Advertisment

Group Clash: ପିକନିକ୍ ବେଳେ କମେଣ୍ଟ ମରାରୁ ନେଇ ମାରପିଟ୍

ପିକନିକ୍ ବେଳେ କମେଣ୍ଟ ମରାରୁ ନେଇ ମାରପିଟ୍ । ଦୁଇ ଗୋଷ୍ଠି ମଧ୍ୟରେ ଭୟଙ୍କର ଗଣ୍ଡଗୋଳ । ପାରାଦୀପ ଲକ ଥାନା ଅଂଚଳରେ ଗଣ୍ଡଗୋଳ । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ ।

author-image
Sujit kumar Swain
PARADEEP-GOOUP-FEAST

Group Clash Over Comment During New Year Picnic Photograph: (OTV)

ନୂଆବର୍ଷ ପିକନିକ ବେଳେ କମେଣ୍ଟ ମରାରୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମାରପିଟ୍। ପାରାଦୀପ ଲକ ଥାନା ଅଂଚଳରେ ଏହି ଗଣ୍ଡଗୋଳ ଘଟିଛି। ବିଶ୍ବାଳି ଗାଁ ଏବଂ ଭୂତମୁଣ୍ଡାଇ ଗାଁର ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଭୂତମୁଣ୍ଡାଇ ରେଲୱେ ବ୍ରିଜ ନିକଟ ମହାନଦୀ କୂଳରେ ପିକନିକ ବେଳେ ଉଭୟ ପକ୍ଷ ପରସ୍ପରକୁ କମେଣ୍ଟ କରିଥିଲେ। ଯାହାକୁ ନେଇ ହୋଇଥିବା ଗଣ୍ଡଗୋଳରେ ଉଭୟପକ୍ଷର ଯୁବକ ଆହତ ହୋଇଥିଲେ। ଯାହାକୁ ନେଇ ବିଶ୍ବାଳି ଗାଁର ଯୁବକ ବିଶ୍ବଜିତ ତରାଇଙ୍କୁ ଭୂତମୁଣ୍ଡାଇର କିଛି ଲୋକ ଉଠାଇ ନେଇ ମାଡ ମାରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ଖବର ପାଇ ପାରାଦୀପ ଲକ୍ ଥାନା ପୋଲିସ ବିଶ୍ବଜିତଙ୍କୁ ଉଦ୍ଧାର କରି ଅଠରବାଙ୍କି ହସ୍ପିଟାଲକୁ ନେଇ ଚିକିତ୍ସା କରାଇଛି।  ତଦନ୍ତ ଜାରି ରଖିଛି ପୋଲିସ।

Advertisment

ଦେଖନ୍ତୁ ଭିଡ଼ିଓ: 

odia news Jagatsinghpur Paradip Group Clash
Advertisment
Related Articles
Advertisment