ
ଉଭୟ ସିନେମାର ସ୍ବାଦ ଅଲଗା, ଉଭୟର ଦର୍ଶକ ବି ଅଲଗା। ତେଣୁ ହିଟ୍ ଆଉ ଫ୍ଲପ୍ କୁ ଭୁଲି ସିନେମା ଦେଖିବା ହିଁ ଠିକ୍ ହେବ। ବ୍ୟବସାୟ ଦୃଷ୍ଟିକୋଣରୁ ଆନିମଲ୍ ସେମ୍ ମାଣିକଶରୁ ବହୁ ଆଗରେ ରହିବ। କାରଣ ସ୍କ୍ରିନ୍ ଅଧିକ ମିଳିବା ସହ ଏକ ବଡ଼ ମାଶ୍ କୁ ପ୍ରତିନିଧିତ୍ୱ କରୁଛି ଆନିମଲ୍ ।

Animal
Advertisment
Advertisment