Advertisment

₹262 Crore Settlement Announced: ଆମେରିକାରେ ପ୍ରାଣ ହରାଇଥିଲେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲା, ପରିବାରକୁ ମିଳିବ ୨୬୨ କୋଟିର ସେଟେଲମେଣ୍ଟ

ତାଙ୍କ ମୃତ୍ୟୁରେ ୨୦୨୩ ମସିହାରେ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ହୋଇଥିଲା। ଅନ୍ୟ ଜଣେ ଅଧିକାରୀଙ୍କ ଏକ ବଡି କ୍ୟାମେରା ଫୁଟେଜ୍ ସାମ୍ନାକୁ ଆସିବା ପରେ ଏହି ଆନ୍ଦୋଳନ ଆହୁରି ବୃଦ୍ଧି ପାଇଥିଲା । ଦୁର୍ଘଟଣା ଘଟାଇଥିବା ଅଧିକାରୀ ଜଣକ ହସୁଥିବାର ଦେଖାଯାଇଥିଲା ।

author-image
Tapan Swain
Settlement

Settlement Photograph: (OTV)

୨୦୨୩ ମସିହାରେ ଆମେରିକାରେ ରାସ୍ତା ପାର ହେଉଥିବା ସମୟରେ ଜଣେ ପୋଲିସ ଅଧିକାରୀଙ୍କ ଦ୍ରୁତଗାମୀ ଗାଡ଼ି ଦ୍ୱାରା ଚାପି ହୋଇ ମୃତ୍ୟୁବରଣ କରିଥିଲେ ଭାରତର ୨୩ ବର୍ଷୀୟା ଛାତ୍ରୀ ଜାହ୍ନବୀ କାଣ୍ଡୁଲା ।  ୱାଶିଂଟନର ସିଆଟେଲ ସହର ତାଙ୍କ ପରିବାରକୁ ୨୯ ନିୟୁତ ଡଲାର (ପ୍ରାୟ  ୨୬୨ କୋଟି ଟଙ୍କା) ଦେବାକୁ ସେଟେଲମେଣ୍ଟ କରିଛି ।

Advertisment

ବୁଧବାର ଦିନ ଏକ ବିବୃତିରେ ସିଆଟେଲ ସହରର ଓକିଲ ଏରିକା ଇଭାନ୍ସ କହିଛନ୍ତି, “ଜାହ୍ନବୀ କାଣ୍ଡୁଲାଙ୍କ ମୃତ୍ୟୁ ହୃଦୟବିଦାରକ ଥିଲା ଏବଂ ସହର ଆଶା କରୁଛି ଯେ ଏହି ଆର୍ଥିକ ସେଟେଲମେଣ୍ଟ କାଣ୍ଡୁଲା ପରିବାର ପାଇଁ କିଛି ଆଶ୍ୱସ୍ତି ଆଣିବ।”

ଜାହ୍ନବୀ କାଣ୍ଡୁଲାଙ୍କ ସହିତ କ’ଣ ହୋଇଥିଲା ?

କାଣ୍ଡୁଲା ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ ।  ସେ ସାଉଥ୍ ଲେକ୍ ୟୁନିଅନ୍ର ନର୍ଥଇଷ୍ଟର୍ଣ୍ଣ ୟୁନିଭରସିଟି କ୍ୟାମ୍ପସରେ ମାଷ୍ଟରସ ଡିଗ୍ରୀ କରିବାକୁ ଯାଇଥିଲେ। ସେ ୨୦୨୧ ମସିହାରେ ଏକ ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ବେଙ୍ଗାଲୁରୁରୁ ଆମେରିକା ଯାତ୍ରା କରିଥିଲେ ।  ଏହି ଡିସେମ୍ବରରେ ତାଙ୍କର ସ୍ନାତକୋତ୍ତର ଶେଷ ହେବାର ଥିଲା।

Advertisment

ତାଙ୍କୁ ପୋଲିସ ଅଧିକାରୀ କେଭିନ୍ ଡେଭ୍ ଧକ୍କା ଦେଇଥିଲେ । ସେ  ଘଣ୍ଟା ପ୍ରତି ୧୧୯ କିଲୋମିଟର ବେଗରେ ଗାଡ଼ି ଚଲାଉଥିଲେ ।  ସେଠାରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଗାଡ଼ି ଚଲାଇବାର ନିୟମ ଥିଲା । ସେ ସେହି ସମୟରେ ନିଶାରେ ଥିଲେ। କାଣ୍ଡୁଲା ସେହି ସମୟରେ ରାସ୍ତା ପାର ହେଉଥିଲେ ।

ତାଙ୍କ ମୃତ୍ୟୁକୁ ନେଇ ୨୦୨୩ ମସିହାରେ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ହୋଇଥିଲା। ଅନ୍ୟ ଜଣେ ଅଧିକାରୀଙ୍କ ଏକ ବଡି କ୍ୟାମେରା ଫୁଟେଜ୍ ସାମ୍ନାକୁ ଆସିବା ପରେ ଲୋକଙ୍କ ରାଗ ଆହୁରି ବଢ଼ିଯାଇଥିଲା । ଯେଉଁଥିରେ ଅଧିକାରୀଜଣକ ହସି ହସି କହିଥିଲେ ଯେ କାଣ୍ଡୁଲାଙ୍କ ଜୀବନର ମୂଲ୍ୟ କମ୍ ଅଛି ଏବଂ ସହରକୁ କେବଳ ଏକ ଚେକ୍ ଲେଖିବାର ଅଛି। ସେ ହେୟଜ୍ଞାନ କରି ଏପରି କହିଥିଲେ ।

ଜାହ୍ନବୀ କାଣ୍ଡୁଲାଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ

ଭାରତୀୟ କୂଟନୀତିଜ୍ଞମାନେ ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ପରେ କୁହାଯାଇଥିଲା ଯେ ସେ ଜଣେ ୟୁନିଅନ ନେତା ମଧ୍ୟ ଥିଲେ । ତାଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନି । ତାଙ୍କ ମନ୍ତବ୍ୟ ବିଭାଗର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି ଏବଂ ସାଧାରଣ ଲୋକଙ୍କ ବିଶ୍ୱାସକୁ କମ୍ କରିଛି।

ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ତାଙ୍କୁ ଭୁଲ ଭାବରେ ଚାକିରିରୁ ବହିଷ୍କାର କରାଯାଇଥିବା ଅଭିଯୋଗ କରି ସେ ସହର ବିରୁଦ୍ଧରେ ଏକ ମାମଲା ଦାୟର କରିଥିଲେ। 

ସେ ପୋଲିସ ବିଭାଗ ଗାଡି ଚଲାଉଥିଲେ । ତାଙ୍କୁ ଅବହେଳା ପାଇଁ ଦାୟୀ କରାଯାଇଥିଲା ।  ତାଙ୍କୁ  ୫ ହଜାର ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। 
ଏବେ କାଣ୍ଡୁଲାଙ୍କ ପରିବାରକୁ  ଏହି ସେଟେଲମେଣ୍ଟ ବୀମା ମାଧ୍ୟମରେ ପୈଠ କରାଯିବ ବୋଲି ଆଶା କରାଯାଉଛି। 

USA Student Death
Advertisment
Related Articles
Advertisment