Advertisment

ପରୀକ୍ଷା ପୂର୍ବରୁ ଅଗ୍ନିପଥ ଆଶାୟୀଙ୍କୁ ମିଳିବ ମାଗଣା ଟ୍ରେନିଂ

ଯେଉଁ ଆଶାୟୀ ପ୍ରାର୍ଥୀ ଅଗ୍ନିପଥ ଯୋଜନା ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ପରୀକ୍ଷା ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନ ମାଗଣା ଟ୍ରେନିଂ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gajapati district administration provides free training to Agnipath aspirants

Gajapati district administration provides free training to Agnipath aspirants

ଅଗ୍ନିପଥ ଆଶାୟୀଙ୍କୁ ପରୀକ୍ଷା ପାଇଁ ମାଗଣାରେ ଟ୍ରେନିଂ ଯୋଗାଇବେ ଗଜପତି ଜିଲ୍ଲା ପ୍ରଶାସନ। ଯେଉଁ ଆଶାୟୀ ପ୍ରାର୍ଥୀ ଅଗ୍ନିପଥ ଯୋଜନା ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ପରୀକ୍ଷା ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନ ମାଗଣା ଟ୍ରେନିଂ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୋଲିସ୍‌ ପକ୍ଷରୁ ଏହି ମାଗଣା ଟ୍ରେନିଂ ଦିଆଯିବ।

Advertisment

ପୋଲିସ୍‌ ପକ୍ଷରୁ ଆଶାୟୀ ପ୍ରାର୍ଥୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ସହ ଶାରିରୀକ ଯୋଗ୍ୟତା ଯାଞ୍ଚ ପରେ ମାସକ ପାଇଁ ଟ୍ରେନିଂ ଦିଆଯିବ। ଟ୍ରେନିଂ ନେଇଥିବା ଆଶାୟୀ ପ୍ରାର୍ଥୀ କିଭଳି ଭାବେ ସହଜରେ ପରୀକ୍ଷାରେ ସଫଳତା ପାଇବେ ସେସମ୍ପର୍କରେ ଟ୍ରେନିଂ ଦିଆଯିବ।  ଏନେଇ ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଟ୍ରେନିଂ ପାଇଁ ୧୦୦ ଜଣଙ୍କୁ ଚୟନ କରାଯିବ।

ଅଗ୍ନିପଥ ଯୋଜନାରେ ସେନାର ସମସ୍ତ ତିନି ବାହିନୀରେ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇବାକୁ ଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳର ଅବଧି କିନ୍ତୁ ସ୍ଥିରିକୃତ। ମାତ୍ର ୪ ବର୍ଷର ସ୍ୱଳ୍ପକାଳୀନ ସେବା କରିବାର ଅଗ୍ନିବୀରଙ୍କୁ ସୁଯୋଗ ମିଳିବ। ବାର୍ଷିକ ମୋଟ ଭର୍ତ୍ତିର ମାତ୍ର ୨୫ ପ୍ରତି ସର୍ବୋକୃଷ୍ଟ ଯବାନଙ୍କୁ ନେଇ ସେନା ସମୃଦ୍ଧ ହେବ । ବାକି ଅନ୍ୟ ଅଗ୍ନିବୀରଙ୍କୁ ସେନାରେ ସୁଯୋଗ ମିଳି ନ ପାରିଲେ ମଧ୍ୟ ଦେଶର ପ୍ରତିଷ୍ଠିତ ସାମରିକ ଓ ବେସାମରିକ ପ୍ରତିଷ୍ଠାନରେ ନିଯୁକ୍ତି ସୁଯୋଗ ରହିଛି।

Advertisment

ଅଗ୍ନିବୀରଙ୍କ ୪ ବର୍ଷର ସେବା ମଧ୍ୟରେ ହିଁ ସେମାନଙ୍କୁ ନିୟମିତ ସେବା(ସେନାରେ ପୂର୍ଣ୍ଣକାଳୀନ ଭର୍ତ୍ତି) ଲାଗି ଚୟନ କରାଯିବ। ଏହି ଅବଧି ମଧ୍ୟରେ ଅଗ୍ନିବୀରଙ୍କ ଉଦ୍ଦେଶ୍ୟ, ବ୍ୟକ୍ତିତ୍ୱ ଉପରେ ବିଶେଷ ଦୃଷ୍ଟି ଦିଆଯିବ। 

Agnipath Scheme Pre Training For Agnipath Yojana Agnipath Yojana
Advertisment
Advertisment