/odishatv-khabar/media/media_files/2025/09/26/mig21-2025-09-26-09-18-30.jpg)
MIG21 Photograph: (OTV)
ଆଜି ବାୟୁସେନାରୁ ବିଦାୟ ନେବ ମିଗ୍-୨୧ । ଭାରତୀୟ ବାୟୁସେନାର ସବୁଠାରୁ ଦୀର୍ଘ ସେବା ପ୍ରଦାନକାରୀ ଲଢ଼ୁଆ ବିମାନ MiG-21 ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିବ।
୬୨ ବର୍ଷର ଗୌରବମୟ ସେବା ପରେ, ଏହି ବିମାନ ଆଜି ଚଣ୍ଡିଗଡ଼ରେ ଶେଷ ଉଡ଼ାଣ ଭରିବ । ମିଗ୍-୨୧ର ବିଦାୟର ଏହି ଐତିହାସିକ ମୁହୂର୍ତ୍ତକୁ ସ୍ୱତନ୍ତ୍ର କରିବା ପାଇଁ ବାୟୁସେନା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଯେଉଁଥିରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବାୟୁସେନା ମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ।
ଏହି ଅବସରରେ ଏକ ସ୍ୱତନ୍ତ୍ର ଯୁଦ୍ଧ ଅଭ୍ୟାସ ଆୟୋଜନ କରାଯାଇଛି। ଯେଉଁଥିରେ ପ୍ରଦର୍ଶିତ ହେବ ମିଗ୍-୨୧ର ଯୁଦ୍ଧ କ୍ଷମତା। ସୀମିତ ବୈଷୟିକ କୌଶଳ ସତ୍ତ୍ବେ କିଭଳି ମିଗ-୨୧ ଶତ୍ରୁର ଆଧୁନିକ ବିମାନକୁ ପରାସ୍ତ କରିଥିଲା ତାହାର ମଧ୍ୟ ଝଲକ ଦେଖିବାକୁ ମିଳିବ।
ଇତିହାସର ପାଲଟିଯିବ
ଅଭ୍ୟାସ ବେଳେ ୧୯୬୫ ଏବଂ ୧୯୭୧ ଯୁଦ୍ଧର ବି ପୁନରାବୃତ୍ତି ହେବ। ପରେ ପରେ ଇତିହାସର ଅଂଶ ପାଲଟିଯିବ ଏହି ବିମାନଗୁଡ଼ିକ। ମିଗ୍-୨୧ ଭାରତୀୟ ବାୟୁସେନାର ପ୍ରଥମ ସୁପରସୋନିକ୍ ଲଢୁଆ ବିମାନ।
ଏହା ୧୯୬୫,୧୯୭୧, ୧୯୯୯ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୨୦୧୯ ବାଲାକୋଟ୍ ଏୟାରଷ୍ଟ୍ରାଇକ ସମୟରେ ବି ପରାକ୍ରମ ଦେଖାଇଥିଲା । ଏହି ବିମାନ ପାକିସ୍ତାନର ଅନେକ ଆକ୍ରମଣକୁ ବିଫଳ କରିଥିଲା​​ଏବଂ ଭାରତୀୟ ସାମରିକ ଶକ୍ତିର ପ୍ରତୀକ ପାଲଟିଥିଲା।
BJD Shaken by Arun Sahoo’s Sharp Attack: ଅରୁଣ ସାହୁଙ୍କ ତେରେଚ୍ଛା ବାଣରେ ଘାଇଲା ବିଜେଡି, ଶଙ୍ଖ ଦଳରେ କମ୍ପନ

Serious Financial Irregularities: ସିଏଜି ଧରିଲେ ITDAରେ ଦେଢଶହ କୋଟିର ଘୋଟାଲା, ମ୍ୟୁଚୁଆଲ ଫଣ୍ଡ ଓ ସେୟାର ମାର୍କେଟରେ ଲଗାଇଥିଲେ ବାବୁ

BJP Again Banks on Odia Leaders: ପୁଣି ଓଡ଼ିଆ ନେତାଙ୍କ ଉପରେ କେନ୍ଦ୍ର ବିଜେପିର ଭରସା, ଧର୍ମେନ୍ଦ୍ରଙ୍କୁ ବିହାର ଓ ବୈଜୟନ୍ତଙ୍କୁ ତାମିଲନାଡୁ ନିର୍ବାଚନ ଦାୟିତ୍ବ

Nirbhaya-Style Trial for Gopalpur Outrage: ‘ନିର୍ଭୟା’ ଭଳି ଚାଲିବ ଗୋପାଳପୁର ଲଜ୍ଜାର ବିଚାର ପ୍ରକ୍ରିୟା, ୩ ନାବାଳକଙ୍କୁ ସାବାଳକ ଭାବେ ଗ୍ରହଣ କଲେ କୋର୍ଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)