Advertisment

DGCA’s show-cause notice to CEO: ଆକ୍ସନ ମୋଡରେ DGCA, ଇଣ୍ଡିଗୋ CEOଙ୍କୁ ସମନ୍

ଇଣ୍ଡିଗୋ ସଂକଟକୁ ନେଇ ଆକ୍ସନ ମୋଡରେ DGCA। ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ। ସମନ୍ କଲେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ।

author-image
Chinmayee Sahoo
INDIGO

INDIGO Photograph: (OTV)

କେବେ ତୁଟିବ ଇଣ୍ଡିଗୋ ସଂକଟ? କେବେ ସ୍ବାଭାବିକ ହେବ ବିମାନ ଚଳାଚଳ? ଇଣ୍ଡିଗୋ ଯନ୍ତ୍ରଣାରୁ କେବେ ମୁକ୍ତି ପାଇବେ ଯାତ୍ରୀ? ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି ଦେଶର ହଜାର ହଜାର ଯାତ୍ରୀ। ଲଗାତାର ଷଷ୍ଠ ଦିନରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆକ୍ସନ ମୋଡକୁ ଆସିଛି ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଇଣ୍ଡିଗୋର ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି DGCA।

Advertisment

୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ କୁହାଯାଇଛି। ଇଣ୍ଡିଗୋ ସିଇଓ ପିଟର ଏଲବର୍ସ ଓ ଏୟାରଲାଇନ୍ସ ଆକାଣ୍ଟେବୁଲ୍ ମ୍ୟାନେଜର ଜବାବ ରଖିବେ। DGCA ନୋଟିସରେ ଉଲ୍ଲେଖ ରହିଛି ଯେ, ନଭେମ୍ବର ୧ରେ ଲାଗୁ ହୋଇଥିବା ନୂତନ ଉଡ଼ାଣ ଡ୍ୟୁଟି ସମୟସୀମା କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ନ କରିବା ଉଡ଼ାଣ ବାଧାପ୍ରାପ୍ତ ହେବାର ମୁଖ୍ୟ କାରଣ। 

ଏଥିପାଇଁ ଯୋଜନା, ସମୀକ୍ଷା ଓ ସମ୍ବଳ ପରିଚାଳନାରେ ତ୍ରୁଟି ରହିଛି। ଯାହା ନିୟମର ଉଲ୍ଲଂଘନ କରୁଛି। ସିଇଓଙ୍କର ଏୟାରଲାଇନ୍ସ ପରିଚାଳନାର ସମସ୍ତ ଦାୟିତ୍ବ। ତେଣୁ ତାଙ୍କୁ ଉତ୍ତରଦାୟୀ କରିବା ସହ ଜବାବ ତଲବ ହୋଇଛି। କୌଣସି ଜବାବ ନରଖିଲେ ଆକ୍ସନ ହେବ ବୋଲି କୁହାଯାଇଛି। 

Advertisment

ଗତ ଷଷ୍ଠ ଦିନରେ ପ୍ରାୟ ୮୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଥିବା ବେଳେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଯାତ୍ରୀ। ସେପଟେ ଇଣ୍ଡିଗୋ କର୍ତ୍ତୃପକ୍ଷ କହୁଛନ୍ତି, ଆମେ ଅପରେସନକୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ କାମ କରୁଛୁ। ୯୫ ପ୍ରତିଶତ ନେଟୱର୍କକୁ ସ୍ବାଭାବିକ କରାଗଲାଣି ଓ ଅପରେସନ୍ ସ୍ବାଭାବିକ ହେଉଛି।

•    ଇଣ୍ଡିଗୋ CEOଙ୍କୁ ସମନ୍ 
•    ଇଣ୍ଡିଗୋ ସଂକଟକୁ ନେଇ ଆକ୍ସନ ମୋଡରେ DGCA
•    ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ 
•    ସମନ୍ କଲେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ
•    ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ
•    କୌଣସି ଉତ୍ତର ନଦେଲେ ଆକ୍ସନ ହେବ

Indigo
Advertisment
Related Articles
Advertisment