• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Afghanistan

Mullah Baradar
କିଏ ଏହି ମୁଲ୍ଲା ବରାଦର, ଯିଏ ଧରିବାକୁ ଯାଉଛନ୍ତି ଆଫଗାନିସ୍ତାନ କମାଣ

ଆଫଗାନିସ୍ତାନ ତାଲିବାନର ଅଧୀନକୁ ଚାଲିଯାଇଛି। ୧୫ ଅଗଷ୍ଟରେ ତାଲିବାନ ଯୁବକମାନେ କାବୁଲରେ ପ୍ରବେଶ କରିଛନ୍ତି। ସେଠାରେ ରାଷ୍ଟ୍ରପତି ଭବନକୁ କାବୁ କରିଛନ୍ତି। ଏହାପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ନିଜ ପରିବାର ସହିତ ତାଜିକିସ୍ତାନ ଚାଲିଯାଇଛନ୍ତି। ତାଲିବାନ ଘୋଷଣା କରିଛି ଯେ ବର୍ତ୍ତମାନ ଆଫଗାନିସ୍ତାନରେ ଶାରିଆ ଆଇନ ଲାଗୁ ହେବ। ଏସବୁ ଭିତରେ ମୁଲ୍ଲା ଅବଦୁଲ ଘନି ବରାଦର ବର୍ତ୍ତମାନ ଦେଶର ମୁଖ୍ୟ ହେବେ ବୋଲି ବିଶ୍ୱାସ କରାଯାଉଛି। ଆପଣ ଜାଣିଛନ୍ତି କି ଏହି ମୁଲ୍ଲା ବରଦାର କିଏ?

Kabul Airport
ଟାଉନ୍‌ ବସ୍‌ରେ ଚଢିବା ପରି ବିମାନରେ ଚଢ଼ିଗଲେ ଆଫ୍‌ଗାନିସ୍ତାନୀ, ବିଚଳିତ କରିବା ପରି ଆସିଲା ଦୃଶ୍ୟ

ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି

terrible-situation-in-afghanistan
ପ୍ଲେନରେ ଜୋରଜବରଦସ୍ତ ସବାର ହେଲେ ଆଫଗାନୀ : ଉଡ଼ାଣ ଭରିବା ପରେ ବିମାନରୁ ଖସିପଡ଼ିଲେ ୩ ଜଣ

ମନା କରିବା ସତ୍ତ୍ୱେ ଦେଶ ଛାଡ଼ି ପଳାଇବା ପାଇଁ ତିନିଜଣ ଯୁବକ ବିମାନର ଟାୟାରକୁ ଦୃଢ଼ ଭାବ ଧରିଥିବା ଅନ୍ୟ ଦେଶକୁ ପଳାୟନ କରିବାକୁ ଚାହୁଁଥିଲେ । ହେଲେ ବିମାନ ଉଡ଼ାଣ କରିବା ମାତ୍ରେ ଯୁବକ ତିନି ଜଣ ପଡ଼ିଯାଇଛଥିବା କହିଛନ୍ତି ସ୍ଥାନୀୟ ଲୋକ । ବିମାନରୁ ପଡ଼ିଯିବା ପରେ ଭୟରେ ଚିତ୍କାର କରିଥିଲେ ଦେଖଣାହାରୀ । ତେବେ ବର୍ତ୍ତମାନ ସେମାନଙ୍କ ଅବସ୍ଥା କିପରି ଅଛି, ତାହାର ସ୍ପଷ୍ଟ ସୂଚନା ନାହିଁ ।

then afghanistan president najibullah
୧୯୯୬ରେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍‌ ଖୁଣ୍ଟରେ ଝୁଲାଇ ଦେଇଥିଲା ତାଲିବାନ

ପୂର୍ବରୁ ଆଫଗାନିସ୍ତାନରେ ତାଲିବାନର ଶାସନ କଥା ମନେ ପକାଇ ଏବେ ଆଫଗାନିସ୍ତାନ ନାଗରିକ ଭୟଭୀତ ହୋଇଯାଇଛନ୍ତି। ୧୯୯୬ରେ ତାଲିବାନ ଯେତେବେଳେ କାବୁଲକୁ କବ୍‌ଜା କରିଥିଲା, ସେତେବେଳେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍‌ ଖୁଣ୍ଟରେ ଝୁଲାଇ ଦେଇଥିଲା। 

Air India
ଆଫଗାନିସ୍ତାନକୁ ଯିବ ନାହିଁ ଏୟାର ଇଣ୍ଡିଆ ବିମାନ : ଏୟାରସ୍ପେସ୍ ବନ୍ଦ ରହିବା ପର୍ଯ୍ୟନ୍ତ ଅପରେସନ୍ ଠପ୍

ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ କରିବାର ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି, କାବୁଲ ବିମାନବନ୍ଦରରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ । ଫଳରେ କାବୁଲରେ କୌଣସି ବିମାନ ଅବତରଣ କରିବ ନାହିଁ । ଏୟାର ସ୍ପେସ୍ ବନ୍ଦ ରହିବା ପର୍ଯ୍ୟନ୍ତ ଅପରେସନ୍ ଚାଲିପାରିବ ନାହିଁ ।

kabul
କାବୁଲର ସ୍ଥିତି ସଙ୍ଗୀନ : ଏୟାରପୋର୍ଟରେ ଗୁଳିମାଡ଼ ଯୋଗୁଁ ୩ ମୃତ

ଆଫଗାନିସ୍ତାନରେ ତାଲିବାନୀ ରାଜ୍ । ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ସ୍ଥିତି ବଦଳିଯାଇଛି । କ୍ଷମତାକୁ ଆସିଲା ତାଲିବାନ । ଆଫଗାନିସ୍ତାନ ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ତାଲିବାନ ଦ୍ୱାରା ନିୟନ୍ତ୍ରିତ । ଦେଶର ନାମ ପୁଣି 'Islamic Emirate of Afghanistan’ ରଖାଯିବ ବୋଲି ଘୋଷଣା କରିଛି ତାଲିବାନ । ତାଲିବାନର ଜଣେ ଅଧିକାରୀ କହିଛନ୍ତି, ବିଦ୍ରୋହୀ ଗୋଷ୍ଠୀ ଖୁବ ଶୀଘ୍ର କାବୁଲରେ ଥିବା ରାଷ୍ଟ୍ରପତି ଭବନରୁ ଇସଲାମିକ୍ ଏମିରେଟ୍ ଗଠନ ନେଇ ବିଧିବଦ୍ଧ ଘୋଷଣା କରିବେ ।

Kabul
ତାଲିବାନ କବ୍‌ଜାରେ କାବୁଲ:ଭାରତ ଉପରେ ପଡ଼ିବ କି ପ୍ରଭାବ?

ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ଦଖଲରେ ରାଜଧାନୀ କାବୁଲ୍। ଆଜି କାବୁଲକୁ ଚାରିପଟୁ ଘେରିବା ପରେ, ଦ୍ୱାର ଦେଶରେ ପହଞ୍ଚିଥିଲେ ସଶସ୍ତ୍ର ଆତଙ୍କୀ। ସେମାନେ ସହରକୁ ବଳପୂର୍ବକ ନିୟନ୍ତ୍ରଣକୁ ନେବାକୁ ଚାହୁଁନାହାନ୍ତି, ସରକାର ନିଃସର୍ତ୍ତ ଆତ୍ମସମର୍ପଣ କରନ୍ତୁ ବୋଲି ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଫଗାନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ଅବଦୁଲ୍ ମିର୍ଜାକ୍ୱାଲ୍ କହିଥିଲେ ଯେ, କାବୁଲ୍ ଆକ୍ରମଣର ଶିକାର ହେବ ନାହିଁ।

Afghan President Ashraf Ghani
ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କିଛି ଘଂଟା ପୂର୍ବରୁ ଖବର ମିଳିଥିଲା ଯେ, ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ପହଞ୍ଚିଥିଲା ତାଲିବାନ୍‌। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ ବୋଲି ସୂଚନା ରହିଥିଲା। ତାଲିବାନର ଜଣେ ମୁଖପାତ୍ର କହିଥିଲେ, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ।

Taliban
ଆଫ୍‌ଗାନିସ୍ତାନ ସ୍ଥିତି ସଙ୍ଗୀନ: କାବୁଲ୍‌ ଗେଟ୍‌ରେ ପହଞ୍ଚିଲାଣି ତାଲିବାନ୍‌

ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି। ତେବେ କାବୁଲକୁ ବଳପୂର୍ବକ ଭାବେ ସେମାନେ ନେବାକୁ ଚାହୁଁନାହାନ୍ତି ବୋଲି ତାଲିବାନ୍ କହିଛି।

afganistan
କାବୁଲରେ ପଶିଲା ତାଲିବାନ୍ : ଚାରିପଟୁ ଘେରି ରହିଛନ୍ତି ବିଦ୍ରୋହୀ

କାବୁଲରେ ପଶିଲା ତାଲିବାନ୍ । ଆଫଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ତାଲିବାନ । ଆଫଗାନିସ୍ତାନର ସମସ୍ତ ପ୍ରମୁଖ ସହରକୁ କବଜା କରିବା ପରେ ବର୍ତ୍ତମାନ ତାଲିବାନ ଆତଙ୍କବାଦୀମାନେ କାବୁଲରେ ପ୍ରବେଶ କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ । ଆଉ ମାତ୍ର ଦୁଇ ଘଣ୍ଟା ମଧ୍ୟରେ କାବୁଲକୁ ମଧ୍ୟ କବଜା କରିନେବେ ବୋଲି କୁହାଯାଉଛି

kabul
ଜଲାଲାବାଦକୁ ଅକ୍ତିଆର କଲା ତାଲିବାନ୍ : କାବୁଲରେ ବିଦ୍ୟୁତ ଯୋଗାଣ ଧ୍ୱସ୍ତ

ଆଫଗାନିସ୍ତାନର ଅସରଫ ଘାନି ସରକାରଙ୍କ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । ତାଲିବାନ ଯୁଦ୍ଧବିମାନ କାବୁଲ ନିକଟରେ ପହଞ୍ଚିଯାଇଛି ଓ ରାଜଧାନୀ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ହୋଇଛି । ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ତାଲିବାନ ବିଦ୍ୟୁତ ଯୋଗାଣ କାଟି ଦେଇଥିବା ସୂଚନା ମିଳିଛି । ତାଲିବାନ ସହ ବିବାଦ ଏହାର ମୋଡ଼ରେ ପହଞ୍ଚିଛି ।

talibans open warning
କାବୁଲ ସରକାରକୁ ସାହାଯ୍ୟ କଲେ ତ୍ରାହି ନାହିଁ : ଭାରତକୁ ପ୍ରଶଂସା କରିବା ସହ ଖୋଲା ଚେତାବନୀ ଦେଲା ତାଲିବାନ

ଭାରତକୁ ପ୍ରଶଂସା ଆଉ ଚେତାବନୀ । ଆଫଗାନିସ୍ତାନକୁ ଅକ୍ତିଆର କରୁଥିବା ତାଲିବାନ ଭାରତକୁ ଚେତାବନୀ ଦେଇଛି । ଆଫଗାନିସ୍ତାନରେ ଭାରତ ସାମରିକ ଉପସ୍ଥିତିରୁ ଦୂରେଇ ରହିବା ଉଚିତ । ସେହିପରି ଆଫଗାନିସ୍ତାନରେ ବିକାଶମୂଳକ କାମ ପାଇଁ ଭାରତକୁ ତାଲିବାନ ପ୍ରଶଂସା କରିଛି । ନୂଆଦିଲ୍ଲୀ ବିରୋଧରେ ଆଫଗାନ୍ ମାଟି ବ୍ୟବହାରକୁ ଅନୁମତି ଦି‌ଆଯିବ ନାହଁ ବୋଲି ସଂଗଠନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି ।

Taliban
କାନ୍ଦାହାର ଓ ହେରାତକୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହରକୁ କବଜା କଲା ତାଲିବାନ୍: ୩୪ ପ୍ରାନ୍ତୀୟ ରାଜଧାନୀ ମଧ୍ୟରୁ ୧୮ଟିକୁ ଦଖଲ କଲେଣି ଉଗ୍ରବାଦୀ

କାନ୍ଦାହାର ଓ ହେରାତକୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହରକୁ ନିଜ କବଜାକୁ ନେଇଛି ତାଲିବାନ୍ । ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୮ଟିକୁ ଉଗ୍ରବାଦୀ ଅଧିନସ୍ଥ କରି ସାରିଲେଣି । ବର୍ତ୍ତମାନ କାବୁଲ ଠାରୁ ମାତ୍ର ୯୦ କିଲୋମିଟର ଦୂରରେ ବିଦ୍ରୋହୀ ଥିବାବେଳେ ପ୍ରଛନ୍ନ ଭାବେ ସହାୟତା କରୁଛି ପାକିସ୍ତାନ

Taliban Militants
ତାଲିବାନ୍ କବ୍‌ଜାରେ କାନ୍ଦାହାର, ହେରାଡ

ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି।

Afghan
ଆଫଗାନିସ୍ତାନ ସ୍ଥିତି ସଙ୍ଗୀନ: ଭାରତୀୟଙ୍କୁ ଫେରି ଆସିବାକୁ ଅପିଲ୍‌ କଲା ନୂଆଦିଲ୍ଲୀ

ଏବେ ସୁଦ୍ଧା ଆଫଗାନିସ୍ତାନର ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି ।

Taliban
ସ୍ଥିତି ଅସମ୍ଭାଳ, ହିଂସା ରୋକିବାକୁ ତାଲିବାନ ସହ କ୍ଷମତା ଭାଗ କରିବାକୁ ସରକାର ପ୍ରସ୍ତୁତ !

ଆଫ୍‌ଗାନିସ୍ତାନରେ ପରିସ୍ଥିତି ଅସମ୍ଭାଳ । ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ହିଂସାକାଣ୍ଡ ଥମିବାର ନାଁ ଧରୁନି । ଏହାରି ଭିତରେ ଆଫ୍‌ଗାନିସ୍ତାନ ସରକାର ଖେଳିଛନ୍ତି କ୍ଷମତା ଭାଗବଣ୍ଟା କାର୍ଡ । ଆତଙ୍କି ସଂଗଠନ ତାଲିବାନ ସହ କରିବାକୁ ଚାହୁଛନ୍ତି ଡିଲ୍‌ ।

afghanistan-army
ବିଗୁଡ଼ୁଛି ଆଫ୍‌ଗାନିସ୍ତାନ ସ୍ଥିତି, ହିନ୍ଦୁ-ଶିଖ୍‌ଙ୍କ ଯୋଗାଯୋଗରେ ରହିଛି MEA

ଆଫଗାନୀସ୍ତାନରେ ସ୍ଥିତି ବିଗୁଡ଼ୁଥିବାରୁ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି । ଆଫଗାନୀସ୍ତାନରେ ସୁରକ୍ଷା ସ୍ଥିତି ବିଗୁଡ଼ିଥିବାରୁ ଆମେ ଚିନ୍ତିତ ବୋଲି କହିଛି MEA ।

taliban terrorist
ତାଲିବାନୀ ଆତଙ୍କବାଦୀଙ୍କ ବର୍ବରତା : ଟାଇଟ୍ ପୋଷାକ୍ ପିନ୍ଧିବାରୁ ଗୁଳିମାରି ଯୁବତୀଙ୍କୁ ହତ୍ୟା

ସାମାନ୍ୟ ପୋଷାକ ପାଇଁ ଜୀବନ ନେଇଗଲେ ଆତଙ୍କୀ । ପୋଷାକ ପିନ୍ଧା ଶୈଳୀକୁ ନେଇ ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣି ଥରେ ଆତଙ୍କବାଦୀଙ୍କ ଆତଙ୍କ ବଢ଼ିଯାଇଛି । ଦିନକୁ ଦିନ ସେମାନଙ୍କର ଅତ୍ୟାଚାର ସୀମା ବଢ଼ି ବଢ଼ି ଚାଲିଛି

 Taliban
ଅଶାନ୍ତ ଆଫଗାନିସ୍ତାନ: ଆଉ ୩ ସହରକୁ ନିଜ କବଜାକୁ ନେଲା ତାଲିବାନ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଫଗାନିସ୍ତାନର ସେନା ଘାଟି ଓ ବିମାନ ବନ୍ଦରକୁ ଛାଡି ଦେଲେ ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନିଜ କବଜାକୁ ନେଇଛି ଆଫଗାନିସ୍ତାନ। ଚାଲିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଆହତ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ନିମରୁଜ୍ ଏବଂ ଜଜାନ୍ ପ୍ରଦେଶକୁ ମଧ୍ୟ ତାଲିବାନ ନିଜ ଅଧୀନକୁ ନେଇଛନ୍ତି। ଶନିବାର ଜଜାନର ରାଜଧାନୀ ସେବେରଘାନକୁ ଅଧୀନକୁ ନେଇଥିବାବେଳେ ତାହା ପୂର୍ବରୁ ନିମରୁଜ୍‌ର ରାଜଧାନୀ ଜରାଞ୍ଜକୁ ନିଜ ଅକ୍ତିଆରକୁ ନେଇଛନ୍ତି।

American Army
ତାଲିବାନର ପିଛା ଛାଡ଼ୁନି ଆମେରିକା, ଏୟାର ଷ୍ଟ୍ରାଇକ୍‌ରେ ୨୦୦ରୁ ଅଧିକ ନିପାତ୍‌

ଆଫ୍‌ଗାନିସ୍ତାନରୁ ଆମେରିକା ନିଜ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେଇଛି । ଏହା ସମସ୍ତେ ଜାଣନ୍ତି । ଏହାପରେ ଅନେକ ଆଲୋଚନା ଆଉ ସମାଲୋଚନା ମଧ୍ୟ ହୋଇଥିଲା ।

taliban in afganistan
ଭାରତ ପ୍ରତି ମନୋଭାବ ବଦଳାଇଲା ତାଲିବାନ, ବଢାଇଲା ବନ୍ଧୁତାର ହାତ

ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଥିବା ତାଲିବାନ ତାର ମନୋଭାବରେ ପରିବର୍ତ୍ତନ ଆଣିବା ପରି ମନେ ହେଉଛି। ଭାରତ ପ୍ରତି ବନ୍ଧୁତାର ସଙ୍କେତ ଦେଇଛି ତାଲିବାନ।

terrorists
ତାଲିବାନକୁ ସହଯୋଗ ଲାଗି ଯାଉଛନ୍ତି ପାକିସ୍ତାନୀ ଯୁବକ

ମାତ୍ର ଇସଲାମାବାଦର ମୁଖା ଖୋଲିଦେଇଛି ସଦ୍ୟତମ ହସ୍ତଗତ ରିପୋର୍ଟ। ତାଲିବାନକୁ ଆଫଗାନିସ୍ତାନ ସରକାର ବିରୋଧୀ ଲଢେଇରେ ସହଯୋଗ ଲାଗି ପାକିସ୍ତାନ ମଦ୍ରାସା ଗୁଡ଼ିକରୁ ଶହ ଶହ ଯୁବକ ଯାଉଥିବା ଖବର ମିଳିଛି। ସେହିପରି ସେଠାରେ ଚାଲିଥିବା ଘମାଘୋଟ ସଂଘର୍ଷରେ ଅନେକ ପାକିସ୍ତାନ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଚମନ୍-ସ୍ପିନ୍ ବୋଲ୍ଡକ୍ ଏବଂ ତରଖୁମ୍ ପ୍ରବେଶ ପଥରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନେକ ମୃତଦେହ ହସ୍ତାନ୍ତର କରାଯାଇଛି। ବେଲୋଚିସ୍ତାନରୁ ଯାଇଥିବା ଏହି ଯୁବକମାନେ ଆଫଗାନିସ୍ତାନର ସରକାରୀ ଫୋର୍ସ ସହ ସଂଘର୍ଷରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।

afghanistan withdraws ambassador from pakistan
ଆଫଗାନ ରାଜଦୂତଙ୍କ କନ୍ୟାଙ୍କୁ ପାକିସ୍ତାନରୁ ଅପହରଣ

ପାକିସ୍ତାନରେ ରହୁଥିବା ଆଫଗାନ ରାଜଦୂତଙ୍କ କନ୍ୟାଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ। ଦୀର୍ଘ ଘଣ୍ଟା ନିର୍ଯାତନା ଦେବା ପରେ ଛାଡ଼ିଲେ।

indian photo journalist danish siddiqui killed
କାନ୍ଦାହାରରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିବା ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକୀଙ୍କୁ ହତ୍ୟା କଲେ ତାଲିବାନ।