/odishatv-khabar/media/media_files/2025/12/07/goa-club-blast-2025-12-07-08-36-16.jpg)
Goa club blast Photograph: (OTV)
କେମିତି ଜଳିଗଲା ନାଇଟ୍ କ୍ଲବ୍। ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆରପୋରାର ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ ଲାଗି ଯାଇଛି। ଆଖି ଆଗରେ ହୁ ହୁ ହେଇ ଜଳିଯାଇଛି ପୁରା ନାଇଟ୍ କ୍ଲବ୍।
ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ୪ ପର୍ଯ୍ୟଟକ ବି ଏହି ଅଘଟଣରେ ପ୍ରାଣ ହରାଇବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି।
ଗତକାଲି ନାଇଟ୍ କ୍ଲବରେ ସ୍ବତନ୍ତ୍ର ଡିଜେ ନାଇଟ୍ ଥିଲା। ରାତି ୧୧ଟାରୁ ୧୨ଟା ଭିତରେ ହଠାତ୍ ବିସ୍ଫୋରଣ ଘଟି ହୁତୁ ହୁତୁ ହେଇ ଜଳିଥିଲା ସମ୍ପୂର୍ଣ୍ଣ ଅଞ୍ଚଳ। ଅନୁମାନ କରାଯାଉଛି କି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ରାତିରେ ହିଁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ତାସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।
• ଆଖି ଆଗରେ ଜଳିଗଲା ନାଇଟ୍ କ୍ଲବ୍
• ଭୟଙ୍କର ଅଗ୍ନିକାଣ୍ଡ, ୨୫ ଜଣଙ୍କ ମୃତ୍ୟୁ
• ଗୋଆ ଆରପୋରାର ନାଇଟ୍ କ୍ଲବରେ ବଡ଼ ଅଘଟଣ
• ମୃତ ୨୫ଙ୍କ ମଧ୍ୟରେ ଅଧିକ ନାଇଟ୍ କ୍ଲବ ଷ୍ଟାଫ୍
• ୪ ପର୍ଯ୍ୟଟକଙ୍କ ମୃତ୍ୟୁ, ଅନେକ ଆହତ
• ୫୦ରୁ ଅଧିକ ଆହତ ଓ ଗୁରୁତର
• ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ
• ଅଗ୍ନିଶମ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି
• ମୃତକଙ୍କ ମଧ୍ୟରୁ ଅନେକ କ୍ଲବର କର୍ମଚାରୀ ହୋଇଥିବା ସନ୍ଦେହ
• ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
• ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ
DGCA’s show-cause notice to CEO: ଆକ୍ସନ ମୋଡରେ DGCA, ଇଣ୍ଡିଗୋ CEOଙ୍କୁ ସମନ୍

Daily Horoscope 7th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 7th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Odia Major General Bhudev Parida: ପୁଟିନଙ୍କ ଗସ୍ତ ବେଳେ ଚର୍ଚ୍ଚାରେ ଓଡ଼ିଆ ସେନା ଅଧିକାରୀ , ଭୂଦେବ ପରିଡ଼ାଙ୍କ ସହ ପୁଟିନଙ୍କ ହ୍ୟାଣ୍ଡସେକ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)