• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରାଣୀ ଚିକିତ୍ସାଧିକାରୀଙ୍କ ଅଫିସ୍ ଆଗରେ ଗୃହପାଳିତ ପଶୁଙ୍କୁ ବାନ୍ଧିଲେ ସାଧାରଣ ଲୋକେ । ଦୀର୍ଘ ୨୨ ଦିନ ହେଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଚାଲିଥିବାରୁ ସାଧାରଣ ଲୋକେ ନିରାଶ ହୋଇ ଶେଷରେ ଏଭଳି ପନ୍ଥା ଆପଣାଇଛନ୍ତି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାର ।

ପ୍ରଥମେ ଲୋକମାନେ ଅଫିସ୍ ଘେରାଉ କରିବା ପରେ ସାଙ୍ଗରେ ଚିକିତ୍ସା ପାଇଁ ଆଣିଥିବା ଗୃହପାଳିତ ପଶୁଙ୍କୁ ସେଠି ବାନ୍ଧିଛନ୍ତି । ପ୍ରାଣୀ ଚିକିତ୍ସକ ୪ ଦଫା ଦାବିରେ ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ପ୍ରାଣୀ ଚିକିତ୍ସା ଏକ ପ୍ରକାର ଠପ୍ ହୋଇପଡ଼ିଛି ।

ସେପଟେ ଦୁର୍ଦ୍ଦିନରେ ପଶୁ ପକ୍ଷୀଙ୍କ ସ୍ୱାସ୍ଥାବସ୍ଥା । କେଉଁଠି ଚିକିତ୍ସା ଅଭାବରୁ ପଶୁ ପକ୍ଷୀ ମୃତ୍ୟୁ ବରଣ କଲେଣି ତ କେଉଁଠି ପଶୁପ୍ରେମୀ ନିଜର ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରିନପାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବାକୁ ବାଧ୍ୟ ହୋଇଛନ୍ତି । ସ୍ଥିତିକୁ ଦେଖିଲେ ଲାଗୁଛି ସରକାର ସମାଧାନର ବାଟ ବାହାର କରିବା ବଦଳରେ କଥା କହିପାରୁନଥିବା ନିରୀହ ପଶୁ ପକ୍ଷୀଙ୍କ ଜୀବନ, ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି ।

ଗତକାଲି ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଦେଖିବାକୁ ମିଳିଥିଲା କିଛି ଅଲଗା ଚିତ୍ର । ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ ଚଳାଇଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଷା କୁକୁର, ବିଲେଇ ଧରି ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ । ପଶୁ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଗୃହପାଳିତ ପଶୁ ପକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଗଲାଣି ।