/odishatv-khabar/media/media_files/2025/09/26/asia-cup-2025-09-26-09-27-41.jpg)
ASIA CUP Photograph: (OTV)
ପୁଣି ରବିବାର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏସିଆ କପ୍ ଫାଇନାଲ ଟ୍ରଫି ପାଇଁ ଟକ୍କର କରିବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଇଣ୍ଡିଆ-ପାକିସ୍ତାନ। ଗତକାଲି ମୁକାବିଲାରେ ବାଂଲାଦେଶକୁ ୧୧ ରନରେ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିବା ପରେ ଭାରତ-ପାକିସ୍ତାନ ଫାଇନାଲ୍ ସ୍ପଷ୍ଟ ହୋଇଛି ।
ଆସନ୍ତା ୨୮ ତାରିଖ ରବିବାର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ତେବେ ପ୍ରଥମ ଥର ପାଇଁ ଏସିଆ କପ୍ ଫାଇନାଲରେ ଉଭୟ ଦଳଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଭାରତଠାରୁ ଦୁଇ ଦୁଇଥର ପରାସ୍ତ ହୋଇସାରିଛି ।
ପାକିସ୍ତାନ ବିବାଦ ଘେରରେ
ପଡ଼ିଆରେ ପାକିସ୍ତାନର ଉଦ୍ଧତପଣ ଏବଂ ଭାରତୀୟ ଖେଳାଳିଙ୍କ ନୋ ହ୍ୟାଣ୍ଡସେକ୍ ଝଟକା ନେଇ ପାକିସ୍ତାନ ବିବାଦ ଘେରରେ ରହିଛି । ଏସବୁ ଭିତରେ ଉଭୟ ଦେଶ ମଧ୍ୟରେ ଫାଇନାଲ୍ ଟକ୍କର କ୍ରିକେଟରେ ନୂଆ ରୋମାଞ୍ଚ ଭରିଛି ।
ଗତକାଲି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ବାଂଲାଦେଶ । ସଂଘର୍ଷ କରି ପାକିସ୍ତାନ ୧୩୫ ରନ ସ୍କୋର୍ କରିଥିଲା। ଜବାବରେ ବାଂଲାଦେଶ ବି ସଂଘର୍ଷ କରିଥିଲା। ଶେଷକୁ ଗୋଟିଏ ଓଭରରେ ଡବଲ୍ ଝଟକା ବାଂଲାଦେଶ ପରାଜିତ କରିଥିଲା । ଆଜି ଭାରତ-ଶ୍ରୀଲଙ୍କା ଶେଷ ସୁପର୍ -୪ ମୁକାବିଲା ଅନୁଷ୍ଠିତ ହେବ ।
Serious Financial Irregularities: ସିଏଜି ଧରିଲେ ITDAରେ ଦେଢଶହ କୋଟିର ଘୋଟାଲା, ମ୍ୟୁଚୁଆଲ ଫଣ୍ଡ ଓ ସେୟାର ମାର୍କେଟରେ ଲଗାଇଥିଲେ ବାବୁ

BJP Again Banks on Odia Leaders: ପୁଣି ଓଡ଼ିଆ ନେତାଙ୍କ ଉପରେ କେନ୍ଦ୍ର ବିଜେପିର ଭରସା, ଧର୍ମେନ୍ଦ୍ରଙ୍କୁ ବିହାର ଓ ବୈଜୟନ୍ତଙ୍କୁ ତାମିଲନାଡୁ ନିର୍ବାଚନ ଦାୟିତ୍ବ

Nirbhaya-Style Trial for Gopalpur Outrage: ‘ନିର୍ଭୟା’ ଭଳି ଚାଲିବ ଗୋପାଳପୁର ଲଜ୍ଜାର ବିଚାର ପ୍ରକ୍ରିୟା, ୩ ନାବାଳକଙ୍କୁ ସାବାଳକ ଭାବେ ଗ୍ରହଣ କଲେ କୋର୍ଟ

Today Panchang 26th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)