/odishatv-khabar/media/media_files/2025/12/29/cold-wave-grips-odisha-2025-12-29-10-17-35.jpg)
Cold Wave Grips Odisha Photograph: (OTV)
ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା। ନୂଆବର୍ଷ ଯାଏଁ ଶୀତରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୧୦ ଡିଗ୍ରୀ ତଳେ ରହିଛି ୧୦ରୁ ଅଧିକ ସହରର ପାରଦ। କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ଼। ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା।
ସେହିପରି ଦାରିଙ୍ଗବାଡି ଓ ଫୁଲବାଣୀରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହି ଦୁଇଟି ଜାଗାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ଯାଏଁ ଖସିଛି। ସାରା ରାଜ୍ୟକୁ ଶୀତ ଲହରି ଅସ୍ତବ୍ୟସ୍ତ କରୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମରେ ଅନୁଭୂତ ହେଉଛି ଅସହ୍ୟ ଜାଡ଼।
ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଆଜି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
• ଜାଡ଼ ମାଡ଼ରେ ଥରୁଛି ଓଡ଼ିଶା
• ନୂଆବର୍ଷ ଯାଏଁ ତାପମାତ୍ରାରେ ହେବନି ପରିବର୍ତ୍ତନ
• ୧୦ ଡିଗ୍ରୀ ତଳେ ୧୦ରୁ ଅଧିକ ସହରର ପାରଦ
• ଥରୁଛି ଜି.ଉଦୟଗିରି, ଦାରିଙ୍ଗବାଡ଼ି, ଫୁଲବାଣୀ
• ଅଧିକ କଲବଲ କରୁଛି ଘନ କୁହୁଡ଼ି
• ଆଗାମୀ ୫ ଦିନ କୁହୁଡ଼ି ସତର୍କତା ଜାରି
• ନୂଆବର୍ଷ ପରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବଢ଼ିପାରେ
Fire Breaks Out In Ernakulam Express: ଏଲାମାଞ୍ଚିଲି ଷ୍ଟେସନରେ ଅଘଟଣ, ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ

Couple Suicide: ରାସ୍ତାରେ ବାଇକ୍ ରଖି ବିଷ ପିଇ ଦେଲେ ବାପା-ମା, ଜଙ୍ଗଲରେ ଜଗି ରହିଥିଲା ୫ ବର୍ଷିୟ ପୁଅ

Unnao Rape Case Hearing Today: ଆଜି ବହୁଚର୍ଚ୍ଚିତ ‘ଉନ୍ନାଓ’ ଦୁଷ୍କର୍ମ ମାମଲାର ଶୁଣାଣି

Russia-Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିବ ଯବନିକା! ଜେଲେନସ୍କି-ଟ୍ରମ୍ପ ମିଳିତ ପ୍ରେସମିଟ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)