Advertisment

Extra Marital Affair: ବୈବାହିକ ଜୀବନକୁ ନେଇ ଖୁସି ନଥିଲା ସ୍ବାମୀଠୁ ୨୦ ବର୍ଷ ସାନ ରଂଜିତା… କଲା ଏମିତି କାମ ଯେ…

ସ୍ବାମୀର ବୟସ ୫୦, ରଂଜିତାର ବୟସ ୩୦। ଦୈହିକ ଭାବରେ ରଂଜିତା ତା ସ୍ବାମୀ ସହ ଖୁସୀ ନଥିଲା। ଏହି ସମୟରେ ମିଳିଗଲା ତା ପୁରୁଣା କଲେଜ ପ୍ରେମିକ। ସ୍ବାମୀ କାମକୁ ଗଲା ପରେ ଲୁଚି ଲୁଚି କଲେଜ ପ୍ରେମିକ ସହ ଭେଟୁଥିଲା ରଂଜିତା।

author-image
Amaresh Biswal
ଅଦ୍ୟତନ ହୋଇଛି
Mother killed her 3 children for extra marital affair

Mother killed her 3 children for extra marital affair

ଥାନାବାବୁଙ୍କ ଆଗରେ ଠିଆ ହୋଇଥିଲା ୩୦ ବର୍ଷୀୟା ଯୁବତୀ ରଂଜିତା। ସାବନୀ ରଙ୍ଗର ରଂଜିତା ଦେଖିବାକୁ ଖୁବ୍ ସୁନ୍ଦର। ସେ ବିବାହିତା ହୋଇଥିଲେ ମଧ୍ୟ ଏବେବି ଯୌବନ ଢଳିନି। ଏକ ସନ୍ଦେହଜନକ ପରିସ୍ଥିତିରେ ସେ ବର୍ଷଣ ମୁଖର ରାତିରେ ହାଜର ହୋଇଛି ଥାନାରେ। ନା ତାକୁ ଥାନାବାବୁ ଡାକିଛନ୍ତି, ନା ତାକୁ କିଏ ଆକ୍ରମଣ କରିଛି। ଭୋରୁ ଭୋରି, ଅନ୍ଧାର ଓ ବର୍ଷା ଭିତରେ ସେ ନିଜ ପଟରୁ ଆସିଛି ଥାନାକୁ।

Advertisment

ଥାନାରେ ରଂଜିତା

ସନ୍ଦେହରେ ଥାନାବାବୁ ପଚାରିଲେ- ରଂଜିତା ! ତମର ତିନିଟା ଯାକ ପିଲା ଏକାଥରେ ମରିଗଲେ କେମିତି? ଏହା ତ ଆଶ୍ଚର୍ଯ୍ୟ କଥା। ତମ ସ୍ବାମୀ କୁଆଡ଼େ ଗଲେ?

ସ୍ବାମୀଙ୍କ ବିଷୟରେ ଶୁଣି ରଂଜିତା ଟିକେ ହଡ଼ବଡ଼େଇ ଗଲା। ଥାନାବାବୁଙ୍କୁ ସେ ସଫାସଫା କହିଲା- ରାତିରେ ତିନିଜଣ ଯାକ ଛୁଆ ଦହି ଭାତ କାଇକି ଶୋଇଲେ, ରାତି ଅଧରେ ଦେଖେ ତ ଆଉ ଜୀବନ ନାହିଁ। ତେଣୁ ଭୋରୁ ଭୋରୁ ଥାନାକୁ ଦଉଡ଼ିଛି। ଏହା ଫୁଡ଼ ପଏଜନ୍ ମାମଲା ସାର୍।

Advertisment

କିନ୍ତୁ ରଂଜିତାର କଥାରେ ଆଦୌ ବିଶ୍ବାସ କରୁ ନଥିଲେ ଥାନାବାବୁ। ପୂରା ଘଟଣାଟି କଣ ସେ ଜାଣିବାକୁ ଚାହୁଁଥିଲେ। କିନ୍ତୁ କାଳେ ରଂଜିତା ହଡ଼ବଡ଼େଇ ଯିବ, ସେଥିପାଇଁ ସେ ତାକୁ ଚା’ ଜଳଖିଆ ଦେଇ ଥାନାରେ ବସେଇଲେ ଓ ଶାନ୍ତ କରାଇଥିଲେ। ତା ପରେ ହିଁ ସେ ରଂଜିତା ମୁହଁରୁ ବାହାର କରିଥିଲେ ଏହି ସାଂଘାତିକ ସତ। ଯାହା ଶୁଣିଲେ ଆପଣଙ୍କ ଫାକାସ ବୁଡ଼ିଯିବ।

ରଂଜିତାର ପିଲାବେଳ ଓ କଲେଜ ପ୍ରେମ

ଆନ୍ଧ୍ରପ୍ରଦେଶର ସଙ୍ଗାରେଡ୍ଡି ଜିଲ୍ଲାର ଅମିନପୁର ମଣ୍ଡଳରେ ରଂଜିତାର ଘର। ଭଲ ଘର ଭଲ ପରିବାର। ମଧ୍ୟବିତ୍ତ ପରିବାରର ଜିଅ ସିଏ। ସ୍କୁଲ କଲେଜରେ ପଢ଼ିଲା ବେଳେ ଆଜିକାଲି ସମୟରେ ପ୍ରେମ ହେଇଯିବା କିଛି ନୂଆ କଥା ନଥିଲା। ରଂଜିତାର ମଧ୍ୟ ସେମିତି ପ୍ରେମ ହୋଇଥିଲା ଶିବା ନାମକ ତା କଲେଜ ସାଙ୍ଗ ସହିତ। ଦୁହେଁ ପରସ୍ପରକୁ ଖୁବ୍ ଭଲ ପାଉଥିଲେ। ନୋଟ୍ ଦିଆନିଆ ହେଉଥିଲେ, ବୁଲିବାକୁ ଯାଉଥିଲେ, ପ୍ରେମଗପ କରୁଥିଲେ।

କିନ୍ତୁ ବାହାଘର କଥା ପରସ୍ପର ନିଜ ଘରେ ଭୟରେ କହୁନଥିଲେ। ସେମାନେ ଜାଣିଥିଲେ, ପ୍ରେମ ହେଉଛି ଆମ ଭାରତୀୟ ମଧ୍ୟବିତ୍ତ ପରିବାର ପାଇଁ ଏକ ପାପ। ଏହି ଶବ୍ଦଟି ଶୁଣିଲେ ଘରୁ ବାହାର ପର୍ଯ୍ୟନ୍ତ ସମସ୍ତେ ଅବିଶ୍ବାସ ସହିତ ତମକୁ ଦେଖିବେ। ଇତିମଧ୍ୟରେ କଲେଜ ପଢ଼ା ପରେ ରଂଜିତା ଶିକ୍ଷୟିତ୍ରୀ ଚାକିରି ଖଣ୍ଡେ ପାଇଥିଲା। ସେଇ ବାହାନାରେ କଲେଜ ପ୍ରେମିକ ଶିବା ସହିତ ଦେଖା ମଧ୍ୟ ହେଉଥିଲା।

ହଠାତ୍ ଘଟିଲା ଏମିତି

କିନ୍ତୁ ହଠାତ୍ ସବୁ ଓଲଟପାଲଟ ହୋଇଯାଇଥିଲା। କେହି କିଛି ଜାଣିବା ଆଗରୁ ହଠାତ୍ ଘର ଲୋକେ ରଂଜିତାର ବିବାହ କରିଦେଇଥିଲେ। ଏହା ଥିଲା ୨୦୧୩ ମସିହାର କଥା। ରଂଜିତା ପାଇଁ ଦୁଃଖ ଥିଲା ତା ସ୍ବାମୀ, ଯିଏକି ତାଠାରୁ ୨୦ ବର୍ଷ ବଡ଼। ତା ନାଁ ଥିଲା ଏ.ଚେନ୍ନଆ।

ରଂଜିତା ଥିଲା ଚେନ୍ନଆର ଦ୍ବିତୀୟ ପତ୍ନୀ। ଗର୍ଭବତୀ ଅବସ୍ଥାରେ ପିଲା ଜନ୍ମ କରୁଥିବା ଅବସ୍ଥାରେ ଚେନ୍ନଆର ପ୍ରଥମ ସ୍ତ୍ରୀ ମୃତ୍ୟୁବରଣ କରିଥିଲା। ଏହାପରେ ନିଜଠାରୁ ୨୦ ବର୍ଷ ସାନ ରଂଜିତାକୁ ବିବାହ କରିଥିଲା ଚେନ୍ନଆ। ହେଲେ ଅଧିକ ବୟସର ସ୍ବାମୀକୁ ମନେମନେ ପସନ୍ଦ କରିପାରୁ ନଥିଲା ରଂଜିତା। ନା ସେ ଦେଖିବାକୁ ସୁନ୍ଦର ଥିଲା, ନା ସୁଖମୟ ଦାମ୍ପତ୍ୟ ଜୀବନ କାଟିବାକୁ ତା ପାଖରେ ଶକ୍ତି ଥିଲା।

ସ୍ବାମୀ ଥିଲା ୩୦ ବର୍ଷ ବଡ଼

ସାମାଜିକ ଭାବରେ ମଧ୍ୟ ରଂଜିତା ଓ ତା ବର ମଧ୍ୟରେ ଅନେକ ତଫାତ ଥିଲା। ଚେନ୍ନଆ ଥିଲା ଜଣେ ଟ୍ୟାଙ୍କର ଡ୍ରାଇଭର। ରଂଜିତା କିନ୍ତୁ ପାଠ ପଢ଼ିଥିଲା ଓ ଗୋଟେ ସ୍କୁଲରେ ଶିକ୍ଷୟିତ୍ରୀ ଚାକିରି କରିଥିଲା। ଘର ଲୋକେ ସିନା ବାହା କରିଦେଇଥିଲେ, ଉଭୟଙ୍କ ଭିତରେ ବୟସର ତାରତମ୍ୟ ବହୁତ ଥିବାରୁ ରଂଜିତା ସାମାଜିକ ଭାବରେ ସ୍ବାମୀଙ୍କୁ ନେଇ ଗର୍ବ କରିପାରୁ ନଥିଲା।

ପୁଣି ଫେରିଲା କଲେଜ ପ୍ରେମିକ

ଏହିପରି ମାନସିକ ଅଶାନ୍ତି ଭିତରେ ହଠାତ୍ ରଂଜିତାର ତା କଲେଜ ବେଳର ପୁରୁଣା ପ୍ରେମିକ ଶିବା ସହିତ ପୁଣି ସଂଯୋଗ ସ୍ଥାପନ ହୋଇଥିଲା। ଅସନ୍ତୁଷ୍ଟ ରଂଜିତାକୁ କୋଟିନିଧି ପାଇଗଲା ପରି ଲାଗିଥିଲା। ସ୍ବାମୀ କାମକୁ ଯିବା ପରେ ସେ ପୁରୁଣା ପ୍ରେମିକ ସହ ଘଣ୍ଟା ଘଣ୍ଟା ଫୋନ୍ କରି ଗପୁଥିଲା।

ଧୀରେ ଧୀରେ ଦୁହେଁ ଅଧିକ ନିକଟକୁ ଆସିବାକୁ ଚାହିଁଲେ। ଦେଖା କରିବାକୁ ଚାହିଁଲେ ଓ ଦେହର ମିଳନ ପାଇଁ ମଧ୍ୟ ଇଙ୍ଗିତ ଦେଇଥିଲେ ପରସ୍ପରକୁ। ଏମିତି ଅବସ୍ଥାରେ ସ୍ବାମୀର ଅନୁପସ୍ଥିତିର ସୁବିଧା ନେଇ ରଂଜିତା ତା ପୁରୁଣା ପ୍ରେମିକକୁ ୨ଥର ଭେଟିଥିଲା ଓ ଦୈହିକ ସଂପର୍କରେ ମଧ୍ୟ ଉଭୟ ଲିପ୍ତ ହୋଇଥିଲେ।

ପ୍ରେମିକ ସହ ଦୈହିକ ସଂପର୍କ ପରେ..

ଏଭଳି ସ୍ଥିତିରେ ରଂଜିତା ଆଉ ତା ପ୍ରେମିକ ଶିବାକୁ ଛାଡ଼ିବାକୁ ଚାହିଁନଥିଲା। କିନ୍ତୁ ଶିବା କହିଥିଲା, ମୁଁ ତତେ ବାହା ହେବାକୁ ରାଜି, ଯଦି ତୋ ସ୍ବାମୀକୁ ଓ ତିନି ପିଲାଙ୍କୁ ତୁ ଛାଡ଼ିଦେବୁ। ପ୍ରେମରେ ଉବୁଟୁବୁ ରଂଜିତା ମନକୁ ଏହି କଥା ଆନ୍ଦୋଳିତ କଲା। ଭାବିଲା ସ୍ବାମୀକୁ ସିନା ଛାଡ଼ି ଦେବି, କିନ୍ତୁ ପିଲା ତିନିଟାଙ୍କୁ କୁଆଡ଼େ ନେଇକି ଯିବି।

ତେଣୁ ସେ ନିଜ ପେଟର ତିନି ପିଲାଙ୍କୁ ଜୀବନରୁ ଶେଷ କରିଦେବାକୁ ମନ ସ୍ଥିର କରିଥିଲା। ଗତ ମାସ ୨୭ ତାରିଖରେ ଯେତେବେଳେ ତା ସ୍ବାମୀ ନାଇଟ୍ ସିଫ୍ଟ କରିବାକୁ ରାତି ୧୦ଟାରେ ଘରୁ ବାହାରି ଗଲା, ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବିଲା ରଂଜିତା।

ଏହା ପୂର୍ବରୁ ସେ ପ୍ରେମିକ ଶିବା ସହ ତାର ପୂରା ପ୍ଲାନ୍ ସଂପର୍କରେ ଆଲୋଚନା କରିଥିଲା। ଶିବା ତାକୁ ଉସୁକେଇଥିଲା। କହିଥିଲା- ଯଥାଶୀଘ୍ର କାମ ସାରିଦେ। ଏହାପରେ ସେହିଦିନ ରାତିରେ ସେ ତା ନିଜ ପେଟର ୩ ପିଲାଙ୍କୁ ଶୋଇଥିବା ଅବସ୍ଥାରେ ମୁହଁରେ ତକିଆ ମାଡ଼ି ଜଣକ ପରେ ଜଣକୁ ଅଣନିଃଶ୍ବାସୀ କରି ମାରି ଦେଇଥିଲା।

ଆରମ୍ଭ ହେଲା ରଂଜିତାର ଡ୍ରାମା

ଏହାପରେ ରଂଜିତା ତା ଡ୍ରାମା ଆରମ୍ଭ କରିଥିଲା। ସ୍ବାମୀକୁ ଫୋନ୍ କରି ଡାକିଥିଲା ଓ କହିଥିଲା, ରାତି ଖାଦ୍ୟ ଖାଇଲା ପରେ ଆମର ତିନିଟି ଯାକ ପିଲା ଅଣନିଃଶ୍ବାସୀ ହୋଇ ମରିଗଲେ। ମୋର ମଧ୍ୟ ପେଟ ଖରାପ ଅଛି, ଦେହ ଅସୁସ୍ଥ ଲାଗୁଛି। ସ୍ବାମୀ ଚେନ୍ନଆ ଆସି ଦେଖେ ତ ପିଲାମାନେ ମରି ପଡ଼ିଛନ୍ତି। ସେ ସ୍ତ୍ରୀ ସମେତ ସମସ୍ତଙ୍କୁ ଡାକ୍ତରଖାନା ନେଇଗଲା, କିନ୍ତୁ ପିଲାଏ ଆଉ ଜୀବନ ପାଇନଥିଲେ।

ରିପୋର୍ଟ ଦେଖି ମେଡିକାଲ ଆଶ୍ଚର୍ଯ୍ୟ

ରଂଜିତାର ସବୁ ନାଟକ ପଦାକୁ ଆସିଗଲା, ଯେତେବେଳେ ମେଡିକାଲ ରିପୋର୍ଟ ଆସିଲା। ରିପୋର୍ଟ ଦେଖି ମେଡିକାଲ୍ ବାଲାଏ ଆଶ୍ଚର୍ଯ୍ୟ ହୋଇଗଲେ ଓ ତତକ୍ଷଣାତ ପୋଲିସକୁ ଏ ସଂପର୍କରେ ଖବର ଦେଇଥିଲେ। ଥାନାକୁ ଗଲା ଯାଏଁ ମଧ୍ୟ ରଂଜିତା ତା ନିଜ କୁକର୍ମ ବିଷୟରେ ମାନିନଥିଲା।

କିନ୍ତୁ ପୋଲିସ୍ ଯେତେବେଳେ ସବୁକିଛି ତାକୁ ଖୋଲିକି କହିଦେଲା ଓ ମେଡିକାଲ ରିପୋର୍ଟ ଦେଖାଇଲା, ସେତେବେଳେ ରଂଜିତାର ଫାକାସ ବୁଡ଼ିଗଲା। ସେ ଅସହାୟ ଅନୁଭବ କଲା ଓ ପୋଲିସ୍ ଆଗରେ ନିଜର ସମସ୍ତ ଦୋଷ ସ୍ବୀକାର କରିଗଲା।

ଆଜିକାଲି ସମୟରେ ଦେଖା ଦେଉଥିବା ଏଭଳି ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ? ପରିବାର ଲୋକ ନା ପୁଅ ଝିଅମାନେ। କିନ୍ତୁ ଏହାର ପରିଣାମ ଯେ ଭୟଙ୍କର ତାହା ସମସ୍ତେ ଜାଣି ରଖିବା ଦରକାର। ଯେମିତି ରଂଜିତା ଓ ତା ପ୍ରେମିକ ଶିବା ଭୋଗିଲେ ଦଣ୍ଡ। ସେମାନେ ଏବେ ଜେଲର ଚାରିକାନ୍ଥ ଭିତରେ ଆବଦ୍ଧ।

Andhra Pradesh Extramarital Affair Love Affair
Advertisment
Advertisment