• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Afghanistan

 ashraf ghani
ତାଲିବାନ ସହ ମିଶିଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ

ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଶରଣ ନେଇଥିବାବେଳେ ତାଙ୍କ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ହାତ ଧରିଛନ୍ତି।

taliban militant
ତାଲିବାନ ବର୍ବରତା: ମହିଳାଙ୍କ ଆଖି ତାଡ଼ି ନେଲେ, ଗୁଳି କଲେ

ତାଲିବାନ କ୍ରୁରତାରେ ଥରହର ହେଲାଣି ଆଫଗାନିସ୍ତାନ। ତାଲିବାନ ଆତଙ୍କୀମାନେ କିପରି ମାନବିକତାକୁ ହତ୍ୟା କରୁଛନ୍ତି ତାହାର ଦୃଶ୍ୟ ସାମ୍ନାକୁ ଆସିଛି। ତାଲିବାନ ବର୍ବରତାର ଶିକାର ହୋଇଥିବା ଜଣେ ବାହାଦୁର ମହିଳାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Afghan player
ତାଲିବାନଙ୍କ କବଳରୁ ଉଦ୍ଧାର ପାଇଁ ଆକୁଳ ନିବେଦନ କଲେ ଖେଳାଳି

ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ କଣ ହେବ ଖେଳାଳିଙ୍କ ଭବିଷ୍ୟତ? ଦୀର୍ଘ ବର୍ଷ ଧରି ଆଫଗାନିସ୍ତାନର ଅଶ୍ରଫ ଘନି ସରକାର ଖେଳାଳିଙ୍କୁ ଯେଉଁ ସୁବିଧା ଦେଉଥିଲେ, ସେ ସୁବିଧା ଖେଳାଳିଙ୍କୁ ଆଗକୁ ବି ଉପଲବ୍ଧ ହେବ ତ ? ନାଁ ତାଲିବାନର କ୍ରୁର ଦୃଷ୍ଟିକୁ ଆସିବେ କ୍ରୀଡ଼ାବିତ୍?

UK’s prime minister Boris Johnson
ଋଷ, ଚୀନ, ପାକିସ୍ତାନ ପରେ ତାଲିବାନକୁ ସାଥ୍‌ ଦେବ ବ୍ରିଟେନ ! ବୋରିସ ଜନସନ୍‌ କଲେ ବଡ ଘୋଷଣା

ଅନେକ ଦେଶ ଅଛନ୍ତି ଯେଉଁମାନେ ତାଲିବାନକୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି। ଋଷ, ଚୀନ ଏବଂ ପାକିସ୍ତାନ ପରେ ଏବେ ବ୍ରିଟେନ ତାଲିବାନକୁ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌।

taliban chief comander
ଦିନେ ଭାରତରେ ନେଇଥିଲେ ତାଲିମ, ଆଜି ତାଲିବାନର ଟପ୍ କମାଣ୍ଡର୍

ତାଲିବାନ ସଂଗଠନର ୭ ସର୍ବୋଚ୍ଚ ନେତାଙ୍କ ଭିତରୁ ଜଣେ- ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ।  ତାଲିବାନର ଟପ୍ କମାଣ୍ଡର୍, କାତାର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ  । ଏବେ ତାଙ୍କୁ  ୬୦ ବର୍ଷ  । କେଉଁଠି ତାଲିମ ନେଉଥିଲେ ? କେମିତି ଥିଲା ସେଦିନର ସମୟ।

taliban arrive at afghanistan cricket board
ଆଫଗାନିସ୍ତାନ କ୍ରିକେଟ ବୋର୍ଡରେ ପଶିଲା ତାଲିବାନ

ଆଫଗାନିସ୍ତାନକୁ ସମ୍ପୂର୍ଣଭାବେ ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନର ନଜର ଏବେ ଆଫଗାନିସ୍ତାନର କ୍ରିକେଟ ବୋର୍ଡ ଉପରେ। ଏହି ଆତଙ୍କବାଦୀ ସଂଗଠନ କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅକ୍ତିଆର କରିବାର ଚିତ୍ର ସାମ୍ନାକୁ ଆସିଛି।

panjshir valley of Afghanistan
ଆଫଗାନିସ୍ତାନର ଏହି ଘାଟି ଯେଉଁଠିକୁ ଯିବାକୁ ଡରୁଛନ୍ତି ତାଲିବାନ

ଆଫଗାନିସ୍ତାନର ଦୁର୍ଗମ ଘାଟି ପଞ୍ଜଶିର। ଦେଶର ୩୪ଟିରୁ ୩୩ଟି ପ୍ରଦେଶରେ ତାଲିବାନୀ ସଫେଦ୍ ପତାକା ଉଡ଼ୁଥିବା ବେଳେ, ଆଜି ବି ଏଠି ନିର୍ଭୟରେ ଫରଫର ଉଡ଼ୁଛି ଉତ୍ତରୀ ଗଠବନ୍ଧନର ଝଣ୍ଡା  ।

Taliban's
ଖୋଲୁଛି ତାଲିବାନର ପୋଲ୍‌- ‘ଘରେ ପଶି ଛାନ୍‌ଭିନ୍‌, ଲୋକଙ୍କୁ ଧମକ, ମହିଳାଙ୍କୁ ୱାର୍କ ଫ୍ରମ୍‌ ହୋମ୍‌’

ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ଆତଙ୍କବାଦୀ ସଂଗଠନ ତାଲିବାନର ଭାରତ ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳିଛି। କାନ୍ଦାହାରରେ ଥିବା ଭାରତୀୟ ଦୂତାବାସକୁ ଯାଇ ବୁଧବାର ତାଲିବାନ ଆତଙ୍କବାଦୀ ଖୋଜାଖୋଜି କରିଥିବା ସୂଚନା ମିଳିଛି।

taliban in afghanistan
ତାଲିବାନୀ ଆତଙ୍କ; ସାମ୍ବାଦିକଙ୍କୁ ମାଡ, ଆଫଗାନ କମାଣ୍ଡରଙ୍କୁ ଫାଶି

ଆଫଗାନିସ୍ତାନରେ ଆରମ୍ଭ ହୋଇଗଲାଣି ତାଲିବାନ ଆତଙ୍କ। ପ୍ରତିଶୋଧ ମନୋବୃତ୍ତି ରଖିବୁ ନାହିଁ ବୋଲି ଯେତେ କହିଲେ ମଧ୍ୟ ନିଜ ପ୍ରବୃତ୍ତିକୁ ରୋକି ପାରିନାହାନ୍ତି ତାଲିବାନ ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛନ୍ତି। 

3 people fall from plane
ବିମାନ ଚକାରେ ଲୁଚି ବିଦେଶ ଯାଉଥିଲେ...ମଝି ଆକାଶରେ ଖସି ପଡ଼ିଲେ

କାବୁଲ ଏୟାରପୋର୍ଟରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ। ତାଲିବାନ ଭୟରେ ଲୋକେ କୌଣସି ପ୍ରକାରେ ଦେଶଛାଡ଼ି ଚାଲିଯିବାକୁ ବସିଛନ୍ତି। ବିମାନରେ ବିଦେଶ ଯିବା ପାଇଁ ବିକଳ ହେଉଛନ୍ତି ଲୋକେ।

Ahmed-Masood leads fight against taliban
ତାଲିବାନ ବିରୋଧରେ ଲଢିବା ପାଇଁ ବଳ ଯୋଗାଡୁଛନ୍ତି ମାସୁଦ, ପଞ୍ଜଶିରରେ ଗରିଲା ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି

ବଳ ଯୋଗାଡୁଛନ୍ତି ବିରୋଧୀ..ତାଲିବାନ ବିରୋଧରେ ଲଢିବା ପାଇଁ ଆରମ୍ଭ ହେଉଛି ପ୍ରସ୍ତୁତି।

Salima Mazari
ତାଲିବାନ କାବୁରେ ସଲିମା ମଜାରୀ; କିଏ ଏହି ମହିଳା?

ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନର ପ୍ରଥମ ମହିଳା ରାଜ୍ୟପାଳ ସଲିମା ମଜାରୀଙ୍କୁ କାବୁ କରିଛି। ମଜାରୀ ବଲ୍ଖ ପ୍ରଦେଶର ଚାହର କିଣ୍ଟ୍ ଜିଲ୍ଲାର ରାଜ୍ୟପାଳ। ତାଲିବାନ ସହିତ ଲଢିବା ପାଇଁ ସେ ନିଜର ଏକ ସେନା ଗଠନ କରିଥିଲେ ଏବଂ ନିଜେ ଅସ୍ତ୍ର ଉଠାଇଥିଲେ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଲିମା ତାଲିବାନର ସମ୍ମୁଖୀନ ହୋଇଥିଲେ।

Taliban fires on Independence Day in Afghanistan
ଆଫଗାନିସ୍ତାନରେ ସ୍ୱାଧୀନତା ଦିବସରେ ପତାକା ରାଲି, ପତାକା ରାଲି ଉପରକୁ ଗୁଳି ଚଳାଇଲେ ତାଲିବାନୀ

ତାଲିବାନ ଆତଙ୍କ ମଧ୍ୟରେ ଆଜି ଆଫଗାନିସ୍ତାନ ପାଳନ କରୁଛି ସ୍ୱାଧୀନତା ଦିବସ । ୧୯୧୯ ମସିହା୧୯ ତାରିଖ ଆଜିର ଦିନରେ ବ୍ରିଟିଶ କବଳରୁ ଆଫଗାନିସ୍ତାନ ସ୍ୱାଧୀନ ହୋଇଥିଲା । ତେବେ ଏହି ଅବସରରେ ତାଲିବାନ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ପାଳନ କରି ଆମେରିକାରେ ଏହା "ବିଶ୍ୱ ଶକ୍ତି କହିବାର ଅହଂକାର" କୁ ପରାସ୍ତ କରିଛି ବୋଲି ଘୋଷଣା କରିଛି। କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବା ପ୍ରତିଶ୍ରୁତି ଦେଇଥିଲେ ବି ତାଲିବାନ ନିଜର ବର୍ବରତା ଦେଖାଇଛି ।

Taliban
ଇତିହାସ ସାକ୍ଷୀ, ଆଫ୍‌ଗାନବାସୀଙ୍କୁ ଶାସନ କରିବା ସହଜ ନୁହେଁ ! ବଳ ଗୋଟାଇଲେଣି ଆଫ୍‌ଗାନବାସୀ..

ଇତିହାସ କୁହେ ପଂଜାବ କେଶରୀ ମହାରାଜା ରଣଜିତ ସିଂହଙ୍କୁ ଛାଡ଼ି ଆଫଗାନିସ୍ତାନକୁ କେହି ସଂପୂର୍ଣ୍ଣ ଭାବେ ଦଖଲ କରି ଶାସନ କରିପାରି ନାହାନ୍ତି । ସ୍ୱାଧୀନ ଚେତା ଆଫଗାନଙ୍କୁ କରାୟତ କରିବା ଏତେ ସହଜ ନୁହେଁ ।

new government may be formed In Afghanistan
ଆଫଗାନିସ୍ତାନରେ କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର

ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇ ନ ପାରେ । କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର।

taliban
ତାଲିବାନୀଙ୍କୁ ବଡ଼ ଝଟକା : ଜରୁରୀକାଳୀନ ପାଣ୍ଠି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା IMF

ତାଲିବାନ ନେତୃତ୍ୱ ପାଇଁ ବଡ ପ୍ରତିବନ୍ଧକ । କ୍ଷମତା ଡୋର ଥିଲେ ସୁଦ୍ଧା କାଙ୍ଗାଳ ହୋଇ ରହିବ ତାଲିବାନ୍ । ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଚାଲିଯିବା ପରେ ଏବେ ତାଲିବାନ ପାଇଁ ଚାରିଆଡୁ ସଂକଟ ଘନେଇବାରେ ଲାଗିଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ( ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ ନେଇ ଘୋଷଣା କରିଛି ।

afghanistan
ଆଫଗାନିସ୍ତାନରେ ରହିବନି ଗଣତନ୍ତ୍ର ଶାସନ : ଶରିଆ ଆଇନରେ ଚାଲିବ ଦେଶ

ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବନି । ରୁଲିଂ କାଉନସିଲ ଦ୍ୱାରା ଚାଲିବ ଶାସନ । ଆଫଗାନିସ୍ତାନରେ ତାଲିବାନ ନୂତନ ସରକାର ଗଠନ ନ କରିବା ପର୍ଯ୍ୟନ୍ତ ସମଗ୍ର ଦେଶ ରୁଲିଂ କାଉନସିଲମାଧ୍ୟମରେ ପରିଚାଳିତ ହେବ। ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ହେବେ ସର୍ବେସର୍ବା । ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ତାଲିବାନୀ ଏବଂ ନୂତନ ସରକାରଙ୍କ ନୂତନ ରୂପରେଖ ଉପରେ କାମ କରାଯିବ।

taliban stop import-export route to india
ଭାରତ ସହ ରପ୍ତାନୀ-ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

ଭାରତ-ଆଫଗାନିସ୍ତାନ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। ହେଲେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ସହ ବ୍ୟାବସାୟିକ ସମ୍ପର୍କ ((Export-Import)ଉପରେ ପ୍ରତିବନ୍ଧକ ଲଗାଇଲା। 

kabul-airport
’ଆମକୁ ଭିତରକୁ ଆସିବାକୁ ଦିଅ, ତାଲିବାନୀ ଆସୁଛନ୍ତି’ ! କାବୁଲ ଏୟାରପୋର୍ଟରେ ସାହାଯ୍ୟ ପାଇଁ ବିକଳ ଚିତ୍କାର କରୁଛନ୍ତି ଆଫଗାନୀ ମହିଳା

ଆଖିରେ ଲୁହ ଆଉ ମନରେ ଆଶାର କିରଣ ନେଇ କାବୁଲ ଏୟାରପୋର୍ଟରେ ଆଫଗାନୀ ମହିଳା । ଆମକୁ ଭିତରକୁ ଆସିବାକୁ ଅନୁମତି ଦିଅ । ତାଲିବାନୀ ଆସୁଛନ୍ତି । ଆମକୁ ଛାଡ଼ିବେନି କହି ମହିଳାମାନେ କାନ୍ଦୁଛନ୍ତି । କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକ ବିମାନକୁ ଅପେକ୍ଷା କରିଛନ୍ତି । ଆଉ ଏହି ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅତି ହୃଦୟବିଦାରକ

afghanistan
ବଦଳିନି ତାଲିବାନୀ ଶାସନ ! ଜଲାଲାବାଦରେ ସାମ୍ବାଦିକଙ୍କୁ ବାଡ଼େଇଲେ ତାଲିବାନ୍

ଗତକାଲି ଜଲାଲବାଦ ସହରରେ ଅନେକ ଲୋକ ତାଲିବାନ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ଜାତୀୟ ପତାକା ସରକାରୀ ଅଫିସଗୁଡ଼ିକରେ ଲଗାଇବା ପାଇଁ ଦାବି କରିଥିଲେ । ତେବେ ତାଲିବାନୀମାନେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଲୋକ ଆଫଗାନ ପତାକା ଧରି ରାସ୍ତାରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ହଠାତ୍‌ ଭିଡ଼ ଉପରକୁ ଗୁଳିମାଡ଼ କରିଥିଲା ତାଲିବାନୀ ସଂଗଠନ

India's Afghanistan rescue mission
ତାଲିବାନ କବ୍‌ଜାରୁ କେମିତି ଉଦ୍ଧାର ହେଲେ ଭାରତୀୟ ? କିଏ ଥିଲା ସେଇ ମହାନାୟକ ?

ରାଷ୍ଟ୍ରଦୂତଙ୍କ ସହ ଅନ୍ୟ ଭାରତୀୟଙ୍କୁ ମଙ୍ଗଳବାର ଆଫଗାନରୁ ଉଦ୍ଧାର କରିବାରେ ସଫଳ ହୋଇଛି ଭାରତ । ଭାରତ ବାୟୁସେନାର ବିମାନ ବହୁ କଠିନ ପରସ୍ଥିତିରେ ନିଜ ନାଗରିକମାନଙ୍କୁ ଉଦ୍ଧାର କରିପାରିଛି। କେମିତି ଥିଲା ସ୍ଥିତି ? କେଉଁ କଠିନ ପରିସ୍ଥିତିରେ ଉଦ୍ଧାର କଲା ବାୟୁସେନା ବିମାନ ଜାଣନ୍ତୁ।

Ashraf Ghani Flee to UAE
ଦେଶ ଛାଡ଼ି ନ ଥିଲେ ତାଲିବାନ ମୋତେ ବି ଫାଶୀଖୁଣ୍ଟରେ ଝୁଲାଇ ଦେଇଥାନ୍ତେ- ଅସ୍‌ରଫ ଘନି

ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପୂର୍ବରୁ ଦେଶ ଛାଡି ପଳାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଅସ୍‌ରଫ ଘନି। ସାରା ଦେଶରେ ବିଦ୍ୱେଷ ଲାଗି ରହିଥିବାବେଳେ ରାଷ୍ଟ୍ରପତିଙ୍କର ଏପରି ଦେଶ ଛାଡ଼ି ପଳାୟନ କରିବା ଘଟଣାକୁ ସମସ୍ତେ ନାପସନ୍ଦ କରିଛନ୍ତି।

British Student
ସବୁଠାରୁ ବିପଜ୍ଜନକ ଯାଗାକୁ ଯାଇଥିଲେ, ପରିସ୍ଥିତି ଏମିତି ହେଲା…

ବେଳେବେଳେ କିଛି ଅଲଗା କରିବାକୁ ଇଚ୍ଛା ନେଇ ଅନେକ ଲୋକ ଏପରି ଅସୁବିଧାରେ ପଡ଼ିଯାଆନ୍ତି ଯେଉଁଠାରୁ ବାହାରିବା ବହୁତ କଷ୍ଟକର ହୋଇପଡେ। ବ୍ରିଟେନର ଜଣେ ଛାତ୍ରଙ୍କ ସହ ଏଭଳି କିଛି ଘଟଣା ଘଟିଛି। ୨୪ ବର୍ଷୀୟ ମାଇଲ୍ସ ରୁଟ୍‌ଲେଜ୍ ଗୁଗୁଲରେ ଟାଇପ୍ କରିଥିଲେ ଯେ ପର୍ଯ୍ୟଟକଙ୍କ ପାଇଁ ଦୁନିଆର ସବୁଠାରୁ ବିପଜ୍ଜନକ ସହର କେଉଁଠି ଅଛି। ଏହା ପରେ ସେ ଆଫଗାନିସ୍ତାନକୁ ବାହାରିଗଲେ। କିନ୍ତୁ ସେ ସେଠାରେ ତାଲିବାନକୁ ସାମ୍ନା କରିବେ ବୋଲି ତାଙ୍କର ଧାରଣା ନ ଥିଲା।

taliban
ଚାରିଆଡ଼େ ଆତଙ୍କ, ଭୟ ଆଉ କାନ୍ଦବୋବାଳି : କାବୁଲ ଏୟାରପୋର୍ଟରେ ମହିଳା ଓ ପିଲାଙ୍କୁ ଆକ୍ରମଣ କଲେ ତାଲିବାନୀ

ଚାରିଆଡ଼େ ଭୟ, ଦୁଃଖ, ନିରାଶ ଆଉ ଅନିଶ୍ଚିତ ମୃତ୍ୟୁ ଆଶଙ୍କା । ମିଛ ପ୍ରତିଶ୍ରୁତି ଦେଇ ବିଶ୍ୱକୁ ଠକୁଛନ୍ତି ତାଲିବାନୀ ଆତଙ୍କବାଦୀ । ଆରମ୍ଭ ହୋଇଗଲା ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନୀ ଶାସନ ଫେରିବା ପରେ ଦେଶବାସୀ ଆତଙ୍କରେ ଥରୁଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନ ବିଶ୍ୱ ସାମ୍ନାରେ ମହିଳାଙ୍କ ସୁରକ୍ଷା ନେଇ ପ୍ରତିଶୃତି ଦେଇଛି

afghan-women
ତାଲିବାନୀ ଶାସନ ଫେରିବା ପରେ ଆତଙ୍କରେ ଆଫଗାନୀ ମହିଳା : କାବୁଲରେ ଅଚାନକ୍ ୧୦ ଗୁଣା ଅଧିକ ହେଲା ବୁର୍ଖା ମୂଲ୍ୟ

ତାଲିବାନ ଶାସନରେ ମହିଳାଙ୍କୁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ । ଫଳରେ ବର୍ତ୍ତମାନ ତାଲିବାନ ଶାସନ ଫେରିବା ପରେ ମହିଳାମାନେ ବୁର୍ଖା କିଣିବା ପାଇଁ ଦୋକାନକୁ ଦଉଡ଼ୁଛନ୍ତି । ଆଫଗାନିସ୍ତାନରେ ବୁର୍ଖାର ମୂଲ୍ୟ ୧୦ ଗୁଣ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ତାଲିବାନ୍ ଶାନ୍ତି ଓ ବିକାଶର ନାରା ଦେଉଥିଲେ ବି ଏହାକୁ ବିଶ୍ୱାସ କରିପାରୁନାହାନ୍ତି ଆଫଗାନିସ୍ତାନ ବାସୀ