ସୁନା ଭଳି ଚକ୍ ଚକ୍ କରୁଥିବା ଏକ ବୌଦ୍ଧ ମନ୍ଦିରର ଚୁଡ଼ା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ଏମ୍ ସୁନାପାଲୀ ସମୁଦ୍ର କୂଳରେ ଲାଗିଛି ।
ଓଡ଼ିଶାରେ ପଶି ଆନ୍ଧ୍ରର ନୂଆ ଦାଦାଗିରି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହକ୍ ଜାହିର କରିବାକୁ ପ୍ରୟାସ । କୋଟିଆ ପଞ୍ଚାୟତର ଉପର ସେମ୍ବିର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ଅଣୁ ଜଳବିଭାଜିକା ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି ଆନ୍ଧ୍ର ସରକାର । ସେହିପରି ଫଗୁଣସିନେରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।
ଆସନ୍ତା ୧୧ ତାରିଖରେ ଜଗନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବାର ସମ୍ଭାବନା ରହିଛି । ୨୦୧୯ ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ଧରାଶାୟୀ କରି କ୍ଷମତା ହାସଲ କରିଥିଲେ ଜଗନ ରେଡ୍ଡି । କିଛି ଦିନ ତଳେ ସେ ରାଜ୍ୟର ଜିଲ୍ଲା ସଂଖ୍ୟା ମଧ୍ୟ ବୃଦ୍ଧି କରିଛନ୍ତି ।
ଆନ୍ଧ୍ର ମାନଚିତ୍ରରେ ଓଡ଼ିଶା ଗାଁ । ଗୋଟିଏ କି ଦୁଇଟି ନୁହଁ, ପୁରା ଅଠେଇଶଟି ଗାଁ ଆନ୍ଧ୍ର ନକ୍ସାରେ । ଏସବୁ ହେଉଛି ସେହି ଗାଁ, ଯେଉଁ ଇଲାକାକୁ ନେଇ ଦୁଇ ପଡୋଶୀ ମଧ୍ୟରେ ଲାଗିରହିଛି ଟଣାଓଟରା । ଆଉ ମାମଲା ବିଚାରାଧିନ ଅଛି ସୁପ୍ରିମକୋର୍ଟରେ । ହେଲେ ସବୁ ବିଧିବ୍ୟବସ୍ଥାକୁ ଚାଲେଞ୍ଜ କରି କୋଟିଆର ୨୮ଟି ଗାଁକୁ ନୂଆ ମାନଚିତ୍ରରେ ସାମିଲ କରିଛି ଆନ୍ଧ୍ର ।
ନୂଆ ୧୩ଟି ଜିଲ୍ଲା ମଧ୍ୟରୁ ମାନ୍ୟମ୍ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ାକୁ ସ୍ଥାନ ଦେଇଛନ୍ତି ଜଗନ୍ ସରକାର । ପୂର୍ବରୁ ୧୩ଟି ଜିଲ୍ଲା ଥିଲା ଆନ୍ଧ୍ରରେ ।
କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍। ା ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି।
ଛେଳି ଚୋରିକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ । ଆନ୍ଧ୍ରର ଘଟଣା ଓ ଆନ୍ଧ୍ରର ଚୋରକୁ ଓଡ଼ିଶା ପୋଲିସ ବାନ୍ଧି ପାରିବ ନାହିଁ ବୋଲି କହି ଆନ୍ଧ୍ର ପୋଲିସର ଅତିକ୍ରମଣକୁ ଓଡ଼ିଶା ପୋଲିସ ବିରୋଧ କରିଛି ।
ଆନ୍ଧ୍ରରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪୭ ଆହତ ହୋଇଛନ୍ତି । NH-୫ ରଣସରନ୍ ନିକଟରେ ଟ୍ରକ୍କୁ ବସ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି ।
ହିଜାବ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି।
କଥା କେବଳ ଏଇଠି ସରୁନି, ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି।
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳକୁ ଲାଗି ରହିଥିବା ୫ରୁ ୬ଟି ଗାଁକୁ ଅବହେଳିତ ଅବସ୍ଥାରେ ଛାଡିଦେଇଛି ଆନ୍ଧ୍ର । ଏହି ଗାଁ ଗୁଡିକରେ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବାରମ୍ବାର ଅଭିଯୋଗ, ଦାବି ଓ ଗୁହାରି ପ୍ରଶାସନର କାନ ନ ଭେଦିବାରୁ, ଏବେ ମାଲକାନଗିରି ଜିଲ୍ଲା
ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ୬୦ରୁ ଅଧିକ ଥିଏଟର ସିଲ୍ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପୁଣି କୋଟିଆରେ ଆନ୍ଧ୍ରପ୍ରଦେଶ ଏହାର ଉପସ୍ଥିତି ଜାହିର କରିଛି। ଆନ୍ଧ୍ରରୁ ନେତା ଆସି କୋଟିଆରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିବା ଦେଖିବାକୁ ମିଳିଛି।
ଅର୍ଥନୈତିକ ବ୍ୟାପାର ବିଭାଗ ନିଜର ନଭେମ୍ବର ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କହିଛି, ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବାରୁ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଗୁରୁତର ହେବା ଆଶଙ୍କା କମ୍।
ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର । ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଯାଉଥିବା ମାଗଣା କ୍ଷୀରକୁ କୋରାପୁଟ ପଟାଙ୍ଗୀରେ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। ନଜର ପକାନ୍ତୁ ପୁରା ଘଟଣା ଉପରେ ।
୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେବା ସହ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଇଣ୍ଟରସିଟି ଏକ୍ସପ୍ରେସ୍। ତେବେ ଟ୍ରେନ୍ ଆସୁଥିବା ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର।
କେବେ ହେବ ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ? ଆଲୋଚନା ପାଇଁ ଆନ୍ତରିକତା ଦେଖାଇବ କି ଆନ୍ଧ୍ର ? ବିରୋଧୀଙ୍କ ମନରେ ସନ୍ଦେହ, ଆଶାବାଦୀ ବିଜେଡି ।
ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା । ବର୍ଷା ବିତ୍ପାତରେ ଏଯାଏଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ନିଖୋଜ ଅଛନ୍ତି ।
ଆନ୍ଧ୍ର ପ୍ରଦେଶରେ ଥମୁନି ଭୟଙ୍କର ବର୍ଷା ବିତ୍ପାତ । ଲଗାଣ ବର୍ଷା ଜାରି ରହିଛି। ରାସ୍ତାଘାଟ, ଘରଦ୍ୱାର, ବ୍ରିଜ୍, ସବୁ ପାଣିରେ ବୁଡି ରହିଛି । ଜାଣନ୍ତୁ ଏହି ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ କେତେଜଣ ପ୍ରାଣ ହରାଇଛନ୍ତି ।
ପାଣି ସୂଅରେ ପତର ଭଳି ଭାସୁଛି ଗାଡ଼ିମୋଟର୍,ବୁଡ଼ି ଯାଉଛି ବଡ଼ ବଡ଼ ବସ୍ : ଧୋଇ ଯାଉଛି ରେଳଧାରଣା, ଚାରିଆଡ଼େ ପାଣି ଆଉ ପାଣି
ପ୍ରକୃତି ଯେମିତି ଦାଉ ସାଧୁଛି.. ଏ ଚିତ୍ର ହିଁ ବଖାଣୁଛି ଆନ୍ଧ୍ରର ସ୍ଥିତି.. ଲଗାତର ଲଘୁଚାପ ଜନିତ ବର୍ଷା ପାଇଁ ବେହାଲ ହେଲାଣି ପଡ଼ୋଶୀ ରାଜ୍ୟ..ଆଖି ଆଗରେ ସବୁ ଭାସିଯାଉଛି..ବୁଡ଼ିଯାଉଛି..୧୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ.. ୧୦୦ରୁ ଅଧିକ ନିଖୋଜ୍ ଥିବା ବେଳେ ୧୭ ଜଣ ପ୍ରାଣ ହରେଇଲେଣି... ପଡ଼ୋଶୀ ଆନ୍ଧ୍ରର ଏଭଳି ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ..
ଉପକୂଳ ଆନ୍ଧ୍ରପ୍ରଦେଶରେ ହୋଇଥିବା ବର୍ଷା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ବିତ୍ପାତ ଯୋଗୁ ଏଯାଏଁ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ ଅଧିକ ନିଖୋଜ ଅଛନ୍ତି।
ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା.. ଲଗାତର ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତ ଯୋଗୁଁ ଏଯାଏଁ ୩ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ନିଖୋଜ ଅଛନ୍ତି..
ଅମରାବତୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଛନ୍ତି, ବିଧାନସଭା ଗୃହରେ ତାଙ୍କ ପତ୍ନୀଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ।
କୋଟିଆ ଗ୍ରାମପୁଞ୍ଜ ସୀମା ସମସ୍ୟାକୁ ନେଇ କୋରାପୁଟରେ ବସୁଛି ଏକ ସର୍ବଦଳୀୟ ବୈଠକ । ଏହି ବୈଠକରେ ଜିଲ୍ଲାର ସବୁ ଦଳର ନେତା ଉପସ୍ଥିତ ରହିବେ ।